Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍‌ଲକ୍‌ 1.0 : 11ଟି ଜିଲ୍ଲାରେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସଟ୍‌ ଡାଉନ୍‌ କରାଯିବ
ଆଜିର ଖବର

ଅନ୍‌ଲକ୍‌ 1.0 : 11ଟି ଜିଲ୍ଲାରେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସଟ୍‌ ଡାଉନ୍‌ କରାଯିବ

June 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ପ୍ରେସ୍‌ ମିଟ୍‌ କରିଛନ୍ତି । ଆଜିଠାରୁ ଅନ୍‌ଲକ୍‌ 1.0 ଜାରି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ ପ୍ରେସ୍‌ମିଟ୍‌ରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ନୂତନ ଗାଇଡ ଲାଇନ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। ଲକ୍ ଡାଉନ୍‌ କାଲି ସରିଛି । ଆଜିଠାରୁ ଅନ୍‌ଲକ୍‌ -1ଆରମ୍ଭ ହୋଇଛି । ପଜିଟିଭ୍‌ ଦୃଷ୍ଟିରେ ରଖି ସରକାର ନୂତନ ଗାଇଡଲାଇନ୍‌ କରିଛନ୍ତି । ଜୁନ୍‌ ମାସରେ  ଅଧିକ ସତର୍କ ରହିବା ପାଇଁ ରାଜ୍ୟ ସରକାର ଅନେକଗୁଡିଏ ନିୟମ ପ୍ରଣୟନ କରାଯାଇଛି । ଏହି ଅନ୍‌ଲକ୍‌ 1.0ରେ ଓଡ଼ିଶା ସରକାର ନୂତନ ଗାଇଡଲାଇନ୍‌ ଜାରି କରାଯାଇଛି ।

ଏହି ଗାଇଡ ଲାଇନ୍‌ ଅନୁଯାୟୀ ଧାର୍ମିକ ଅନୁଷ୍ଠାନ 30 ଜୁନ୍‌ ଯାଏଁ ବନ୍ଦ ରହିବ । ସ୍କୁଲ ଓ କଲେଜ ଓ କୋଚିଂ ସେଣ୍ଟର ଜୁଲାଇ 31 ଯାଏଁ ବନ୍ଦ ରହିବ । ସେହିପରି  ସପିଂ କମ୍ପ୍ଲେକ୍ସ ମଧ୍ୟ 30 ଜୁନ୍‌ ଯାଏଁ ଖୋଲିପାରିବ ନାହିଁ । 30 ପ୍ରତିଶତ କ୍ଷମତା ନେଇ ହୋଟେଲ ଖୋଲିପାରିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସିନେମା ହଲ୍‌, ଜିମ୍ନାସିୟମ୍‌, ସୁଇମିଂ ପୁଲ୍‌ ବି ଜୁନ୍‌ ଶେଷ ଯାଏ ବନ୍ଦ ରହିବ।

ସଂକ୍ରମଣ ବଢିଥିବା 11ଟି ଜିଲ୍ଳାରେ ଜୁନ୍‌ ମାସ ସାରା ସପ୍ତାହକୁ  ଦୁଇଦିନ ସଟ୍‌ ଡାଉନ୍‌ କରାଯିବ । ପ୍ରତି ଶନିବାର ଓ ରବିବାର ଦିନ ରାଜ୍ୟର 11ଟି ଜିଲ୍ଲାକୁ ସଟ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନସଚିବ । ଖୋର୍ଦ୍ଧା, ଗଞ୍ଜାମ, ପୁରୀ,ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ,ବଲାଙ୍ଗିର ଆଦି ଜିଲ୍ଲାରେ ସପ୍ତାହକୁ 2 ଦିନ ସଟ୍‌ ଡାଉନ୍‌ କରାଯିବ । ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଦିନ ସଟ୍‌ଡାଉନ୍‌ ରହିବ । ଏହି ସମୟରେ କୌଣସି ଅଫିସ୍‌ ଖୋଲା ଯିବ ନାହିଁ । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ତେବେ ଔଷଧ ଦୋକାନ ଖୋଲା ରହିବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଖୋଲା ରହିବ ।

ସେହିପରି ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ନେଇ 20 ଜଣ ଏକାଠି ହୋଇପାରିବେ । ବିବାହ କାର୍ଯ୍ୟ ପାଇଁ ଅନୁମତି ନେଇ 50 ଜଣ ଏକାଠି ହୋଇପାରିବେ ବୋଲି ସୂଚନା ରହିଛି।

 

odishagovt unlock1.0
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଖସାଇଲା ଇରାନ: ପାଇଲଟ୍‌ ଅଟକ

April 3, 2026
Latest News

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.