18ଟି ଜିଲ୍ଲାରୁ 141, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2245କୁ ବୃଦ୍ଧି

Published: Jun 2, 2020, 10:38 am IST

ଭୁବନେଶ୍ବର : ଆଜି ରାଜ୍ୟରେ ନୂତନ 141 କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି 18ଟି ଜିଲ୍ଲାରୁ 141 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 27ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 26 ଜଣ,ନୂଆପଡାରୁ 19 ଜଣ, କେନ୍ଦ୍ରାପଡାରୁ 13, ଯାଜପୁରରୁ 10, ସୁନ୍ଦରଗଡରୁ 8, ବଲାଙ୍ଗିରରୁ 7, କଟକରୁ 6, ପୁରୀରୁ 5, ଜଗତସିଂହପୁର, ଗଜପତି, କେନ୍ଦୁଝରରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ଓ ଢେଙ୍କାନାଳରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୟାଗଡ, ଅନୁଗୁଳ, ସମ୍ବଲପୁର ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ 110 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ 31 ଜଣ ଲୋକାଲ୍‌ କେସ୍‌ ରହିଛି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟରୋଗ)
ଗଞ୍ଜାମ 458 336 119 3 0
ଯାଜପୁର 290 239 51 0 0
ଖୋର୍ଦ୍ଧା 167 70 93 3 1
ବାଲେଶ୍ବର 154 127 26 0 1
କେନ୍ଦ୍ରାପଡା 152 69 83 0 0
କଟକ 126 49 76 1 0
ଭଦ୍ରକ 120 95 25 0 0
ପୁରୀ 96 48 48 0 0
ବଲାଙ୍ଗିର 89 8 81 0 0
ଜଗତସିଂହପୁର 86 30 56 0 0
ନୟାଗଡ 69 27 42 0 0
ସୁନ୍ଦରଗଡ 65 33 32 0 0
ନୂଆପଡା 52 0 52 0 0
ଗଜପତି 40 9 31 0 0
ବୌଦ୍ଧ 34 33 1 0 0
ଦେବଗଡ 32 2 30 0 0
କେଉଁଝର 30 8 22 0 0
ମୟୂରଭଞ୍ଜ 27 14 13 0 0
ଅନୁଗୁଳ 26 19 7 0 0
କନ୍ଧମାଳ 22 3 19 0 0
ଢେଙ୍କାନାଳ 21 2 19 0 0
ମାଲକାନଗିରି 21 3 18 0 0
କଳାହାଣ୍ଡି 20 13 7 0 0
ସମ୍ବଲପୁର 12 5 7 0 0
ବରଗଡ 11 0 11 0 0
କୋରାପୁଟ 8 1 7 0 0
ସୋନପୁର 8 0 8 0 0
ଝାରସୁଗୁଡା 7 2 5 0 0
ନବରଙ୍ଗପୁର 2 0 2 0 0

Related posts