ଆଜି ଚିହ୍ନଟ 143ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି

Published: Jun 3, 2020, 2:53 pm IST

ଭୁବନେଶ୍ବର : ଆଜି ଚିହ୍ନଟ 143ଜଣଙ୍କ ଆକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି ।  ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 132 ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ 11 ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ 143ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 41 ଜଣ ଚିହ୍ନଟ ହୋଇଛନ୍ତି । 36 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 10 ଜଣ ଗୁଜୁରାଟ, 4 ଜଣ ମହାରାଷ୍ଟ୍ର, ଜଣେ ଆନ୍ଧ୍ର, ଆଉ 21 ଜଣ ଗୁଜୁରାଟ ଓ ମହାରାଷ୍ଟ୍ର ଫେରନ୍ତା ରହିଛନ୍ତି । ସେହିପରି ଗଞ୍ଜାମରୁ ଆଜି ଚିହ୍ନଟ 41 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 5ଟି ଲୋକାଲ୍‌ କେସ୍‌ ରହିଛି । 36 ଜଣଙ୍କୁ ଛାଡି ଅନ୍ୟ ସମେସ୍ତ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ସୂଚନା ରହିଛି ।

ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ  ରହିଛନ୍ତି । ଏହି ତିନି ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ଦୁଇ ଜଣ ସୁରତ ଫେରନ୍ତା ଓ ଜଣେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି। ମୟୂରଭଞ୍ଜରୁ ଚିହ୍ନଟ 8 ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଛଅ ଜଣ ମହାରାଷ୍ଟ୍ର ଫେରନ୍ତା । ଜଣେ ତେଲେଙ୍ଗାନା ଓ ଅନ୍ୟ ଜଣେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି ।

କେନ୍ଦ୍ରାପଡାରୁ ଚିହ୍ନଟ ସମସ୍ତ 9ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ବୋଲି ଜଣାପଡିଛି । 5 ଜଣ ଗୁଜୁରାଟ, ଦୁଇ ଜଣ ମହାରାଷ୍ଟ୍ର ଓ ଦୁଇ ଜଣ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି ।

ବାଲେଶ୍ବରରୁ ଚିହ୍ନଟ 24 ଆକ୍ରାନ୍ତଙ୍କ ମଧ୍ୟରୁ 23 ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଜଣେ ଲୋକାଲ୍‌ ବୋଲି ଜଣାପଡିଛି । ସେହିପରି ଭଦ୍ରକରୁ ଚିହ୍ନଟ 3 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡୁ, ଜଣେ ମହାରାଷ୍ଟ୍ର ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ରହିଛି ।

ସମ୍ବଲପୁରରୁ ଚିହ୍ନଟ ତିନି ଆକ୍ରାନ୍ତ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଜଣେ ଆନ୍ଧ୍ରଫେରନ୍ତା ହୋଇଥିବାବେଳେ ଜଣେ ମହାରାଷ୍ଟ୍ର ଓ ଅନ୍ୟ ଜଣେ ତେଲେଙ୍ଗାନାରୁ ଫେରିଥିଲେ ବୋଲି ସୂଚନା ମିଳିଛି । ସୁନ୍ଦରଗଡରୁ 4 ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ କ୍ବାରେଣ୍ଟିନ୍‌ ସେଣ୍ଟରର । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର ଫେରନ୍ତା ଆଉ ଜଣେ ଆନ୍ଧ୍ର ଫେରନ୍ତା ରହିଥିବାବେଳେ ଦୁଇଟି ଲୋକାଲ୍‌ କେସ୍‌ ରହିଛି ।

ବଲାଙ୍ଗିରରୁ ଆଜି 13 ଜଣ ଚିହ୍ନଟ ହୋଇଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରେ ଥିଲେ। ଏଥିରୁ 10 ଜଣ ମହାରାଷ୍ଟ୍ର ଫେରନ୍ତା ଓ ଦୁଇ ଜଣ ଗୁଜୁରାଟ ଫେରନ୍ତା ଓ ଜଣେ ତାମିଲନାଡୁ ଫେରନ୍ତା ରହିଛନ୍ତି ।

ଦେବଗଡରୁ ଚିହ୍ନଟ ଜଣେ ଆକ୍ରାନ୍ତ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି । ଅନୁଗୁଳରୁ ଚିହ୍ନଟ ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ମହାରାଷ୍ଟ୍ରରୁ ଫେରିଥିବାବେଳେ ଜଣେ କର୍ଣ୍ଣାଟକ ଫେରନ୍ତା ବୋଲି ସୂଚନା ରହିଛି ।

ନୂଆପଡାର ଚିହ୍ନଟ ସମସ୍ତ 8 ଜଣ ଆକ୍ରାନ୍ତ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ସେମାନେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି । ସେହିପରି ସୋନପୁରରୁ ଚିହ୍ନଟ 17 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ତିନୋଟି ଲୋକାଲ୍‌ କେସ୍‌ ରହିଛି । 14 ଜଣ କ୍ବାରେଣ୍ଟିନ୍‌ କେସ୍‌ ମଧ୍ୟରୁ ତିନିଜଣ ଗୁଜୁରାଟ ଫେରନ୍ତା ହୋଇଥିବାବେଳେ ତିନିଜଣ ତେଲେଙ୍ଗାନା ଓ 8 ଜଣ ତାମିଲନାଡୁ ଫେରନ୍ତା ରହିଛନ୍ତି ।

ଗଜପତିରୁ ଚିହ୍ନଟ 4 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ସେମାନେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାପଡିଛି । ସେହିପରି ଆଜି କଳାହାଣ୍ଡିରୁ ଜଣେ ଚିହ୍ନଟ ହୋଇଥିବାବେଳେ ସେ ଗୁଜୁରାଟ ଫେରନ୍ତା ଓ କ୍ବାରେଣ୍ଟିନ୍‌ରେ ରହିଥିଲେ । ଆଜି ଚିହ୍ନଟ 143 ଜଣଙ୍କ ମଧ୍ୟରେ ରାୟଗଡାରୁ ଜଣେ  ପଜିଟିଭ୍‌ ରହିଛନ୍ତି । ଆକ୍ରାନ୍ତ ଜଣକ ଦିଲ୍ଲୀରୁ ଫେରିଥିଲେ ଓ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ଜଣାପଡିଛି ।

Related posts