Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଚିହ୍ନଟ 143ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି
ଆଜିର ଖବର

ଆଜି ଚିହ୍ନଟ 143ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି

June 3, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ଚିହ୍ନଟ 143ଜଣଙ୍କ ଆକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି ।  ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 132 ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ 11 ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ 143ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 41 ଜଣ ଚିହ୍ନଟ ହୋଇଛନ୍ତି । 36 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 10 ଜଣ ଗୁଜୁରାଟ, 4 ଜଣ ମହାରାଷ୍ଟ୍ର, ଜଣେ ଆନ୍ଧ୍ର, ଆଉ 21 ଜଣ ଗୁଜୁରାଟ ଓ ମହାରାଷ୍ଟ୍ର ଫେରନ୍ତା ରହିଛନ୍ତି । ସେହିପରି ଗଞ୍ଜାମରୁ ଆଜି ଚିହ୍ନଟ 41 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 5ଟି ଲୋକାଲ୍‌ କେସ୍‌ ରହିଛି । 36 ଜଣଙ୍କୁ ଛାଡି ଅନ୍ୟ ସମେସ୍ତ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ସୂଚନା ରହିଛି ।

ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ  ରହିଛନ୍ତି । ଏହି ତିନି ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ଦୁଇ ଜଣ ସୁରତ ଫେରନ୍ତା ଓ ଜଣେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି। ମୟୂରଭଞ୍ଜରୁ ଚିହ୍ନଟ 8 ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଛଅ ଜଣ ମହାରାଷ୍ଟ୍ର ଫେରନ୍ତା । ଜଣେ ତେଲେଙ୍ଗାନା ଓ ଅନ୍ୟ ଜଣେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି ।

କେନ୍ଦ୍ରାପଡାରୁ ଚିହ୍ନଟ ସମସ୍ତ 9ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ବୋଲି ଜଣାପଡିଛି । 5 ଜଣ ଗୁଜୁରାଟ, ଦୁଇ ଜଣ ମହାରାଷ୍ଟ୍ର ଓ ଦୁଇ ଜଣ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି ।

ବାଲେଶ୍ବରରୁ ଚିହ୍ନଟ 24 ଆକ୍ରାନ୍ତଙ୍କ ମଧ୍ୟରୁ 23 ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଜଣେ ଲୋକାଲ୍‌ ବୋଲି ଜଣାପଡିଛି । ସେହିପରି ଭଦ୍ରକରୁ ଚିହ୍ନଟ 3 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡୁ, ଜଣେ ମହାରାଷ୍ଟ୍ର ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ରହିଛି ।

ସମ୍ବଲପୁରରୁ ଚିହ୍ନଟ ତିନି ଆକ୍ରାନ୍ତ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଜଣେ ଆନ୍ଧ୍ରଫେରନ୍ତା ହୋଇଥିବାବେଳେ ଜଣେ ମହାରାଷ୍ଟ୍ର ଓ ଅନ୍ୟ ଜଣେ ତେଲେଙ୍ଗାନାରୁ ଫେରିଥିଲେ ବୋଲି ସୂଚନା ମିଳିଛି । ସୁନ୍ଦରଗଡରୁ 4 ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ କ୍ବାରେଣ୍ଟିନ୍‌ ସେଣ୍ଟରର । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର ଫେରନ୍ତା ଆଉ ଜଣେ ଆନ୍ଧ୍ର ଫେରନ୍ତା ରହିଥିବାବେଳେ ଦୁଇଟି ଲୋକାଲ୍‌ କେସ୍‌ ରହିଛି ।

ବଲାଙ୍ଗିରରୁ ଆଜି 13 ଜଣ ଚିହ୍ନଟ ହୋଇଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରେ ଥିଲେ। ଏଥିରୁ 10 ଜଣ ମହାରାଷ୍ଟ୍ର ଫେରନ୍ତା ଓ ଦୁଇ ଜଣ ଗୁଜୁରାଟ ଫେରନ୍ତା ଓ ଜଣେ ତାମିଲନାଡୁ ଫେରନ୍ତା ରହିଛନ୍ତି ।

ଦେବଗଡରୁ ଚିହ୍ନଟ ଜଣେ ଆକ୍ରାନ୍ତ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି । ଅନୁଗୁଳରୁ ଚିହ୍ନଟ ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ମହାରାଷ୍ଟ୍ରରୁ ଫେରିଥିବାବେଳେ ଜଣେ କର୍ଣ୍ଣାଟକ ଫେରନ୍ତା ବୋଲି ସୂଚନା ରହିଛି ।

ନୂଆପଡାର ଚିହ୍ନଟ ସମସ୍ତ 8 ଜଣ ଆକ୍ରାନ୍ତ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ସେମାନେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି । ସେହିପରି ସୋନପୁରରୁ ଚିହ୍ନଟ 17 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ତିନୋଟି ଲୋକାଲ୍‌ କେସ୍‌ ରହିଛି । 14 ଜଣ କ୍ବାରେଣ୍ଟିନ୍‌ କେସ୍‌ ମଧ୍ୟରୁ ତିନିଜଣ ଗୁଜୁରାଟ ଫେରନ୍ତା ହୋଇଥିବାବେଳେ ତିନିଜଣ ତେଲେଙ୍ଗାନା ଓ 8 ଜଣ ତାମିଲନାଡୁ ଫେରନ୍ତା ରହିଛନ୍ତି ।

ଗଜପତିରୁ ଚିହ୍ନଟ 4 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ସେମାନେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାପଡିଛି । ସେହିପରି ଆଜି କଳାହାଣ୍ଡିରୁ ଜଣେ ଚିହ୍ନଟ ହୋଇଥିବାବେଳେ ସେ ଗୁଜୁରାଟ ଫେରନ୍ତା ଓ କ୍ବାରେଣ୍ଟିନ୍‌ରେ ରହିଥିଲେ । ଆଜି ଚିହ୍ନଟ 143 ଜଣଙ୍କ ମଧ୍ୟରେ ରାୟଗଡାରୁ ଜଣେ  ପଜିଟିଭ୍‌ ରହିଛନ୍ତି । ଆକ୍ରାନ୍ତ ଜଣକ ଦିଲ୍ଲୀରୁ ଫେରିଥିଲେ ଓ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ଜଣାପଡିଛି ।

ଆକ୍ରାନ୍ତ କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026
Latest News

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.