
ନୂଆଦିଲ୍ଲୀ : ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ଆଜି ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ସକାଳ 6ଟା 55 ମିନିଟରେ ଏହି ଭୂକମ୍ପ ହୋଇଥିବାର ସୂଚନା ରହିଛି । ରିକ୍ଟର ସ୍କେଲରେ ଝାଡ଼ଖଣ୍ଡର ଜାମସେଦପୁରରେ ଭୂକମ୍ପର ତୀବ୍ରତା 4.7 ଥିବା ବେଳେ ହାମ୍ପିରେ ଏହା 4 ରହିଥିବାର ଜଣାଯାଇଛି । ତେବେ ଏହି ଦୁଇ ଅଞ୍ଚଳରେ ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିପାରିନାହିଁ ।
ଗତକାଲି ନୋଏଡାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.2 ଥିଲା । ଗୋଟିଏ ସପ୍ତାହରେ ନୋଏଡାରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି। ବିଗତ କିଛି ଦିନ ମଧ୍ୟରେ ଦିଲ୍ଲୀ-ଏନସିଆରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି ।