
ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରାବାଙ୍କୀଠାରେ ଏକ ପରିବାରର ପାଞ୍ଚଜଣ ଲୋକ ଆତ୍ମହତ୍ୟା କରିଛନ୍ତି । କୋତବାଲୀ ଥାନା ଅଞ୍ଚଳର ସଫେଦାବାଦରେ ରହୁଥିବା ଏକ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ତିନି ଶିଶୁଙ୍କ ସମେତ ସ୍ବାମୀ ସ୍ତ୍ରୀ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ପୋଲିସ୍ କହିବାନୁସାରେ ସ୍ବାମୀ ଜଣକ ପ୍ରଥମେ ସ୍ତ୍ରୀ ଓ ଛୁଆଙ୍କୁ ବିଷ ଖୁଆଇଥିଲେ, ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ଯୋଗୁଁ ସ୍ବାମୀ ଜଣକ ଏପରି ନିଷ୍ଠୁର ନିଷ୍ପତ୍ତି ନେଇଛନ୍ତି, ତାହା ଜଣାପଡିନାହିଁ । (ଏଜେନ୍ସି)