ଆଜି ଭୁବନେଶ୍ବରରେ 13 ପଜିଟିଭ୍‌, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 81କୁ ବୃଦ୍ଧି

Published: Jun 5, 2020, 1:20 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବରରେ 13 ପଜିଟିଭ୍‌  ଚିହ୍ନଟ ହୋଇଛନ୍ତି । ଏହି 13 ଆକ୍ରାନ୍ତଙ୍କ ମଧ୍ୟରୁ 7 ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିବାବେଳେ 6ଟି ଲୋକାଲ୍‌ କେସ୍‌ ରହିଛି । ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରେ ୟୁନିଟ୍‌ 4 ଅଞ୍ଚଳରୁ 2ଟି ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଥିବାବେଳେ ଡୁମୁଡୁମା,ସାଲିଆସାହିରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛି । ସେହିପରି ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଥିବାର ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 81କୁ ବୃଦ୍ଧି ହୋଇଛି । ଏହି 81 ଆକ୍ରାନ୍ତଙ୍କ ମଧ୍ୟରୁ 51 ଜଣ ସୁସ୍ଥ ହୋଇଥିବାବେଳେ ତିନିଜଣ ମୃତ୍ୟୁବରଣ କରିଛନ୍ତି, 27ଟି ଆକ୍ଟିଭ୍‌ କେସ ରହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ 130ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା 2608କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ 1,117 ଜଣ ଚିକିତ୍ସାଧୀନ ଥିବାବେଳେ 1481 ଜଣ ସୁସ୍ଥ ହୋଇଛନ୍ତି। ପୂର୍ବରୁ କରୋନା ଯୋଗୁଁ  7ଜଣଙ୍କ ମୃତ୍ୟୁ ଘଟିଥିବାବେଳେ  ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ରାଜ୍ୟରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଥିବାବେଳେ ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Related posts