
ଭୁବନେଶ୍ବର : ରାଜ୍ୟରେ ଆଉ 123 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 35 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ 22, ନୂଆପଡା ଓ ବଲାଙ୍ଗୀରରୁ 14 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ 10, କନ୍ଧମାଳରୁ 7, କୋରାପୁଟରୁ 5, କେନ୍ଦ୍ରାପଡାରୁ 4 ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ବର, ଢେଙ୍କାନାଳ ଓ ନୟାଗଡରୁ 3 ଜଣ ଲେଖାଏଁ, ଅନୁଗୁଳ, ମୟୁରଭଞ୍ଜ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 1604ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2608ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 994ରେ ପହଞ୍ଚିଛି ।