Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର : ଟାଉନ୍‌ ଭିତରେ ରହିବନି ବସ୍‌, ସ୍ଥାନାନ୍ତରିତ ହେବ ବସ୍‌ଷ୍ଟାଣ୍ଡ୍‌
ଆଜିର ଖବର

ଜଗତସିଂହପୁର : ଟାଉନ୍‌ ଭିତରେ ରହିବନି ବସ୍‌, ସ୍ଥାନାନ୍ତରିତ ହେବ ବସ୍‌ଷ୍ଟାଣ୍ଡ୍‌

June 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଜଗତସିଂହପୁର ବସଷ୍ଟାଣ୍ଡ ଯୋଗଧାରୀକୁ ସ୍ଥାନାନ୍ତରଣ ନିମନ୍ତେ ଶୁକ୍ରବାର ଦିନ ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପ୍ରଶାସନ ଓ ବସ୍ ମାଲିକ ଆସୋସିଏସନ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କହିଲେ ରାଜ୍ୟରେ ସାଧାରଣ ପରିବହନ ସେବା ଆରମ୍ଭ ହୋଇଥିବାରୁ ବର୍ତ୍ତମାନର ବସଷ୍ଟାଣ୍ଡ ଅଧିକ ଜନଗହଳି ହେବାର ଆଶଙ୍କା ଦେଖାଦେଇଛି। କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମ୍ୟୁନିସିପାଲିଟି ଅଞ୍ଚଳରେ ଅଧିକ ଭିଡ କମାଇବା ପାଇଁ ସହରର ମଧ୍ୟ୍ୟ ଭାଗରେ ଥିବା ବସଷ୍ଟାଣ୍ଡକୁ ଯୋଗଧାରୀ ଠାରେ ହୋଇଥିବା ନୂତନ ବସଷ୍ଟାଣ୍ଡକୁ ସ୍ଥାନାନ୍ତରଣ କରାଯିବ।

ଏହାଦ୍ୱାରା ଟାଉନ୍ ଭିତରେ କୌଣସି ବସ୍ ନରହି କଲେଜ୍ ଛକ ଓ ଯୋଗଧାରୀଠାରେ ଲୋକମାନେ ଓହ୍ଲାଇବେ ଓ ଚଢିବେ। ସହରର ମଧ୍ୟଭାଗରେ ଥିବା ବସଷ୍ଟାଣ୍ଡରେ ଲୋକମାନେ ଓହ୍ଲାଇ ମିଠା ଦୋକାନ, ଫଳ ଦୋକାନ, ଲୁଗାଦୋକାନ ଆଦି ବିଭିନ୍ନ ଦୋକାନରେ ଅତ୍ୟଧିକ ଭିଡ ବଢିବା ଆଶଙ୍କା ରହିଛି।

ଏଥିସହିତ ଟ୍ରେକର୍ ଓ ଅଟୋଷ୍ଟାଣ୍ଡ ସରଳାଦେବୀ କଲ୍ୟାଣମଣ୍ଡପ ,ଯୋଗଧାରୀ ଠାରେ ରଖାଯିବା ପାଇଁ ବ୍ୟବସ୍ଥା କରାଯିବ। କଲେଜ୍ ଛକଠାରେ ଏକ “ବସ୍ ବେ” ନିର୍ମାଣ କରାଯିବ ଓ ଜଗତସିଂହପୁର ମ୍ୟୁନିସିପାଲିଟି ପକ୍ଷରୁ ଛୋଟଗାଡି ଉଇଙ୍ଗର ୨/୩ଟି ଚଲାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ବସ୍ ଗୁଡ଼ିକ ନିର୍ଦ୍ଧାରିତ ସମୟ ରହଣୀ କଟକ-ପାରାଦ୍ବୀପ ବସ୍ ଓ କାକଟପୁର, ନିମାପଡ଼ା, ପୁରୀ ବସ୍ ଗୁଡିକର ରୁଟ୍ ନିର୍ଦ୍ଧାରଣ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଓ ବସ୍ ଆସୋସିଏସନ୍ କର୍ମକର୍ତ୍ତା ସମାଧାନ କରିବେ। ଚାଟରା କୃଷକ ବଜାର ଠାରେ ମଙ୍ଗଳବାର ସାପ୍ତାହିକ ହାଟ ହେବାପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିୟନ୍ତ୍ରିତ ବଜାର କମିଟି ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ବ୍ୟବସ୍ଥା କରିବେ।

ଏହି ବୈଠକରେ ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଉପ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ,ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ କୁମାର ପଣ୍ଡା, ଜଗତସିଂହପୁର ବସ୍ ଓନର ଆସୋସିଏସନ୍ କୈଳାଶ ଚନ୍ଦ୍ର ସାହୁ, ଉପସଭାପତି ରମେଶ ଚନ୍ଦ୍ର ଭୂୟାଁ, ସଂପାଦକ ଲକ୍ଷ୍ମୀଧର ବିଶ୍ୱାଳ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସ୍ଥାନାନ୍ତରିତ
Share. Facebook Twitter LinkedIn Email WhatsApp Copy Link

Related Posts

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026
Latest News

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.