Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ଡାଉନ୍‌ର କରୁଣ ପରିଣତି :  ମାତ୍ର ତିନିହଜାର ଟଙ୍କାରେ ଅଢେଇ ମାସର ଶିଶୁକୁ ବିକ୍ରି କଲେ ମାତାପିତା
ଆଜିର ଖବର

ଲକ୍‌ଡାଉନ୍‌ର କରୁଣ ପରିଣତି :  ମାତ୍ର ତିନିହଜାର ଟଙ୍କାରେ ଅଢେଇ ମାସର ଶିଶୁକୁ ବିକ୍ରି କଲେ ମାତାପିତା

June 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପଶ୍ଚିମବଙ୍ଗ : ଭୋକ ଆଗରେ ବଳି ପଡିଲା ମାତୃତ୍ବ ଆଉ ମମତା । କରୋନା ମହାମାରୀ ସହ ଲଢେଇ ପାଇଁ ଭାରତରେ ଲକ୍‌ ଡାଉନ୍‌ ଜାରି ରହିଛି । ରୋଗ ସଂକ୍ରମଣରୁ ରକ୍ଷା ପାଇଁ ସାରା ଭାରତରେ ଗୋଟାଏ ପରେ ଗୋଟାଏ ହୋଇ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଏହା ମଧ୍ୟରେ ଭୋକ ବନାମ ଜୀବନର ସଂଘର୍ଷ ଦେଖିବାକୁ ମିଳୁଛି । ରୋଗ ଦାଉରୁ ମଣିଷକୁ ବଞ୍ଚାଇବାକୁ ସରକାର ଚେଷ୍ଟା କରୁଥିବାବେଳେ ଭୋକ କଷ୍ଟରୁ ମଣିଷକୁ ବଞ୍ଚାଇବା ସହଜ ହୋଇପାରୁନାହିଁ ।

ପେଟ ଭୋକ ପାଇଁ ଜଣେ ମା’ ତା’ ମାତୃତ୍ବର ମଧ୍ୟ ବଳି ଚଢାଉ ଦେଉଛି । ଏପରି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀ ପୁର ଅଞ୍ଚଳରୁ । ମାତ୍ର ଅଢେଇ ମାସର ଶିଶୁ କନ୍ୟାକୁ ତା’ର ପିତାମାତା ମାତ୍ର ତିନି ହଜାର ଟଙ୍କାରେ ବିକ୍ରି କରି ଦେଇଛନ୍ତି । ଶିଶୁ କନ୍ୟାଟିର ପିତା ଜଣେ ଶ୍ରମିକ ଥିବାବେଳେ  ତା’ର ମାତା ଅନ୍ୟମାନଙ୍କ ଘରେ କାମ କରି ଜୀବନ ନିର୍ବାହ କରିଥାଏ । କିନ୍ତୁ ଗତ ତିନି ମାସ ଧରି ଲକ୍‌ଡାଉନ୍‌ ଯୋଗୁଁ ଦୁହେଁ ବେକାର ହୋଇ ବସି ରହିଛନ୍ତି । ଅର୍ଥ ଅଭାବ ଯୋଗୁଁ  ସେମାନେ ଏହି ଶିଶୁଟିକୁ ଖାଦ୍ୟ ଦେବାରେ ମଧ୍ୟ ଅସମର୍ଥ ହୋଇପଡିଛନ୍ତି । ଏଥିପାଇଁ ସେ ତାଙ୍କର ଜଣେ ଦୂର ସମ୍ପର୍କୀୟଙ୍କୁ ଏହି ଶିଶୁକନ୍ୟାଟିକୁ ବିକ୍ରି କରି  କରିଦେଇଛନ୍ତି ।

ଏହି ଶିଶୁ କନ୍ୟାଟିକୁ ହାଓ୍ବାଡ ନିକଟରୁ ଉଦ୍ଧାର କରାଯାଇଛି । ଶିଶୁ କନ୍ୟାଟିକୁ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ଶିଶୁ କନ୍ୟାର ମାତା ପିତା ଏପର୍ଯ୍ୟନ୍ତ ଫେରାର ରହିଛନ୍ତି । ପୋଲିସ୍‌ ତଦନ୍ତ ପରେ ଶିଶୁ କନ୍ୟାଟି ବିକ୍ରି ହୋଇଥିବାର ସୂଚନା ମିଳିଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଶିଶୁ କନ୍ୟାଟିକୁ ପଡୋଶୀଙ୍କ ସୂଚନା ଅନୁସାରେ ପୋଲିସ୍‌ ଏହି ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା । କିଛିଦିନ ହେବ ପଡୋଶୀମାନେ ଶିଶୁର କ୍ରନ୍ଦନ ଶୁଣିନଥିବାବେଳେ ତାଙ୍କୁ ଦେଖିନଥିବାର ଅଭିଯୋଗ ପରେ ପଡୋଶୀମାନେ ପୋଲିସ୍‌ରେ ଖବର ଦେଇଥିଲେ । ଏହାପରେ ଘଟଣାର ସତ୍ୟ କାହାଣୀ ପଦାକୁ ଆସିଥିଲା ।

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରାବଣ ମାସରେ ୩୪ ଲକ୍ଷରୁ ଅଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କଲା ଓଡ଼ିଶା ପୋଲିସ

August 25, 2026

“ସଂଖ୍ୟାଗୁଡ଼ିକ ଚିନ୍ତାଜନକ”: SIR ଉପରେ ପ୍ରଶ୍ନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

August 25, 2026

ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

August 25, 2026

ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ରର ଅଭାବ ରହିବ ନାହିଁ: ବଡ଼ ନିଷ୍ପତ୍ତି ନେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

August 25, 2026
Latest News

ଶ୍ରାବଣ ମାସରେ ୩୪ ଲକ୍ଷରୁ ଅଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କଲା ଓଡ଼ିଶା ପୋଲିସ

August 25, 2026

“ସଂଖ୍ୟାଗୁଡ଼ିକ ଚିନ୍ତାଜନକ”: SIR ଉପରେ ପ୍ରଶ୍ନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

August 25, 2026

ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

August 25, 2026

ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ରର ଅଭାବ ରହିବ ନାହିଁ: ବଡ଼ ନିଷ୍ପତ୍ତି ନେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

August 25, 2026

ସଂସଦ କମିଟି ବୈଠକରେ ହଟ୍ଟଗୋଳ: ପେଲେଟ୍ ଗନ୍ ଉପରେ ଆଲୋଚନା ପାଇଁ ଦାବି

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.