ପାଇଲଟ ଟ୍ରେନିଂ ବିମାନ ଦୁର୍ଘଟଣାଗସ୍ତ : ଦୁଇ ମୃତ

Published: Jun 8, 2020, 8:45 am IST

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ୍ ଟ୍ରେନିଂ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାଇଲଟ୍ ଟ୍ରେନିଂ ନେଉଥିବାବେଳେ ଏୟାରଷ୍ଟ୍ରିପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟଙ୍କ ମୃତ୍ୟୁ ହୋଇଛି।  ମୃତ ପୁରୁଷ ପାଇଲଟ ଜଣଙ୍କ ପ୍ରଶିକ୍ଷକ ଥିବାବେଳେ ମହିଳା ଜଣକ ଟ୍ରେନି ପାଇଲଟ୍ ଥିଲେ।

ଆଜି ସକାଳେ ଏହି 2 ଟ୍ରେନି ପାଇଲଟ ଏୟାରଷ୍ଟ୍ରିପ ଉପରେ ଉଡ଼ୁଥିବା ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଉଡାଣ ସମୟରେ ବିମାନଟି ଖସିପଡ଼ିଥଲା ବୋଲି ସୂଚନା ମିଳିଛି। ଉଭୟଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ।

Related posts