ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

Published: Jun 8, 2020, 4:40 pm IST

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ  ଆୟୋଜିତ ଏକ ଶିବିର ଔଷଧ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା 13 ତାରିଖ ଯାଏ ଚାଲିବ ଏହି ହୋମିଓପାଥି ଚିକିତ୍ସା ଶିବିର।  ଦଇତାପତି, ପ୍ରତିହାରୀ, ସୁଆର, ପୂଜାପଣ୍ଡା, ଗରାବଡ଼ୁ ସେବକଙ୍କୁ ଏହି ଔଷଧ ଦିଆଯିବ ।

ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ବିନା ଭକ୍ତରେ ଆୟୋଜିତ କରାଯାଇଛି । ସ୍ନାନଯାତ୍ରା ମହାପ୍ରଭୁ ମହାସ୍ନାନ କରି ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ରହିଛନ୍ତି ।

Related posts