କରୋନାରେ ତାନ୍ତ୍ରିକଙ୍କ ମୃତ୍ୟୁ, ମରିବା ପୂର୍ବରୁ 23 ଜଣଙ୍କୁ କଲେ ସଂକ୍ରମଣ

Published: Jun 11, 2020, 10:56 am IST

ଭୋପାଳ : ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଜଣେ ତାନ୍ତ୍ରିକଙ୍କ କରୋନା ଭାଇରସ ଯୋଗୁଁ ମୃତ୍ୟୁ ହୋଇଛି । ତନ୍ତ୍ରିକଙ୍କ ମୃତ୍ୟୁ ହେବା ପରେ ତାଙ୍କର ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଛି । ଏବେ ନମୁନା ରିପୋର୍ଟ ଆସିବା ପରେ ଜଣାଯାଇଛି ଯେ, 23 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ରତଲାମ ଜିଲ୍ଲାର ନୟାପୁରା ଅଂଚଳରେ ଜଣେ ତାନ୍ତ୍ରିକ ଝଡ଼ା ଫୁଙ୍କା କରିବା ସହ ଲୋକଙ୍କୁ ତାବିଜ ବାଣ୍ଟିଥାନ୍ତି । ବାବା ଅନେକ ସମୟରେ ଲୋକଙ୍କର ହାତକୁ ଚୁମ୍ବନ କରିଥାନ୍ତି ବୋଲି  ସ୍ଥାନୀୟ ଲୋକେ କହିଛନ୍ତି ।ବହୁ ଲୋକେ ତାନ୍ତ୍ରିକଙ୍କ ନିକଟକୁ ଯାଇଥାନ୍ତି ବୋଲି ସୂଚନା ରହିଛି ।

ଗତ 4 ତାରିଖରେ କରୋନା ଯୋଗୁଁ ତାନ୍ତ୍ରିକଙ୍କର ମୃତ୍ୟୁ ହୋଇଥିଲା । ନିୟମ ଅନୁସାରେ ବାବାଙ୍କ କଣ୍ଟାକ୍ଟ ହିଷ୍ଟ୍ରି ସଂଗ୍ରହ କରାଯାଇଥିଲା ।  ଏହା ପରେ 23 ଜଣଙ୍କର ନମୁନା ସଂଗ୍ରହ କରାଯାଇଥିଲା । କରୋନା ପଜିଟିଭ ଚିହ୍ନଟ ସମସ୍ତ ଲୋକେ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି ।

ମଧ୍ୟପ୍ରଦେଶର ଇନ୍ଦୋର ସହରରେ କରୋନା ମାମଲା ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା 3922 ଟପିଥିବାବେଳେ 163ଜଣଙ୍କର ମୃତ୍ୟୁ ହୋଇଛି ।

Related posts