ଭୁବନେଶ୍ବରରେ ଜଣେ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ

Published: Jun 11, 2020, 11:42 am IST

ଭୁବନେଶ୍ବର : ଭୁବନେଶ୍ବରଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତ ମହିଳାଙ୍କ ବୟସ 38 ବର୍ଷ ବୋଲି ଜଣାପଡିଛି । ମହିଳା ଜଣକ କରୋନା ଆକ୍ରାନ୍ତ ହୋଇଥିଲେ ବି ତାଙ୍କଠାରେ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା । ସୋରିଆସିସ୍‌ ପାଇଁ ଦୀର୍ଘଦିନରୁ ମହିଳାଙ୍କ ଚିକିତ୍ସା ଜାରି ରହିଥିଲା ବୋଲି ସୂଚନା ରହିଛି । ସେପଟିକ୍‌ ସକ୍‌ ଓ ମଲ୍ଟି ଅର୍ଗାନ୍‌ ଫେଲ୍‌ ପାଇଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ପୂର୍ବରୁ ମଧ୍ୟ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ସୂଚନାଯୋଗ୍ୟ ଆଜି ରାଜ୍ୟରେ 136 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1092, ସୁସ୍ଥ ହୋଇଛନ୍ତି 2282 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 9ଜଣ ।

Related posts