କର୍ଫ୍ୟୁ କୋହଳ କଲେ ରାଜ୍ୟ ସରକାର

Published: Jun 11, 2020, 2:03 pm IST

ଭୁବନେଶ୍ବର :  ରାତ୍ରକାଳୀନ କର୍ଫ୍ୟୁରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ତେବେ ଏହା କର୍ଫ୍ୟୁ କୋହଳ ମାତ୍ର ଗୋଟିଏ ଦିନ ପାଇଁ ହୋଇଥିବାର ସୂଚନା ରହିଛି । 12 ତାରିଖ ଶୁକ୍ରବାର ଦିନ ରାତ୍ରକାଳୀନ କର୍ଫ୍ୟୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଦିନ ରାତି 10ଟାରୁ କର୍ଫ୍ୟୁ ଜାରି ହେବା ନେଇ ସ୍ବତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।ରଜ ପର୍ବ ପାଇଁ କର୍ଫ୍ୟୁରେ କୋହଳ କରାଯାଇଛି । 12 ତାରିଖ ଦିନ ସନ୍ଧ୍ୟା 7ଟା ପରିବର୍ତ୍ତେ ରାତି 10ଟାରୁ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ ,  ଅନ୍‌ଲକ୍‌ 1.0ରେ କେନ୍ଦ୍ର ସରକାର ରାତ୍ର 9ରୁ ସକାଳ 5ଟା ଯାଏଁ କର୍ଫ୍ୟୁ ଲାଗୁ କରିଥିବାବେଳେ ରାଜ୍ୟ ସରକାର  ସନ୍ଧ୍ୟା 7ରୁ ସକାଳ 5ଟା ଯାଏଁ କର୍ଫ୍ୟୁ ବଳବତ୍ତର ରଖିଛନ୍ତି ।

Related posts