ଭୁବନେଶ୍ବରରୁ ପୁଣି ଦୁଇ ପଜିଟିଭ୍‌ ଚିହ୍ନଟ

Published: Jun 11, 2020, 2:30 pm IST

ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 136 ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରରୁ 2 ଜଣ ରହିଛନ୍ତି । ଏହି ଦୁଇ ଜଣଙ୍କ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବାର ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।  ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ 25 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 67 ବର୍ଷୀୟ ବ୍ୟକ୍ତି ।  25 ବର୍ଷୀୟ ଯୁବକ ଜଣେ ଆପୋଲ ହସ୍ପିଟାଲରେ କାର୍ଯ୍ୟରତ ରହିଥିବାବେଳେ ତାଙ୍କ ପରିବାରର ଜଣେ ସଦସ୍ୟ ନିକଟରେ ସୁରତରୁ ଫେରିଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟଜଣେ ଆକ୍ରାନ୍ତ ଜଣକ ନୟାପଲ୍ଲୀ ଶ୍ରୀରାମ ଆପାର୍ଟମେଣ୍ଟରେ ରହୁଥିଲେ ।  67 ବର୍ଷୀୟ ଏହି ବ୍ୟକ୍ତି ଜଣକ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ସୂଚନା ରହିଛି।

ଆଜିର ଦୁଇ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 101ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 55 ଜଣ ଓ ମୃତ୍ୟୁବରଣ କରିଛନ୍ତି ତିନିଜଣ  । ସେହିପରି ଅନ୍ୟ ତିନିଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅନ୍ୟ ରୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

Related posts