ଦେଶରେ କରୋନା ଆରୋଗ୍ୟ ହାର 49 ପ୍ରତିଶତକୁ ବୃଦ୍ଧି

Published: Jun 12, 2020, 8:55 pm IST

ନୂଆଦିଲ୍ଲୀ : କରୋନା ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 49.47%ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ସୁଦ୍ଧା 1,47,194 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 1,41,842 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । କେବଳ ଗତ 24 ଘଣ୍ଟା ମଧ୍ୟରେ 6,166 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଦ୍ଵିଗୁଣିତ ହେବା ହାର ମଧ୍ୟ ହ୍ରାସ ପାଇଛି । ଲକଡାଉନ ଆରମ୍ଭରେ ଆକ୍ରାନ୍ତଙ୍କ ସଂଖ୍ୟା 3.4 ଦିନରେ ଦ୍ଵିଗୁଣିତ ହେଉଥିବା ବେଳେ ଏବେ ଏହା 17.4 ଦିନରେ ଦ୍ଵିଗୁଣିତ ହେଉଛି । ଦେଶରେ ବର୍ତ୍ତମାନ 877 ପରୀକ୍ଷାଗାରରେ ନମୂନା ପରୀକ୍ଷଣ କରାଯାଉଛି । ବିଗତ 24 ଘଣ୍ଟା ମଧ୍ୟରେ 1,50,305 ନମୁନା ପରୀକ୍ଷଣ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ 53,63,445 ନମୁନା ପରୀକ୍ଷଣ ହୋଇଛି । (ଏଜେନ୍ସି)

Related posts