ଆଜି ଭୁବନେଶ୍ବରରୁ ତିନି ପଜିଟିଭ୍‌ ଚିହ୍ନଟ

Published: Jun 13, 2020, 1:15 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନିଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବାବେଳେ ଜଣେ ଲୋକାଲ୍‌ କେସ୍‌ ବୋଲି ଜଣାପଡିଛି । ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ଦୁଇ ଆକ୍ରାନ୍ତ ମଧ୍ୟରେ ଜଣେ 27 ବର୍ଷୀୟ ଯୁବକ ରହିଛନ୍ତି । ଭୁବନେଶ୍ବର ବିମାନ ବନ୍ଦର ନିକଟସ୍ଥ ଭୀମପୁରର ବାସିନ୍ଦା ହୋଇଥିବା ଏହି ଯୁବକ ଜଣକ ନିକଟରେ ଦିଲ୍ଲୀରୁ ଫେରିଥିବାର ଜଣାପଡିଛି । ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ଅନ୍ୟ ଜଣେ ଆକ୍ରାନ୍ତଙ୍କ ବୟସ 36 ବର୍ଷ ହୋଇଥିବାବେଳେ ସେ କଳିଙ୍ଗ ଷ୍ଟୁଡିଓ ନିକଟସ୍ଥ ଭରତପରୁରୁ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟ ନିକଟରେ ଦିଲ୍ଲୀରୁ ଫେରିଥିଲେ ।

ଅନ୍ୟ ଜଣେ ଆକ୍ରାନ୍ତ ଲୋକାଲ୍‌ କେସ୍‌ ହୋଇଥିବାର ସୂଚନା ଦେଇଛି ବିଏମ୍‌ସି । ଡୁମାଡୁମାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ  ବୟସ 48 ବର୍ଷ ବୋଲି ଜଣାପଡିଛି। ସେ ନିକଟରେ ଗଞ୍ଜାମରୁ ଫେରିଥିବାର ସୂଚନା ରହିଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 106କୁ ବୃଦ୍ଧି ହୋଇଛି । ସେହିପରି 60 ଜଣ ସୁସ୍ଥ ହୋଇଛନ୍ତି ।  ଏବେ ସୁଦ୍ଧା 42 ଜଣ ସକ୍ରିୟ ରହିଛନ୍ତି । କରୋନା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏବେ ସୁଦ୍ଧା 42 ଜଣ ସକ୍ରିୟ ରହିଛନ୍ତି । ସେହିପରି ଆଜି ଜଣେ କରୋନାରୁ ମୁକ୍ତ ହୋଇଥିବାର ସୂଚନା ରହିଛି ।

Related posts