Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାକଟିଦେଉଳ ବ୍ଲକ୍‌ର ଏକ ଗାଁର ଚିତ୍ର : ଗାଁର ମାନ୍ୟତା ପାଇ ନଥିବା ମାରୁଆଡିମୁଣ୍ଡା ଗ୍ରାମ
ଆଜିର ଖବର

ନାକଟିଦେଉଳ ବ୍ଲକ୍‌ର ଏକ ଗାଁର ଚିତ୍ର : ଗାଁର ମାନ୍ୟତା ପାଇ ନଥିବା ମାରୁଆଡିମୁଣ୍ଡା ଗ୍ରାମ

June 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ-ଗ୍ରାମାଂଚଳର ବିକାଶ ପାଇଁ ସରକାର କୋଟି  କୋଟି ଟଙ୍କା  ଖର୍ଚ୍ଚ କରୁଛନ୍ତି । ଏଥିପାଇଁ ସରକାର ରାସ୍ତା, ପୋଖରୀ, ବନ୍ଧ , କଟା , ଖେଳପଡିଆ, ନଳକୁପ , ବିଜୁପକ୍କାଘର , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି  ଯୋଜନାରେ ଅନ୍ତର୍ଭୁକ୍ତ କରି ଗ୍ରାମ ବିକାଶ ଦିଗରେ ଅର୍ଥକୁ ବିନିଯୋଗ କରୁଛନ୍ତି । ହେଲେ ସେ ଟଙ୍କା ନା ହିତାଧିକାରୀ ପାଇ ପାରୁଛି ନା ଟଙ୍କା ଗାଁକୁ ପହଂଚି ଗ୍ରାମବିକାଶରେ ଲାଗୁଛି । ଯୋଜନା କେବଳ ଯୋଜନାରେ ରହିଯାଉଛି ଓ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏମାନଙ୍କ ପାଖରେ ଜନପ୍ରତିନିଧିମାନଙ୍କର ଦେଖାମିଳୁନାହିଁ । ନିର୍ବାଚନ ସମୟରେ ଭୋଟରଙ୍କୁ ଦେଇଥିବା ଇସ୍ତାହାର କେବଳ ଶସ୍ତାକ୍ଷର ହେବାକୁ ଲାଗୁଛି ।

ଏଭଳି ଏକ ଗ୍ରାମ ରହିଛି ଯାହାକି ସରକାରୀ ଯୋଜନା କଣ ସେଠାକାର ଲୋକମାନେ ଜାଣି ନାହାନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମପଂଚାୟତର ମାରୁଆଡିମୁଣ୍ଡା । ଗାଁଟି ଏବେ ବି ରେଭେନ୍ୟୁ ଗ୍ରାମର ମାନ୍ୟତା ପାଇ ପାରିନାହିଁ। ସରକାରୀ କାଗଜ ପତ୍ର କେବଳ ସରାପାଲି ଗ୍ରାମ ଭାବରେ ରହିଛି। ସ୍ୱାଧିନତାର ବହୁବର୍ଷ ପରେ ମଧ୍ୟ ସରକାର ଏହି ପଡାକୁ ଗାଁର ମାନ୍ୟତା ଦେଇପାରିନାହାନ୍ତି । ଗ୍ରାମରେ ପାଖାପାଖି ୧୫୦ ପରିବାର ରହୁଛନ୍ତି । ଗ୍ରାମରେ ପାଖାପାଖି ୯୦% ଲୋକ ଆଦିବାସୀ ଓ ହରିଜନ ବର୍ଗର । ଏହି ଗାଁରେ ମୁଣ୍ଡା , ମାହାର , ଗଣ୍ଡ, ଖଇରା, ଲୁହୁରା,ବାରିକ ଓ ଚଷା ଜାତିର ଲୋକ ବାସ କରନ୍ତି । ଏହି ଗ୍ରାମଟି ରାସ୍ତାପାଶ୍ୱର୍ରେ ଥିଲେ ମଧ୍ୟ ଅନ୍ଧାର ଭିତରେ ରହିଯାଇଛି । ଏଭଳି ଗାଁ ଥାଇ ମଧ୍ୟ  ରାଜନେତାମାନଙ୍କର ଗୋଡ ପଡୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗାଁକୁ  ଶାସକ ଦଳ କି ବିରୋଧୀ ଦଳ ନେତାଙ୍କ ପାଦପଡୁ ନାହିଁ ।

ଗାଁ ମଝିରେ ହିଁ କଂକ୍ରିଟ୍ ରାସ୍ତା ଥିବ ବେଳେ ଅନ୍ୟପଡାକୁ କଂକ୍ରିଟ କରଣ ଏ ପର୍ଯ୍ୟନ୍ତ କରାଯାଇ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମର ମାହାର ସାହିରେ ନଳକୂପ ଥିଲେ ମଧ୍ୟ ନଳକୂପର ଜଳ ଦୂଷିତ ଥିବାରୁ ବ୍ୟବହାର ହେଉନାହିଁ। ଗ୍ରାମ ପାଖରେ ଥିବା ଏକ ନଳକୂପର ପାଣି ଦୂଷିତ ଯୋଗୁଁ ଲୋକମାନେ ଦୂରରେ ଥିବା ନଳକୂପରୁ ପାଣି ଆଣି ଚଳୁଛନ୍ତି । ଏହି ନଳକୂପର ପାଣି ବ୍ୟବହାର କରି ଗ୍ରାମର ସନ୍ତୋଷ ସାହୁ ନାମକ ବ୍ୟକ୍ତି କିଡନୀ ରୋଗରେ ଏବେ ବି ମୁର୍ମୁଷୁ ଅବସ୍ଥାରେ ଘରେ ପଡି ରହିଛନ୍ତି । ସରକାରୀ ସହାୟତା କହିଲେ କିଛି ନାହିଁ । ନିହାତି ଗରିବ ପରିବାର ହୋଇଥିବାରୁ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇ ପାରୁନାହାନ୍ତି । ଯା ଫଳରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସନ୍ତୋଷ । ଏହି କିଡନୀ ରୋଗୀକୁ କିଛି ଆର୍ଥିକ ସାହାଯ୍ୟ କରିବାକୁ ଦାବୀ ହେଉଛି ।

ଗ୍ରାମର ସମସ୍ତ ସାହିକୁ ପକ୍କା ରାସ୍ତା ହୋଇ ପାରିନି । ସରକାର ଆଦିବାସୀ ଓ ହରିଜନ ଲୋକ ଯେଉଁଠି ବାସ କରୁଛନ୍ତି ସେ ଗାଁକୁ ପକ୍କା ରାସ୍ତା ପାଇଁ ପ୍ରାଧାନ୍ୟ ଦେଉଥିବା ବେଳେ ଏହି ଗାଁରେ ଏହା ସାତସପନ । ବର୍ଷା ହେଲେ ଗାଁ ଦାଣ୍ଡରେ ପାଣି ଜମି ଯାଉଛି । ଗାଁ ରେ ଥିବା ପୋଖରୀରେ ପାବଚ୍ଛ ନିର୍ମାଣ ହୋଇ ନ ଥିବାରୁ ଗାଁ ଲୋକମାନେ ଗାଧୋଇବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଖରାଦିନେ ବନ୍ଧର ପାଣି ସୁଖିଯାଇଥାଏ । ସରକାର ଖେଳକୁ ଗୁରୁତ୍ୱ ଦେଉଥିବା ବେଳେ ଖେଳ ପଡିଆର ଉନ୍ନତିକରଣ କରାଯାଇନାହିଁ ।

ସରକାର ପଂଚାୟତ ତରଫରୁ ପ୍ରତି ଗାଁକୁ ଷ୍ଟ୍ରିଟ୍‌ଲାଇଟର ବ୍ୟବସ୍ଥା କରୁଥିଲେ ମଧ୍ୟ ଏହି ଗାଁରେ ସେ ସବୁର ବ୍ୟବସ୍ଥା ନାହିଁ । ରାତି ହେଲେ ଗାଁ ଅନ୍ଧକାରମୟ । ସରକାରଙ୍କ ଏହି ସବୁ ଯୋଜନା କାହାପାଇଁ ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଗ୍ରାମର ଅଚ୍ୟୁତ ମାହାର ,(୬୫)ଗୁଟିକା ମାହାର (୫୫)ଏବଂ ମମତା ମୁଣ୍ଡା(୪୫)ଙ୍କର ଘର ଖଣ୍ଡିଏ ନ ଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖିବା ସେମାନଙ୍କର ଭାଗ୍ୟରେ ଜୁଟିଛି । ସରକାର ପ୍ରତ୍ୟେକ ସାହିରେ ଆମ ଗାଁ ଆମ ବିକାଶ ଯୋଜନାରେ କମ୍ୟୁନିଟି ହଲ ତିଆରି କରୁଥିବା ବେଳେ ଏହି ଗାଁ ରେ ଏହା ଦିବା ସ୍ୱପ୍ନ । ଗ୍ରାମବାସୀ ଗୋଟିଏ ସ୍ଥାନରେ ବସି ସଭାସମିତି ହେଉବା ପୂଜାପାର୍ବଣ ପାଳନ କରିବାରେ  ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । କେବଳ ଏହି ଗାଁରେ ହାତୀ ଦେବି ଘୋଡା ଦେବି ମୋ ପେଁକାଳି ବଜେଇ ଦେବି ରାଜନୀତି ଚାଲିଛି ଆଉ କିଛି ନୁହଁ ।

ସରକାର ଏଭଳି ଅବହେଳିତ ଅବସ୍ଥାରେ ଥିବା ଗାଁ ମାରୁଆଡିମୁଣ୍ଡା ପ୍ରତି ଟିକିଏ ଧ୍ୟାନ ଦେଲେ ଗ୍ରାମାବାସୀ ଏହିସବୁ ସୁବିଧାସୁଯୋଗ ପାଇପାରନ୍ତେ । ଆଗାମୀ ଦିନରେ ଗାଁ ପ୍ରତି କୌଣସି କଥା ସରକାର ନ ଶୁଣିଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ନାକ୍ଟିଦେଉଳ
Share. Facebook Twitter LinkedIn Email WhatsApp Copy Link

Related Posts

ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

July 14, 2026

ପିସି-ପିଏନଡିଟି ଆଇନ ଉଲ୍ଲଙ୍ଘନ ଅଭିଯୋଗ: ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

July 14, 2026

୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

July 14, 2026

ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ଯୋଗଦେଲେ ପ୍ରଭାତୀ ପରିଡ଼ା

July 14, 2026
Latest News

ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

July 14, 2026

ପିସି-ପିଏନଡିଟି ଆଇନ ଉଲ୍ଲଙ୍ଘନ ଅଭିଯୋଗ: ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

July 14, 2026

୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

July 14, 2026

ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ଯୋଗଦେଲେ ପ୍ରଭାତୀ ପରିଡ଼ା

July 14, 2026

ବିସ୍ତୃତ ରାଶିଫଳ: ଜୁଲାଇ ୧୪ ତାରିଖ ମଙ୍ଗଳବାରରେ ଛଅଟି ରାଶିର ବ୍ୟକ୍ତି ହେବେ ମାଲାମାଲ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.