ସରକାରୀ ଟେଣ୍ଡରରୁ ଚୀନ୍‌ କମ୍ପାନୀକୁ ବାଦ ଦିଆଯାଉ : ଆରଏସଏସ୍‌

Published: Jun 17, 2020, 12:00 pm IST

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ମଧ୍ୟରେ ସୀମା ବିବାଦକୁ ନେଇ ମନ୍ତବ୍ୟ ଦେଇଛି ଆର୍‌ଏସ୍‌ଏସ୍‌ । ସମସ୍ତ ସରକାରୀ ଟେଣ୍ଡରରୁ ଚୀନ୍‌ କମ୍ପାନୀକୁ ବାଦ ଦିଆଯିବା ଉଚିତ୍‌ ବୋଲି ଆରଏସ୍‌ଏସ୍‌ର ସହଯୋଗୀ ସଂସ୍ଥା ସ୍ବଦେଶୀ ଜାଗରଣ ମଞ୍ଚ ଦାବି କରିଛି । ଗଲଓ୍ବାନ୍‌ ଉପତ୍ୟାକାରେ ଉଭୟ ରାଷ୍ଟ୍ର ମଧ୍ୟରେ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଏହି ଆହ୍ବାନ ଦିଆଯାଇଛି । ସମସ୍ତ ଚୀନି କମ୍ପାନୀଙ୍କ ଭାରତ ପ୍ରବେଶ ତଥା ସରକାରୀ କାମର ଟେଣ୍ଡରରୁ ବାଦ ଦିଆଯିବା ଉଚିତ୍‌ ବୋଲି ସଙ୍ଗଠନ ପକ୍ଷରୁ ସରକାରଙ୍କୁ କୁହାଯାଇଛି । ଚୀନି ଉତ୍ପାଦକୁ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରିବାର ସମୟ ଆସିଛି ବୋଲି ସ୍ବଦେଶୀ ଜାଗରଣ ମଞ୍ଚ ସଭାପତି ଅଶ୍ବିନୀ ମହାଜନ ମତ ଦେଇଛନ୍ତି । (ଏଜେନ୍ସି)

Related posts