ଏଟିଏମ୍‌ରୁ ସିସିଟିଭି ଲୁଟ୍‌ ଅଭିଯୋଗରେ ତିନି ଯୁବକ ଗିରଫ

Published: Jun 17, 2020, 5:31 pm IST

ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ : ବାଲୁଗାଁ ସ୍ଥିତ ଏକ ଏଟିଏମ୍‌ରୁ ସିସିଟିଭି ଲୁଟ୍‌ କରିବା ଅଭିଯୋଗରେ ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିଛି । ବାଲୁଗାଁ ସ୍ଥିତ ୟୁନିୟନ୍‌ ବ୍ୟାଙ୍କରୁ ସିସିଟିଭି ଚୋରି ଅଭିଯୋଗରେ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । 15 ତାରିଖ ରାତିରେ ୟୁନିୟନ୍‌ ବ୍ୟାଙ୍କ ଏଟିଏମ୍‌କୁ ଲୁଟ୍‌ କରିବା ଉଦ୍ଦେଶ୍ୟରେ ଏହି ତିନି ଜଣ ପ୍ରବେଶ କରିଥିବା ବେଳେ ଏଟିଏମ୍‌ ଲୁଟ୍‌ କରିବାରେ ବିଫଳ ହୋଇଥିଲେ । ଏହା ପରେ ତିନି ଅଭିଯୁକ୍ତ ଏଟିଏମ୍‌ର ସିସିଟିଭି ଫୁଟେଜ୍‌ ଚୋରି କରି ନେଇଯାଇଥିଲେ । ଏହି ଘଟଣାରେ ତିନି ଅଭିଯୁକ୍ତ ସଞ୍ଜିତ ଲାଲ୍‌(26), ମାଧବ କୁମାର ଘଡେଇ(28) ଏବଂ ସୁମଙ୍ଗଳ ଢାଲି(23)ଙ୍କୁ ପୋଲିସ୍‌ ଗିରଫ କରିଛି । ପୋଲିସ୍‌ ତିନି ଅଭିଯୁକ୍ତଙ୍କୁ ଗିରଫ କରି କେସ୍‌ ନମ୍ବର 104 ଅନୁଯାୟୀ ଆଇପିସିର ଧାରା 457/380/427/34 ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକ ଏହି ମାମଲାର ତଦନ୍ତ କରୁଛନ୍ତି ।

Related posts