Categories
ଆଜିର ଖବର ଜାତୀୟ ଖବର

ଜେରା ବେଳେ ସିସିଟିଭି, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦେଶର ସମସ୍ତ ଥାନା, ହାଜତ, ସିବିଆଇ, ଏନଆଇଏ, ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ଭଳି ତଦନ୍ତକାରୀ ସଂସ୍ଥା ଜେରା କରିବା ବେଳେ ନାଇଟ ଭିଜନଯୁକ୍ତ ସିସିଟିଭି କ୍ୟାମେରା, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ କରିବାକୁ ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଥାନାମାନଙ୍କରେ ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ ଲଗାଯିବାକୁ ସୁପି୍ରମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କୁ ଜେରା ପାଇଁ ବ୍ୟବହାର କରାଯାଉଥିବା କୋଠରୀ ଓ ହାଜତର ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ । କେବଳ ଏତିକି ନୁହେଁ ଲବି, ରିସେପସନ ଅଞ୍ଚଳ, ଇନ୍ସପେକ୍ଟର ଏସଆଇ କୋଠରୀ ଏବଂ ବାଥରୁମ ବାହାରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯିବା ଦରକାର । ଛଅ ମାସ ମଧ୍ୟରେ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ସହିତ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ସରକାରଙ୍କୁ କୁହାଯାଇଛି ।

ମାମଲାର ପରବର୍ତ୍ତୀ ଶୁଣାଣୀ ଜାନୁଆରୀ 27 ତାରିଖରେ ହେବ । ହାଜତରେ ନିର୍ଯାତନା ଅଭିଯୋଗର ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ମାନବାଧିକାର କମିସନ କୋର୍ଟ ପ୍ରତିଷ୍ଠା ଲାଗି ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଡିଆରଏସ (ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ) ରେ ମଧ୍ୟ ସିସିଟିଭି ଲଗାଯିବାକୁ ସୁପି୍ରମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଏଟିଏମ୍‌ରୁ ସିସିଟିଭି ଲୁଟ୍‌ ଅଭିଯୋଗରେ ତିନି ଯୁବକ ଗିରଫ

ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ : ବାଲୁଗାଁ ସ୍ଥିତ ଏକ ଏଟିଏମ୍‌ରୁ ସିସିଟିଭି ଲୁଟ୍‌ କରିବା ଅଭିଯୋଗରେ ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିଛି । ବାଲୁଗାଁ ସ୍ଥିତ ୟୁନିୟନ୍‌ ବ୍ୟାଙ୍କରୁ ସିସିଟିଭି ଚୋରି ଅଭିଯୋଗରେ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । 15 ତାରିଖ ରାତିରେ ୟୁନିୟନ୍‌ ବ୍ୟାଙ୍କ ଏଟିଏମ୍‌କୁ ଲୁଟ୍‌ କରିବା ଉଦ୍ଦେଶ୍ୟରେ ଏହି ତିନି ଜଣ ପ୍ରବେଶ କରିଥିବା ବେଳେ ଏଟିଏମ୍‌ ଲୁଟ୍‌ କରିବାରେ ବିଫଳ ହୋଇଥିଲେ । ଏହା ପରେ ତିନି ଅଭିଯୁକ୍ତ ଏଟିଏମ୍‌ର ସିସିଟିଭି ଫୁଟେଜ୍‌ ଚୋରି କରି ନେଇଯାଇଥିଲେ । ଏହି ଘଟଣାରେ ତିନି ଅଭିଯୁକ୍ତ ସଞ୍ଜିତ ଲାଲ୍‌(26), ମାଧବ କୁମାର ଘଡେଇ(28) ଏବଂ ସୁମଙ୍ଗଳ ଢାଲି(23)ଙ୍କୁ ପୋଲିସ୍‌ ଗିରଫ କରିଛି । ପୋଲିସ୍‌ ତିନି ଅଭିଯୁକ୍ତଙ୍କୁ ଗିରଫ କରି କେସ୍‌ ନମ୍ବର 104 ଅନୁଯାୟୀ ଆଇପିସିର ଧାରା 457/380/427/34 ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକ ଏହି ମାମଲାର ତଦନ୍ତ କରୁଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ ଲଗାଯିବ ସିସିଟିଭି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,02/01 : ରାଜ୍ୟରେ ଦୁର୍ଘଟଣା ଘଟୁଥିବା ବେଳେ ଏହାକୁ ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଫଳରେ ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଜଣାପଡିଛି । ଜାତୀୟ ରାଜପଥରେ 52 କିମି ଦୂରତା ପର୍ଯ୍ୟନ୍ତ ଏହି ସିସିଟିଭି ଲଗାଯିବ ବୋଲି ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଏହି ସୂଚନା ଦେଇଛନ୍ତି । ଗୁରୁବାର କମିଶନରେଟ୍ ପୋଲିସର 12 ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରାଯାଇଛି । ଏହା ସହିତ ରାଜ୍ୟରେ ଟ୍ରାଫିକ୍ ଆଇନକୁ କଡାକଡି କରାଯିବ । ଜୟଦେବ ବିହାର, ନନ୍ଦନକାନନ ରାସ୍ତାର ସମସ୍ୟା ଦୂର ପାଇଁ ଯୋଜନା କରାଯାଉଥିବା ସହିତ ଟେକ୍ନୋସେଭି ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଛି ।