ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ : କୁଲଦୀପ୍‌ ନାୟାର୍‌ (ମରଣୋତ୍ତର), ପ୍ରଭୁ ଦେବା, ଶଙ୍କର ମହାଦେବନ୍‌, ଦ୍ରୋଣାବଳୀ ପ୍ରମୁଖଙ୍କୁ ପଦ୍ମ ପୁରସ୍କାର

Published: Mar 11, 2019, 3:42 pm IST
prabhu deba awarded padma award by prez

ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଅଛନ୍ତି । ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି । ଚଳିତ ବର୍ଷ ସମୁଦାୟ ୧୧୨ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆଜି ୫୬ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ବିଶିଷ୍ଟ ସାମ୍ବାଦିକ କୁଳଦୀପ ନାୟାର (ମରଣୋତ୍ତର), ଅଭିନେତା-ନିର୍ଦ୍ଦେଶକ ପ୍ରଭୁଦେବା, ଗାୟକ ଶଙ୍କର ମହାଦେବନ୍‌, ଅଭିନତୋ ମୋହନଲାଲ୍‌, ଗ୍ରାଣ୍ଡ ମାଷ୍ଟର ହରିକା ଦ୍ରୋଣାବଲୀ, ଶରଥ ଅଚନ୍ତ, କରିଆ ମୁଣ୍ଡ, ହୁକୁମଦେବ ନାରାୟଣ ଯାଦବ, ସୁଖଓ୍ବିନ୍ଦର ସିଂହ ଢିଙ୍କର ପ୍ରମୁଖଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି ।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନଜନକ ପଦ୍ମ ପୁରସ୍କାର ସାହସ, କଳା, ରାଜନୀତି, ସାହିତ୍ୟ, ବିଜ୍ଞାନ, ଚିକିତ୍ସା, ସାମାଜିକ କାର୍ଯ୍ୟକର୍ତ୍ତା, ଡିଜିଟାଲ୍‌ ଅଗ୍ରଦୂତ ତଥା ପରୋପକାରୀ ଲୋକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।

Related posts