Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ଥର ପାଇଁ ଦଶ ଜଣ ଓଡିଆଙ୍କୁ ମିଳିଲା ପଦ୍ମ ପୁରସ୍କାର

ସମୀକ୍ଷା ବ୍ୟୁରୋ :

ଦେଶର ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର ଭିତରେ ରହିଛି ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ। ୧୯୫୪ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଥାଏ। କଳା, ଶିକ୍ଷା, କ୍ରୀଡା, ଔଷଧ, ସମାଜ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ କ୍ଷେତ୍ର, ପ୍ରଶାସନିକ ସେବା, ବାଣିଜ୍ୟ ଓ ଶିଳ୍ପ ଆଦି କ୍ଷେତ୍ରରେ ଅସାଧାରଣ ସଫଳତା ଓ ସେବାର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ଥର ପଦ୍ମ ପୁରସ୍କାରରେ 10 ଓଡ଼ିଆ ସ୍ଥାନ ପାଇଛନ୍ତି । କଳାର କ୍ଷେତ୍ର ଓଡିଆ । କଳା, ସାହିତ୍ୟ, କୃଷି ସବୁ କ୍ଷେତ୍ରରେ ଓଡ଼ିଆ ଯେ ଆଗରେ ତାହା ପୁଣିଥରେ ପ୍ରମାଣିତ କରିଛି । କଳା, ଶିକ୍ଷା, କୃଷି, ଚିକିତ୍ସା ଆଦି ବିଭାଗରେ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ ।

ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମବିଭୂଷଣ ସମ୍ମାନ ମିଳିଥିବାବେଳେ ଚଳିତଥର ଜଣେ ଜୈବିକ କୃଷି ପାଇଁ ବାପ ଝିଅଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ବାପ ଝିଅ ହେଉଛନ୍ତି ରାଧାମୋହନ ଓ ସାବରମତୀ । ସେହିପରି ପଶୁ ସମ୍ପଦର ବିକାଶ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଉଛନ୍ତି ବଟକୃଷ୍ଣ ସାହୁ । ସେହିପରି ସାହିତ୍ୟ ଓ ଶିକ୍ଷା ପାଇଁ ଶିକ୍ଷୟିତ୍ରୀ ଦମୟନ୍ତୀ ବିସ୍ରା, ଗାଳ୍ପିକା ବୀଣାପାଣି ମହାନ୍ତି ଓ ପ୍ରବାସୀ ଓଡ଼ିଆ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ମଧ୍ୟ ପଦ୍ମଶ୍ରୀ ମିଳିଛି । ସେହିପରି ଚିକିତ୍ସା କ୍ଷେତ୍ରରେ ଡ. ଦିଗମ୍ବର ବେହେରାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । କଳା ପାଇଁ ସମ୍ମାନିତ ହୋଇଛନ୍ତି ଉତ୍ସବ ଚରଣ ଦାସ,  ମିତ୍ରଭାନୁ ଗୌନ୍ତିଆ ଓ ସୁନାମଧନ୍ୟ ନିର୍ଦ୍ଦେଶକ ମନମୋହନ ମହାପାତ୍ର । ଓଡ଼ିଆ ସିନେମା ଜଗତରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ହେଉଛନ୍ତି ମନମୋହନ ମହାପାତ୍ର ।  ୨୦୧୮ମସିହାର ଫିଲ୍ମ ଭିଜା ମାଟିର ସ୍ୱର୍ଗ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାରରେ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ ହୋଇଥିବା ମନମୋହନ  ଜାନୁଆରୀ 13 ତାରିଖରେ ଆମଠାରୁ ବିଦାୟ ନେଇଛନ୍ତି ।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦ୍ମ ପୁରସ୍କାରର ଘୋଷଣା: ଓଡ଼ିଶାରୁ ଦଶଜଣଙ୍କୁ ମିଳିବ ପଦ୍ମ ସମ୍ମାନ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ। ପଦ୍ମବିଭୂଷଣରେ ଜର୍ଜ ଫର୍ଣ୍ଣାଣ୍ଡେଜ୍‌, ଅରୁଣ ଜେଟ୍‌ଲୀ, ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ବ ବିଭୂଷଣ ଦିଆଯିବ। ସେହିପରି ପଦ୍ମ ଭୂଷଣରେ ଏସ୍‌.ସି. ଜମୀର୍‌, ଆନନ୍ଦ ମହିଦ୍ରା, ପିଭି ସିନ୍ଧୁ, ବେଣୁ ଶ୍ରୀନିବାସନ୍‌, ମନୋହର ପାରିକରଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ଲଙ୍ଗର ବାବା ଜଗଦୀଶ୍‌ ଲାଲ ଆହୁଜା, ସାମାଜିକ କାର୍ଯ୍ୟକର୍ତ୍ତା ଜାଭେଦ ଅହମ୍ମଦ ଟାକ୍‌, ଅବଦୁଲ୍‌ ଜଜବାର୍‌ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯିବ।

ସେହିପରି ଓଡ଼ିଶାରୁ 10 ଜଣ ପଦ୍ମ ସମ୍ମାନ ପାଇଁ ସମ୍ମାନିତ ହେବେ। ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଭୂଷଣ ସମ୍ମାନ ମିିଳିବ ।  ସାହିତ୍ୟ ଓ ଶିକ୍ଷା ପାଇଁ ଡ. ଦମୟନ୍ତୀ ବିସ୍ରା, କଳା ପାଇଁ ଉତ୍ସବ ଚରଣ ଦାସ, ସେହିପରି କଳା ପାଇଁ ମିତ୍ରଭାନୁ ଗୌନ୍ତିଆ, କଳା ପାଇଁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ପୁରସ୍କାର ମିଳିବ। ସେହିପରି ସାହିତ୍ୟ ଓ ଶିକ୍ଷା ପାଇଁ ବୀଣାପାଣି ମହାନ୍ତି,  ଜୈବିକ କୃଷି ପାଇଁ ରାଧାମୋହନ ଓ ସାବରମତୀ, ଗୃହପାଳିତ ପଶୁ ପାଇଁ ବଟକୃଷ୍ଣ ସାହୁ,  ସାହିତ୍ୟ ଓ ଶିକ୍ଷା ପାଇଁ ପ୍ରବାସୀ ଓଡ଼ିଆ ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ ଓ  ଚିକିତ୍ସା କ୍ଷେତ୍ର ପାଇଁ ଡ. ଦିଗମ୍ବର ବେହେରା ପ୍ରମୁଖଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

ସେହିପରି ଅଭିନେତ୍ରୀ କଙ୍ଗନା ରଣାଓ୍ବତ, ଟେଲି ତଥା ଫିଲ୍ମ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଏକତା କପୁର୍‌, ଗାୟକ ଅନ୍‌ଦାନ ସାମୀ ଓ ଫିଲ୍ମ ନିର୍ମାତା ପ୍ରମୁଖ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ଦେଶର ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର ଭିତରେ ରହିଛି ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ। ୧୯୫୪ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଥାଏ। କଳା, ଶିକ୍ଷା, କ୍ରୀଡା, ଔଷଧ, ସମାଜ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ କ୍ଷେତ୍ର, ପ୍ରଶାସନିକ ସେବା, ବାଣିଜ୍ୟ ଓ ଶିଳ୍ପ ଆଦି କ୍ଷେତ୍ରରେ ଅସାଧାରଣ ସଫଳତା ଓ ସେବାର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। (ଏଜେନ୍ସି)

Categories
ଆଜିର ଖବର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ, ତିନି ଓଡ଼ିଆ ସାମିଲ୍‌

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ପଦ୍ମ ପୁରସ୍କାରର ସମ୍ମାନିତ କରିଛନ୍ତି। ଚଳିତ ବର୍ଷ ପାଇଁ ୧୧୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ମାର୍ଚ୍ଚ ୧୧ରେ ୪୬ଜଣଙ୍କ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆଜି ମନୋନୀତ ଅନ୍ୟ ପଦ୍ମ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯାଇଛି। ଲୋକଗୀତ ଗାୟିକା ତିଜନ ବାଇଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି। ଭାରତୀୟ କ୍ରିକେଟ୍‌ ଜଗତର ଖେଳାଳୀ ଗୌତମ ଗମ୍ଭୀର ଓ ଭାରତୀୟ ଫୁଟବଲ୍‌ ଖେଳାଳୀ ସୁନୀଲ୍‌ କ୍ଷେତ୍ରୀଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି। ସଂଗୀତ ପାଇଁ ସ୍ବପ୍ନ ଚୌଧୁରୀ, ଅଭିନୟ ପାଇଁ ମନୋଜ ବାଜପେୟୀ, ପର୍ବତାରୋହୀ ବଛେନ୍ଦ୍ରୀ ପାଲ୍‌ ଓ ବ୍ୟବସାୟ ଓ ଫୁଡ୍‌ ପ୍ରୋସେସିଂ ପାଇଁ ଏମ୍‌ଡିଏମଚ୍‌ର ମାଲିକ ଧର୍ମାପାଲ ଗୁଲାଟିଙ୍କୁ ପଦ୍ମଭୂଷଣ ପ୍ରଦାନ କରିଛନ୍ତି।  ସମ୍ମାନିତଙ୍କ ମଧ୍ୟରେ ଅଛନ୍ତି ୩ଜଣ ଓଡିଆ। ସେମାନେ ହେଲେ ଡି. ପ୍ରକାଶ ରାଓ, କମଳା ପୂଜାରୀ ଓ ଦୈତାରୀ ନାୟକ। ଏହା ସାଙ୍ଗରେ ୩ଜଣ ଓଡ଼ିଆ ପଦ୍ମଶ୍ରୀ ପାଇ ରାଜ୍ୟକୁ ଗୌରାବାନ୍ବିତ କରିଛନ୍ତି।  କଟକ ବାସିନ୍ଦା ଡି.ପ୍ରକଶ ରାଓ ବୃତ୍ତିରେ ଜଣେ ଚା’ ଦୋକାନୀ, ହେଲେ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଆଜି ଏହି ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି। ଏବେ ସେ ବସ୍ତିରେ ରହୁଥିବା ପିଲାମାନଙ୍କୁ ପାଠ ପଢାଇବା ସହ ରକ୍ତଦାନ, କଟକ ବଡ ମେଡିକାଲରେ ପ୍ରତିଦିନ ସକାଳେ ରୋଗୀଙ୍କୁ ଉଷୁମ ପାଣି ଦେଉଛନ୍ତି । ସେହିପରି ବିରଳ ଧାନ ସଂଗ୍ରହ କରିଥିବା କମଳା ପୂଜାରୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଆସିଥିଲେ ମଧ୍ୟ ତାଙ୍କ ବିରଳ କୃତିତ୍ୱ ପାଇଁ କମଳା ପଦ୍ମଶ୍ରୀରେ ସମ୍ମାନୀତ ହୋଇଛନ୍ତି ।  ଆଉଜଣେ ସମାଜସେବୀ ହେଲେ ଦୈତାରୀ ନାୟକ। ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି।

Categories
ଆଜିର ଖବର

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ : କୁଲଦୀପ୍‌ ନାୟାର୍‌ (ମରଣୋତ୍ତର), ପ୍ରଭୁ ଦେବା, ଶଙ୍କର ମହାଦେବନ୍‌, ଦ୍ରୋଣାବଳୀ ପ୍ରମୁଖଙ୍କୁ ପଦ୍ମ ପୁରସ୍କାର

ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଅଛନ୍ତି । ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି । ଚଳିତ ବର୍ଷ ସମୁଦାୟ ୧୧୨ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆଜି ୫୬ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ବିଶିଷ୍ଟ ସାମ୍ବାଦିକ କୁଳଦୀପ ନାୟାର (ମରଣୋତ୍ତର), ଅଭିନେତା-ନିର୍ଦ୍ଦେଶକ ପ୍ରଭୁଦେବା, ଗାୟକ ଶଙ୍କର ମହାଦେବନ୍‌, ଅଭିନତୋ ମୋହନଲାଲ୍‌, ଗ୍ରାଣ୍ଡ ମାଷ୍ଟର ହରିକା ଦ୍ରୋଣାବଲୀ, ଶରଥ ଅଚନ୍ତ, କରିଆ ମୁଣ୍ଡ, ହୁକୁମଦେବ ନାରାୟଣ ଯାଦବ, ସୁଖଓ୍ବିନ୍ଦର ସିଂହ ଢିଙ୍କର ପ୍ରମୁଖଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି ।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନଜନକ ପଦ୍ମ ପୁରସ୍କାର ସାହସ, କଳା, ରାଜନୀତି, ସାହିତ୍ୟ, ବିଜ୍ଞାନ, ଚିକିତ୍ସା, ସାମାଜିକ କାର୍ଯ୍ୟକର୍ତ୍ତା, ଡିଜିଟାଲ୍‌ ଅଗ୍ରଦୂତ ତଥା ପରୋପକାରୀ ଲୋକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।