Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଥମ ଥର ପାଇଁ ଦଶ ଜଣ ଓଡିଆଙ୍କୁ ମିଳିଲା ପଦ୍ମ ପୁରସ୍କାର
ବିଶେଷ ଖବର

ପ୍ରଥମ ଥର ପାଇଁ ଦଶ ଜଣ ଓଡିଆଙ୍କୁ ମିଳିଲା ପଦ୍ମ ପୁରସ୍କାର

January 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ :

ଦେଶର ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର ଭିତରେ ରହିଛି ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ। ୧୯୫୪ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଥାଏ। କଳା, ଶିକ୍ଷା, କ୍ରୀଡା, ଔଷଧ, ସମାଜ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ କ୍ଷେତ୍ର, ପ୍ରଶାସନିକ ସେବା, ବାଣିଜ୍ୟ ଓ ଶିଳ୍ପ ଆଦି କ୍ଷେତ୍ରରେ ଅସାଧାରଣ ସଫଳତା ଓ ସେବାର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ଥର ପଦ୍ମ ପୁରସ୍କାରରେ 10 ଓଡ଼ିଆ ସ୍ଥାନ ପାଇଛନ୍ତି । କଳାର କ୍ଷେତ୍ର ଓଡିଆ । କଳା, ସାହିତ୍ୟ, କୃଷି ସବୁ କ୍ଷେତ୍ରରେ ଓଡ଼ିଆ ଯେ ଆଗରେ ତାହା ପୁଣିଥରେ ପ୍ରମାଣିତ କରିଛି । କଳା, ଶିକ୍ଷା, କୃଷି, ଚିକିତ୍ସା ଆଦି ବିଭାଗରେ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ ।

ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମବିଭୂଷଣ ସମ୍ମାନ ମିଳିଥିବାବେଳେ ଚଳିତଥର ଜଣେ ଜୈବିକ କୃଷି ପାଇଁ ବାପ ଝିଅଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ବାପ ଝିଅ ହେଉଛନ୍ତି ରାଧାମୋହନ ଓ ସାବରମତୀ । ସେହିପରି ପଶୁ ସମ୍ପଦର ବିକାଶ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଉଛନ୍ତି ବଟକୃଷ୍ଣ ସାହୁ । ସେହିପରି ସାହିତ୍ୟ ଓ ଶିକ୍ଷା ପାଇଁ ଶିକ୍ଷୟିତ୍ରୀ ଦମୟନ୍ତୀ ବିସ୍ରା, ଗାଳ୍ପିକା ବୀଣାପାଣି ମହାନ୍ତି ଓ ପ୍ରବାସୀ ଓଡ଼ିଆ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ମଧ୍ୟ ପଦ୍ମଶ୍ରୀ ମିଳିଛି । ସେହିପରି ଚିକିତ୍ସା କ୍ଷେତ୍ରରେ ଡ. ଦିଗମ୍ବର ବେହେରାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । କଳା ପାଇଁ ସମ୍ମାନିତ ହୋଇଛନ୍ତି ଉତ୍ସବ ଚରଣ ଦାସ,  ମିତ୍ରଭାନୁ ଗୌନ୍ତିଆ ଓ ସୁନାମଧନ୍ୟ ନିର୍ଦ୍ଦେଶକ ମନମୋହନ ମହାପାତ୍ର । ଓଡ଼ିଆ ସିନେମା ଜଗତରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ହେଉଛନ୍ତି ମନମୋହନ ମହାପାତ୍ର ।  ୨୦୧୮ମସିହାର ଫିଲ୍ମ ଭିଜା ମାଟିର ସ୍ୱର୍ଗ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାରରେ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ ହୋଇଥିବା ମନମୋହନ  ଜାନୁଆରୀ 13 ତାରିଖରେ ଆମଠାରୁ ବିଦାୟ ନେଇଛନ୍ତି ।

 

manamohanmahapatra manojdas padmaaward
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026
Latest News

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.