ଆଜି ଦେଶର ଆଠଟି ରାଜ୍ୟରେ 19 ରାଜ୍ୟସଭା ଆସନ ପାଇଁ ମତଦାନ

Published: Jun 19, 2020, 8:50 am IST

ନୂଆଦିଲ୍ଲୀ: କରୋନା ଭାଇରସ ସମଗ୍ର ବିଶ୍ୱକୁ ଗ୍ରାସିଥିବା ବେଳେ ଭାରତର 8ଟି ରାଜ୍ୟରେ 19ଟି ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ହେବ। ଏହି ନିର୍ବାଚନ ରଣାଙ୍ଗନରେ ବିଜେପି ଓ କଂଗ୍ରେସର ବଡ଼ ବଡ଼ ନେତା ଅବତୀର୍ଣ୍ଣ ହୋଇଛନ୍ତି। ମଧ୍ୟପ୍ରଦେଶରେ 3 ଆସନରେ 4 ଜଣ ଆଶାୟୀ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ବିଜେପି ଓ କଂଗ୍ରେସର 2-2 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ମଧ୍ୟପ୍ରଦେଶ କଂଗ୍ରେସର ବୈଠକରେ ଦଳର ପ୍ରାୟ 6 ଜଣ ବିଧାୟକ ସାମିଲ୍‌ ହେବା ପରେ ଏବେ ଏଠାରେ ରାଜନୈତିକ ସଂକଟ ଦେଖାଦେଇଛି । ମଧ୍ୟପ୍ରଦେଶର ତିନୋଟି ଆସନରେ ବିଜେପି ପକ୍ଷରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିଂ ସୋଲଙ୍କୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ କଂଗ୍ରେସ ପକ୍ଷରୁ ଦିଗ୍‌ବିଜୟ ସିଂହ ଓ ଫୁଲ ସିଂହ ବରୈୟା ରହିଛନ୍ତି ।  ସେହିପରି ଗୁଜୁରାଟର 4ଟି ଆସନରେ 5ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ବିଜେପି ପକ୍ଷରୁ 3ଜଣ ଓ କଂଗ୍ରେସ 2ଜଣକୁ ଓହ୍ଲାଇଛି ।

ରାଜସ୍ଥାନରେ ମଧ୍ୟ 3ଟି ଆସନ ପାଇଁ ମତଦାନ ହେବ । ଏଠାରେ 4 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ ।  ଝାଡ଼ଖଣ୍ଡରେ 2ଟି ଆସନରେ ଜେଏମଏମ, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ। ଆନ୍ଧ୍ରପ୍ରଦେଶରେ 4ଟି ଆସନରେ 5 ଜଣ ପ୍ରାର୍ଥୀ ନିର୍ବାଚନ ପଡ଼ିଆକୁ ଆସିଛନ୍ତି। ସେହିଭଳି ପୂର୍ବତ୍ତୋର ରାଜ୍ୟ ମଣିପୁର, ମେଘାଳୟ ଓ ମିଜୋରାମରେ ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ହେବ ।

Related posts