ଆଜି ଭୁବନେଶ୍ବରରୁ 7 ପଜିଟିଭ୍‌

Published: Jun 19, 2020, 12:59 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବର ସହରର 7 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 7 ଜଣଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନ ଏବଂ 3ଜଣ ଲୋକାଲ କେଶ ବୋଲି ବିଏମସି ପ୍ରକାଶ କରିଛି। ହୋମ କ୍ବାରେଣ୍ଟିନ୍‌ରେ ଥିବା ସମସ୍ତ ଚାରି ଆକ୍ରାନ୍ତମାନେ ହେଉଛନ୍ତି ରେଳ କର୍ମଚାରୀ । ଏହି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 38, 30, 34 ଓ 31 ବର୍ଷ ବୋଲି ଜଣାପଡିଛି । ଏହି ଆକ୍ରାନ୍ତମାନେ ଦିଲ୍ଲୀ ଯାତ୍ରା କରିଥିବାର ସୂଚନା ରହିଛି ।

Image

ସେହିପରି ଅନ୍ୟ ତିନି ଲୋକାଲ କେସ୍‌ ମଧ୍ୟରେ ଜଣେ 31 ବର୍ଷୀୟା ମହିଳା ରହିଛନ୍ତି। ସେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତ ଡୁମଡୁମା ହାଉସିଂ ବୋର୍ଡ କଲୋନୀରୁ ଚିହ୍ନଟ ହୋଇଥିବାବେଳେ ଏହି ଆକ୍ରାନ୍ତ ମଧ୍ୟରେ 45 ବର୍ଷୀୟା ଜଣେ ମହିଳାଙ୍କ ସମେତ 10 ବର୍ଷୀୟ ଏକ ବାଳକ ରହିଛି ।

ସେହିପରି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀର କରୋନା ଆକ୍ରାନ୍ତ ଜଣକ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ଆକ୍ରାନ୍ତଙ୍କ ବୟସ 28 ବର୍ଷ ବୋଲି ସୂଚନା ରହିଛି ।

Related posts