Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାରେ ଜଳ ଜୀବନ ମିଶନର ଶିଥିଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ପତ୍ର
ଆଜିର ଖବର

ଓଡିଶାରେ ଜଳ ଜୀବନ ମିଶନର ଶିଥିଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ପତ୍ର

June 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ଜଳ ଜୀବନ ମିଶନର ଶିଥିଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ପତ୍ର

ନୂଆଦିଲ୍ଲୀ, ଓଡିଶାରେ ଜଳ ଜୀବନ ମିଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି । ଏହି ମିଶନକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ଏହି ପତ୍ରରେ ଦର୍ଶାଯାଇଛି । ଗ୍ରାମାଞ୍ଚଳରେ ଜନସାଧାରଙ୍କୁ ନିରାପଦ ପାନୀୟ ଜଳ ଯୋଗାଇଦେବା ସହ 2024 ସୁଦ୍ଧା ପ୍ରତି ଘରକୁ ପାଇପ ଜଳ ସଂଯୋଗ ଦେବା ଏହି ମିଶନର ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ପତ୍ରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ଏ ବାବଦରେ କମ ଅର୍ଥ ବିନିଯୋଗ କରିଥିବା ଓ ଲକ୍ଷ୍ୟ ହାସଲରେ ବିଫଳ ହୋଇଥିବା ଦର୍ଶାଇଛନ୍ତି । 2019-20ରେ 15.61 ଲକ୍ଷ ଘରକୁ ପାଇପ ସଂଯୋଗ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ମାତ୍ର 4.37 ଲକ୍ଷ୍ୟ ଅର୍ଥାତ 27.97 ଭାଗ ପରିବାରକୁ ଏହା ଯୋଗାଇଦିଆଯାଇଛି । ଏଥିପାଇଁ କମ ଅର୍ଥ ବିନିଯୋଗ ହୋଇଛି । 2019-20ରେ ଓଡ଼ିଶାକୁ 364.74 କୋଟି ଟଙ୍କା ଯୋଗାଇ ଦିଆ ଯାଇଥିବା ବେଳେ ମାତ୍ର 275.02 କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି ।

ରାଜ୍ୟ ସଂପୂର୍ଣ୍ଣ ଅର୍ଥ ବିନିଯୋଗ କରିପାରିନଥିବାରୁ କେନ୍ଦ୍ର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଏସଙ୍କ୍ରାନ୍ତ ଯୋଜନାକୁ ତ୍ୱରାନ୍ୱିତ କରିବାରେ କି କି ଅସୁବିଧା ରହିଛି ତାହାର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ଶ୍ରୀ ଶେଖାୱତ ତାଙ୍କ ପତ୍ରରେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି ଘରକୁ ଜଳ ଯୋଗାଇଦେବାକୁ ଦେଶରେ ଅଗ୍ରାଧିକାର ଦିଆଯାଉଥିବା ବେଳେ ଏହି ଯୋଜନାକୁ ଆଗକୁ ନେବା ପାଇଁ 2020-21ରେ ଓଡିଶାର ଅନୁଦାନ 364.74 କୋଟିରୁ 812.15 କୋଟିକୁ ବୃଦ୍ଧି କରାଯାଇଛି ।

ଖର୍ଚ୍ଚ ହୋଇନଥିବା ବଳକା 90 କୋଟି ଓ ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ଅନୁଦାନ 812 କୋଟି ଓ ରାଜ୍ୟର ଅଂଶକୁ ମିଶାଇଲେ 2020-21ରେ ଜଳ ଜୀବନ ମିଶନ ପାଇଁ ରାଜ୍ୟରେ 1805 କୋଟି ଟଙ୍କା ଉପଲବ୍ଧ ହେବ । ରାଜ୍ୟ ନିଜ ଭାଗ ଅର୍ଥ ବାବଦ ଅଂଶଧନ ଠିକ ସମୟରେ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଲେ ଗ୍ରାମାଞ୍ଚଳରେ ଶତ ପ୍ରତିଶତ ଜଳ ସଂଯୋଗ ହୋଇପାରିବ ବୋଲି ଶ୍ରୀ ଶେଖାୱତ ତାଙ୍କ ପତ୍ରରେ ଆଶାପୋଷଣ କରିଛନ୍ତି ।

ଦ୍ରୁତ କାର୍ଯ୍ୟାନ୍ୱୟନ ଓ ସମୟୋଚିତ ଭାବେ କାର୍ଯ୍ୟ କରି 22,516ଟି ଗ୍ରାମକୁ ଜଳ ଯୋଗାଇ ଦେଲେ ଗରିବ ଗ୍ରାମବାସୀ ଖୁବ ଶୀଘ୍ର ଏହି ସଂଯୋଗ ପାଇପାରିବେ । ଏକ ଅଭିଯାନ ଭାବେ ଏହି କାର୍ଯ୍ୟକୁ ଆଗେଇ ନେବାକୁ ସେ ତାଙ୍କ ପତ୍ରରେ ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି । ଜଳ କଷ୍ଟ ଥିବା ଗ୍ରାମାଞ୍ଚଳ, ଉତ୍ତମ ପାନୀୟ ଜଳ ମିଳୁନଥିବା ଅଞ୍ଚଳ, ଆକାଂକ୍ଷୀ ଜିଲ୍ଲା, ତଫସିଲଭୁକ୍ତ ଜାତି ଓ ଜନଜାତି ଅଧ୍ୟୁଷିତ ଗ୍ରାମ, ସାଂସଦ ଆଦର୍ଶ ଯୋଜନା ଅଧୀନରେ ଆସୁଥିବା ଗ୍ରାମଗୁଡିକୁ ଏଥିରେ ଅଗ୍ରାଧିକାର ଦେବା ପାଇଁ ପରାମର୍ଶ ଦିଆଯାଇଛି । ଯୋଜନା, ପରିଚାଳନା ଓ ଜଳ ସମ୍ପଦର ରକ୍ଷଣାବେକ୍ଷଣ ଇତ୍ୟାଦି ପାଇଁ ସ୍ଥାନୀୟ ଗ୍ରାମ, ଗୋଷ୍ଠୀ, ଗ୍ରାମପଞ୍ଚାୟତଗୁଡିକୁ ଏଥିରେ ସାମିଲ କରାଯିବା ଲାଗି ପତ୍ରରେ ଗୁରୁତ୍ଵାରୋପ କରାଯାଇଛି । ଜଳ ଜୀବନ ମିଶନକୁ ଲୋକାଭିମୁଖୀ କରିବା ପାଇଁ ସବୁ ଗ୍ରାମରେ ଗୋଷ୍ଠୀଗୁଡିକୁ ଏକଜୁଟ କରିବା ସହ ଏସମ୍ପର୍କରେ ଲୋକମାନଙ୍କୁ ଶିକ୍ଷିତ କରାଇବା ଓ  ସଚେତନ କରାଇବା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଛି ।

କେନ୍ଦ୍ର ମନ୍ତ୍ରୀ ବର୍ତ୍ତମାନ ପାନୀୟ ଜଳ ଉତ୍ସଗୁଡିକ କିପରି ଦୀର୍ଘସ୍ଥାୟୀ ହେବ ତା’ଉପରେ ମଧ୍ୟ ଜୋର ଦେଇଛନ୍ତି । ମନରେଗା, ଜିଲ୍ଲା ଖଣିଜ ବିକାଶ ପାଣ୍ଠି, କାମ୍ପା, ସିଏସଆର ଫଣ୍ଡ, ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠିର ଯଥାର୍ଥ ବିନିଯୋଗ ଉପରେ ଗୁରୁତ୍ଵାରୋପ କରିଛନ୍ତି ।

2020-21 ନିମନ୍ତେ ପଞ୍ଚଦଶ ଅର୍ଥ ଆୟୋଗ କାର୍ଯ୍ୟକ୍ରମ ସମ୍ପର୍କିତ ବିନିଯୋଗ ବା ପିଆରଆଇ ବାବଦକୁ 2,258 କୋଟି ଟଙ୍କା ଆବଣ୍ଟିତ କରାଯାଇଥିବା ବେଳେ ଜଳ ଯୋଗାଣ ଓ ପରିମଳ ବାବଦକୁ ଶତକଡା 50 ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ଅର୍ଥ ଜଳ ଯୋଗାଣ, ଜଳ ଅମଳ ପ୍ରକଳ୍ପ, ଜଳ ପୂର୍ଣ୍ଣ ପ୍ରକ୍ରିୟାକରଣ ଇତ୍ୟାଦି କାର୍ଯ୍ୟରେ ବିନିଯୋଗ କରାଯିବ ।

କେନ୍ଦ୍ର ମନ୍ତ୍ରୀଙ୍କ ଏହି ପତ୍ର କୋଭିଡ-19 ବୈଶ୍ଵିକ ମହାମାରୀ ସମୟରେ ଖୁବ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ବର୍ତ୍ତମାନ ଜନସାଧାରଣ ସାମାଜିକ ଦୂରତ୍ଵ ରକ୍ଷା କରିବା ସହ ଜଳ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆବଶ୍ୟକ । ଜଳ ଉତ୍ସ ନିକଟରେ ଗହଳି ନକରି ଗ୍ରାମାଞ୍ଚଳରେ ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଏହି କାର୍ଯ୍ୟକ୍ରମ ଯୋଗୁଁ ପ୍ରବାସୀ ଶ୍ରମିକମାନେ କର୍ମ ନିଯୁକ୍ତି ପାଇବା ସହ ଏହା ଗ୍ରାମାଞ୍ଚଳ ଅର୍ଥନିତୀକୁ ମଧ୍ୟ ପ୍ରୋତ୍ସାହିତ କରିପାରିବ ।

ଜଳ ଶକ୍ତି ମନ୍ତ୍ରୀ ଶେଖାୱତ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ଲାଗି ଶତ ପ୍ରତିଶତ ସହଯୋଗ ଯୋଗାଇବା ସହ ଭବିଷ୍ୟତରେ ଜଳ ଜୀବନ ମିଶନର କାର୍ଯ୍ୟକାରିତା ନେଇ ଖୁବ ଶୀଘ୍ର ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିବା ନେଇ ପତ୍ରରେ ଉଲ୍ଲେଖ କରିଛନ୍ତି ।

Naveen Patnaik
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026
Latest News

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026

ରାଶିଫଳ- ଆଜି ଫେବୃୟାରୀ ୧୬ ତାରିଖ ସୋମବାର କଣ ରହିବ ଆପଣଙ୍କର ଭାଗ୍ୟ

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.