Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାହୁଲଙ୍କ ସରେଣ୍ଡର ମୋଦିକୁ ଟାର୍ଗେଟ୍‌ କଲା ବିଜେପି
ଆଜିର ଖବର

ରାହୁଲଙ୍କ ସରେଣ୍ଡର ମୋଦିକୁ ଟାର୍ଗେଟ୍‌ କଲା ବିଜେପି

June 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ-ଚାଇନା ସୀମା ବିବାଦକୁ ନେଇ ରାହୁଲ୍‌ ଗାନ୍ଧି ମୋଦି ସରକାରଙ୍କୁ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି। ଲଦାଖର ଏଲ୍‌ଏସିରେ ୨୦ ଭାରତୀୟ ଯବାନଙ୍କ ଶହୀଦ ହେବାପରେ ରାହୁଲ୍‌ ଗାନ୍ଧି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଆଜି ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି ରାହୁଲ‌ କହିଛନ୍ତି ଯେ, ନରେନ୍ଦ୍ର ମୋଦି ଅସଲରେ ସରେଣ୍ଡର ମୋଦି।

ଶୁକ୍ରବାର ଦିନ ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ରାହୁଲ୍‌ ଚୀନ ସୀମା ବିବାଦକୁ ନେଇ ମଧ୍ୟ ମୋଦିଙ୍କୁ ପନ୍ରଶ୍ନ କରିଥିଲେ। ରାହୁଲଙ୍କ ବ୍ୟତୀତ ଅନ୍ୟ ବିରୋଧୀମାନେ ମଧ୍ୟ ମୋଦିଙ୍କୁ ଏନେଇ ପ୍ରଶ୍ନ କରିଛନ୍ତି। ସର୍ବଦଳୀୟ ବୈଠକରେ ମୋଦି କହିଥିଲେ ଯେ, ଆମ ସୀମାରେ କେହି ଚାଇନା ସୈନ୍ୟ ପ୍ରବେଶ କରିନାହାନ୍ତି କି ଆମର କୌଣସି ପୋଷ୍ଟ କାହା କବ୍‌ଜାରେ ମଧ୍ୟ ନାହାନ୍ତି। କିନ୍ତୁ ଲଦାଖ ସୀମାରେ ୨୦ ଜଣ ଭାରତୀୟ ଯବାନଙ୍କ ଶହୀଦକୁ ନେଇ ରାହୁଲ୍‌ ମୋଦି ସରକାରଙ୍କ ଟାର୍ଗେଟ କରିଛନ୍ତି।

ତେବେ ରାହୁଲ୍‌ଙ୍କ ଏହି ଟିପ୍ପଣୀ ପରେ ବିଜେପି ମଧ୍ୟ ଏହାର ଉତ୍ତର ରଖିଛି। ରାହୁଲ୍‌ ଯେଉଁ ଭାଷା ବ୍ୟବହାର କରୁଛନ୍ତି ତାହା ଜଣେ ଶତ୍ରୁ ନେତା ବି କରିବ ନାହିଁ। ଏଥିପାଇଁ ସେ କ୍ଷମା ମାଗିବା ଉଚିତ ବୋଲି କହିଛି ବିଜେପି। ରାହୁଲ୍‌ ଗାନ୍ଧି ସବୁ ମର୍ଯ୍ୟାଦା ଭାଙ୍ଗୁଛନ୍ତି ବୋଲି ବିଜେପି କହିଛି।

ବିଜେପି ନେତା ଶାହାନଓ୍ବାଜ ହୁସୈନ୍‌ କହିଛନ୍ତି ଯେ, ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ରାହୁଲ୍‌ ଗାନ୍ଧି ଯେଉଁ ଶବ୍ଦ ବ୍ୟବହାର କରୁଛନ୍ତି, ଏପରି ଅପମାନଜନକ ଶବ୍ଦ ଅନ୍ୟ ଶତ୍ରୁ ଦେଶର ନେତାମାନେ ମଧ୍ୟ କରିବେ ନାହିଁ। କିନ୍ତୁ ରାହୁଲ୍‌ ଗାନ୍ଧି ଲଗାତାର ପ୍ରଧାନମନ୍ତ୍ରୀ ଓ ଦେଶକୁ ଅପମାନ କରୁଛନ୍ତି।

ଅପରପକ୍ଷରେ ଭାରତ ଓ ଚୀନରେ ବଢୁଥିବା ସୀମା ବିବାଦକୁ ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଦୁଇ ଦେଶକୁ ସହାୟତା କରିବେ ବୋଲି କହିଛନ୍ତି।  ଟ୍ରମ୍ପ୍‌ କହିଛନ୍ତି ଯେ, ଭାରତ ଓ ଚୀନ୍‌ ମଧ୍ୟରେ ବଢୁଥିବା ବିବାଦ ବେଶ୍‌ ଗମ୍ଭୀର ରହିଛି।  ସେ ଦୁହିଁଙ୍କ ସହ ଏନେଇ କଥାବାର୍ତ୍ତା କରି ସାହାଯ୍ୟ କରିବେ ବୋଲି କହିଛନ୍ତି।

ଆଜି ଚୀନ୍‌ ସୀମା ବିବାଦକୁ ନେଇ ଭାରତର ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏକ ବୈଠକ କରିଛନ୍ତି। ଏହି ବୈଠକରେ ଭାରତର ତିନି ସେନାର ପ୍ରମୁଖ ଉପସ୍ଥିତ ରହିଥିଲେ । ତିନି ସେନାଙ୍କ ସମେତ ସିଡିଏସ୍‌ ବିପିନ ରାଓ୍ବତ ମଧ୍ୟ ସାମିଲ୍‌ ରହିଥିଲେ। ଏହି ବୈଠକରେ ଲଦାଖର ଏଲ୍‌ଏସର ହୋଇଥିବା ବିବାଦର ସ୍ଥିତି ସୀମକ୍ଷା ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି। (ଏଜେନ୍ସି)

rahul gandhi
Share. Facebook Twitter LinkedIn Email WhatsApp Copy Link

Related Posts

ରାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ଭାରତ ସରକାର!: ଜାଣନ୍ତୁ ନୂଆ ନିୟମ

June 24, 2026

ଚାଲ ଗାଁକୁ ଫେରିଯିବା

June 24, 2026

ବର୍ଷାଦିନରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିଷ କାହିଁକି?: ହୋଇପାରେ ପେଟ ସହିତ ଜଡିତ ଏହି ରୋଗ

June 24, 2026

ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

June 24, 2026
Latest News

ରାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ଭାରତ ସରକାର!: ଜାଣନ୍ତୁ ନୂଆ ନିୟମ

June 24, 2026

ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

June 24, 2026

ଚାଲ ଗାଁକୁ ଫେରିଯିବା

June 24, 2026

ବର୍ଷାଦିନରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିଷ କାହିଁକି?: ହୋଇପାରେ ପେଟ ସହିତ ଜଡିତ ଏହି ରୋଗ

June 24, 2026

ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.