ଗତ 24 ଘଣ୍ଟା ମଧ୍ୟରେ ଦେଶରେ 445 ଜଣ କରୋନା ରୋଗୀଙ୍କ ମୃତ୍ୟୁ

Published: Jun 22, 2020, 10:27 am IST

ନୂଆଦିଲ୍ଲୀ : ଦେଶରେ ଲକ୍‌ଡାଉନ ଜାରି ରହିଥିବା ସତ୍ତ୍ବେ କରୋନା ହୁ ହୁ ହୋଇ ମାଡି ଚାଲିଛି । ବର୍ତ୍ତମାନ ଦେଶରେ ସଂକ୍ରମିତ କରୋନା ରୋଗୀଙ୍କ ସଂଖ୍ୟା ସାଢେ ଚାରି ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ଭାରତରେ ଆହୁରି 445 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 14821 ନୂତନ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ମୋଟ ପଜିଟିଭ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ଚାରି ଲକ୍ଷ 25 ହଜାର 282 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 1 ଲକ୍ଷ 74 ହଜାର ସକ୍ରିୟ ମାମଲା ରହିଥିବାବେଳେ, ଦୁଇ ଲକ୍ଷ 37 ହଜାର କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ଏବଂ ମୋଟ 13 ହଜାର 699 ଜଣ ଲୋକ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ବରଣ କରିଛନ୍ତି । କରୋନା ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ବିଶ୍ୱର ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ । ଆମେରିକା, ବ୍ରାଜିଲ, ଋଷ ପରେ ଭାରତ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି ।

ଦେଶରେ ସର୍ବାଧିକ କରୋନା ରୋଗୀ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ 6170ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 2175, ଗୁଜୁରାଟରେ 1663, ତାମିଲନାଡୁରେ 757 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)

Related posts