Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗତ 24 ଘଣ୍ଟା ମଧ୍ୟରେ ଦେଶରେ 445 ଜଣ କରୋନା ରୋଗୀଙ୍କ ମୃତ୍ୟୁ
ଆଜିର ଖବର

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 445 ଜଣ କରୋନା ରୋଗୀଙ୍କ ମୃତ୍ୟୁ

June 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ ଲକ୍‌ଡାଉନ ଜାରି ରହିଥିବା ସତ୍ତ୍ବେ କରୋନା ହୁ ହୁ ହୋଇ ମାଡି ଚାଲିଛି । ବର୍ତ୍ତମାନ ଦେଶରେ ସଂକ୍ରମିତ କରୋନା ରୋଗୀଙ୍କ ସଂଖ୍ୟା ସାଢେ ଚାରି ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ଭାରତରେ ଆହୁରି 445 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 14821 ନୂତନ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ମୋଟ ପଜିଟିଭ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ଚାରି ଲକ୍ଷ 25 ହଜାର 282 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 1 ଲକ୍ଷ 74 ହଜାର ସକ୍ରିୟ ମାମଲା ରହିଥିବାବେଳେ, ଦୁଇ ଲକ୍ଷ 37 ହଜାର କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ଏବଂ ମୋଟ 13 ହଜାର 699 ଜଣ ଲୋକ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ବରଣ କରିଛନ୍ତି । କରୋନା ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ବିଶ୍ୱର ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ । ଆମେରିକା, ବ୍ରାଜିଲ, ଋଷ ପରେ ଭାରତ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି ।

ଦେଶରେ ସର୍ବାଧିକ କରୋନା ରୋଗୀ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ 6170ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 2175, ଗୁଜୁରାଟରେ 1663, ତାମିଲନାଡୁରେ 757 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)

କରୋନା ନୂଆଦିଲ୍ଲୀ ମହାରାଷ୍ଟ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ମୁଜରୁ ଅବରୋଧ ହଟିଲେ ଭାରତରେ ଶସ୍ତା ହେବ କି ତୈଳ ଦର?: ଜାଣନ୍ତୁ କେଉଁଠି ସମସ୍ୟା

May 30, 2026

ଡିକେ ସରକାରରେ ସିଦ୍ଧରମୈୟାଙ୍କ ପ୍ରାଧାନ୍ୟ କେତେ ବଜାୟ ରହିବ; ଜାଣନ୍ତୁ ଇନସାଇଡ ଷ୍ଟୋରୀ

May 30, 2026

‘ସମଗ୍ର ଶିକ୍ଷା ଅଭିଯାନ’ର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

May 30, 2026

ଯବାନଙ୍କ ସହ ଆଲୋଚନା କଲେ ଅମିତ ଶାହ

May 30, 2026
Latest News

ହର୍ମୁଜରୁ ଅବରୋଧ ହଟିଲେ ଭାରତରେ ଶସ୍ତା ହେବ କି ତୈଳ ଦର?: ଜାଣନ୍ତୁ କେଉଁଠି ସମସ୍ୟା

May 30, 2026

ଡିକେ ସରକାରରେ ସିଦ୍ଧରମୈୟାଙ୍କ ପ୍ରାଧାନ୍ୟ କେତେ ବଜାୟ ରହିବ; ଜାଣନ୍ତୁ ଇନସାଇଡ ଷ୍ଟୋରୀ

May 30, 2026

‘ସମଗ୍ର ଶିକ୍ଷା ଅଭିଯାନ’ର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

May 30, 2026

ଯବାନଙ୍କ ସହ ଆଲୋଚନା କଲେ ଅମିତ ଶାହ

May 30, 2026

ଆଜି ମେ ୩୦ ତାରିଖ ଶନିବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଖୁସି ହେବେ

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.