ଆଜି ଭୁବନେଶ୍ବରରୁ 11 ପଜିଟିଭ୍‌ ଚିହ୍ନଟ

Published: Jun 22, 2020, 2:30 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 11 ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ  ସମସ୍ତ ପଜିଟିଭ୍‌ ହୋମ୍‌ କ୍ବାରେଣ୍ଟିନ୍‌ରୁ ରହିଥିବାର ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ମଞ୍ଚେଶ୍ବର ଅଞ୍ଚଳରୁ 6 ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏହି ସମସ୍ତ ଆକ୍ରାନ୍ତଙ୍କ  ନିଜ ଘର ଉତ୍ତରପ୍ରଦେଶରେ ହୋଇଥିବାବେଳେ ସେମାନେ ମଞ୍ଚେଶ୍ବର ଅଞ୍ଚଳର ପ୍ରତିଦିନ ନ୍ୟୁଜ୍‌ ଅଫିସ୍‌ ପାଖରେ କାର୍ଯ୍ୟ କରନ୍ତି । ଗତ 16 ତାରିଖରେ ଏମାନେ ଉତ୍ତରପ୍ରଦେଶରୁ ଫେରିଥିଲେ । ଏହି ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ଏମାନଙ୍କ ବୟସ ଯଥାକ୍ରମେ 33, 40, 55, 30, 21 ଓ 22 ବର୍ଷ ବୋଲି ଜଣାପଡିଛି ।

ସେହିପରି ବାଣୀବିହାର ଅଞ୍ଚଳରୁ ଜଣେ 33 ବର୍ଷୀୟ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଆକ୍ରାନ୍ତଙ୍କ ନିଜ ଘର ପଶ୍ଚିମବଙ୍ଗ ହୋଇଥିବାବେଳେ ସେ ଏଠାରେ ନିର୍ମାଣ କାର୍ଯ୍ୟ କରନ୍ତି । ସେ 11ତାରିଖରେ ପଶ୍ଚିମବଙ୍ଗରୁ ଫେରିଥିଲେ ।

ସେହିପରି ଅନ୍ୟ ତିନିଜଣ ହେଉଛନ୍ତି ରେଳବାଈ କର୍ମଚାରୀ । ଏହି କର୍ମଚାରୀମାନେ ଦିଲ୍ଲୀରୁ ଫେରିଥିଲେ । ଏହି ଆକ୍ରାନ୍ତମାନେ ସମସ୍ତେ ପୁରୁଷ ହୋଇଥିବାବେଳେ ଏମାନଙ୍କ ବୟସ ଯଥାକ୍ରମେ 60, 28 ଓ 38 ବର୍ଷ ବୋଲି ଜଣାପଡିଛି ।

Image

ଆଜି 11 ନୂତନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଭୁବନେଶ୍ବରରରେ ମୋଟ ସଂକ୍ରମିତ ସଂଖ୍ୟା 196ରେ ପହଞ୍ଚିଛି । ସେହିପରି 93 ଜଣ ସୁସ୍ଥ ହୋଇଥିବାସ୍ଥଳେ 03ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଭୁବନେଶ୍ବରରରେ 99ଟି ସକ୍ରିୟ ମାମଲା ରହିଛି ।

Related posts