ପୁଣି ଭୁବନେଶ୍ବରରୁ ଆଜି ଦୁଇ ପଜିଟିଭ୍‌ ଚିହ୍ନଟ

Published: Jun 23, 2020, 1:49 pm IST

ଭୁବନେଶ୍ବରରୁ  : ଆଜି ଭୁବନେଶ୍ବରରୁ ଦୁଇ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବାବେଳେ ଆଉ ଜଣେ ଲୋକାଲ୍‌ କେସ୍‌ ବୋଲି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବା 39 ବର୍ଷୀୟ ଆକ୍ରାନ୍ତ ଜଣକ ଜୟଦେବ ବିହାର ଅଞ୍ଚଳର ହୋଇଥିବାବେଳେ ନିକଟରେ ସେ ମୁମ୍ବାଇରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ଶରନପାଲିର ଓ୍ବାର୍ଡ ନଂ 26 ଅଞ୍ଚଳର ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କ ବୟସ 30 ବର୍ଷ ବୋଲି ସୂଚନା ରହିଛି ।

Image

ସେହିପରି ଆଜି ଭୁବନେଶ୍ବର ମହାନଗରରୁ ପାଞ୍ଚଜଣ ସୁସ୍ଥ ହୋଇଛନ୍ତି । 36 ବର୍ଷୀୟ ରେଳବାଇ କର୍ମଚାରୀ ଜଣେ ସୁସ୍ଥ ହୋଇଥିବାବେଳେ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀରୁ ଜଣେ 37 ବର୍ଷୀୟ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସେହିପରି ଅନ୍ୟ ତିନି ସୁସ୍ଥଙ୍କ ମଧ୍ୟରେ ଜଣେ ସାଲିଆସାହିରୁ 22 ବର୍ଷୀୟ ଯୁବକ ରହିଥିବାବେଳେ ଆଉ ଜଣେ ନୟାପଲ୍ଲୀ ଅଞ୍ଚଳର 30 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି ଭୀମପୁର ଅଞ୍ଚଳରୁ 27 ବର୍ଷୀୟ ଯୁବକ ଜଣେ ସୁସ୍ଥ ହୋଇଥିବାର ସୂଚନା ରହିଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 198କୁ ବୃଦ୍ଧି ହୋଇଥିବାବେଳେ 98 ଜଣ ସୁସ୍ଥ ହୋଇଛନ୍ତି। ସେହିପରି 3ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 96 ଜଣ ଏବେ ସକ୍ରିୟ ରହିଛନ୍ତି ।

Related posts