ଗୋଟିଏ ପରିବାରର ଚାରିଜଣଙ୍କ ସମେତ ପାଞ୍ଚ ଜଣଙ୍କୁ ହତ୍ୟା

Published: Jun 25, 2020, 8:26 pm IST

ଚଣ୍ଡିଗଡ: ଗୋଟିଏ ପରିବାରର ଚାରିଜଣଙ୍କ ସମେତ ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଛି। ପଞ୍ଜାବର ତାରନ ତାରନ ଜିଲ୍ଲାର କାୟରନ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି।

ପରିବାରର ମୁଖ୍ୟ ବ୍ରିଜ ଲାଲ(୬୫)ଙ୍କ ସମେତ ଚାରି ଜଣଙ୍କୁ ହତ୍ୟା କରାଯାଇଥିବା ପଞ୍ଜାବ ପୋଲିସ କହିଛି। ବ୍ରିଜ ଲାଲ ମଧ୍ୟ ନିଶା କାରବାର ମାମଲାରେ ସମ୍ମୁଖୀନ ହୋଇଥିଲେ। ବ୍ରିଜ ଲାଲଙ୍କ ଦୁଇ ବୋହୂ ଜସପ୍ରୀତ କୌର, ଅମାନଦୀପ କୌର ଏବଂ ତାଙ୍କ ସମ୍ପର୍କୀୟ ଦଲଜିତ ସିଂ ଏବଂ ଡ୍ରାଇଭର ଗୁରୁସାହିବ ସିଂ ସବାଙ୍କୁ ମଧ୍ୟ ହତ୍ୟା କରାଯାଇଛି।

ଏହି ଅପରାଧରେ ଅତି କମରେ ଚାରି ଜଣଙ୍କ ସମ୍ପୃକ୍ତି ଥିବା ଏବଂ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ରରେ ପୀଡିତଙ୍କ ଗଳା କାଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି।

ଉଲ୍ଲେଖଯୋଗ୍ୟ ଯେ, ଡ୍ରଗ୍ ଅଭିଯୋଗରେ ଅମୃତସରର ସେଣ୍ଟ୍ରାଲ ଜେଲରେ ଥିବାବେଳେ ବ୍ରିଜ ଲାଲଙ୍କ ପତ୍ନୀ ଏକ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ଦୁଇ ପୁଅ ବକ୍ସିଶ ସିଂ ସୋନୁ ଏବଂ ପରମଜିତ ସିଂ ପାମା ତାରନ ତାରନ ସହରର ଏକ ନିଶା କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। (ଏଜେନ୍ସି)

Related posts