ଭୁବନେଶ୍ବରରୁ ଆଜି 16 ନୂଆ ପଜିଟିଭ୍‌ ଚିହ୍ନଟ

Published: Jun 26, 2020, 5:01 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବରରେ ନୂତନ 16 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ରହିଥିବାବେଳେ ଅନ୍ୟ 14 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି ବିଏମ୍‌ସି ଟୁଇଟ୍‌ ଜରିଆରେ ସୂଚନା ଦେଇଛି ।

ଦୁଇ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯଦୁପୁରରୁ ଜଣେ 35ବର୍ଷୀୟ ଯୁବକ ରହିଛନ୍ତି । ସେ ନିକଟରେ କୋଲକାତାରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ୟୁନିଟ୍‌ -8 ଡେଲ୍‌ଟା କଲୋନୀରୁ ଚିହ୍ନଟ ହୋଇଛନ୍ତି । 21 ବର୍ଷୀୟା ଏହି ଯୁବତୀ ଜଣକ ବିଜୟଓ୍ବାଡାରୁ ଫେରିଥିବାର ସୂଚନା ରହିଛି ।

ସେହିପରି ଅନ୍ୟ 14 ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରେ ସୁନ୍ଦରପଦାର ଅଭିରାମ ବସ୍ତିରୁ ଜଣେ 50 ବର୍ଷୀୟା ମହିଳା ଚିହ୍ନଟ ହୋଇଛନ୍ତି। ଓଲ୍ଡ ଟାଉନ୍‌ ମହତାବ ରୋଡ୍‌ରୁ ଜଣେ 61 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି ଘରୋଇ ହସ୍ପିଟାଲରୁ 9ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 9 ଆକ୍ରାନ୍ତଙ୍କ ମଧ୍ୟରେ 3 ଜଣ ପୁରୁଷ ଥିବାବେଳେ 6 ଜଣ ମହିଳା ରହିଛନ୍ତି ।

ବରମୁଣ୍ଡା ବିଡିଏ କଲୋନୀରୁ 2ଟି କେସ୍‌ ଚିହ୍ନଟ ହୋଇଛି । ଦୁହିଁଙ୍କ ମଧ୍ୟରେ ଜଣେ 22 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 24 ବର୍ଷୀୟ ଯୁବକ । ଦୁହେଁ ପୂର୍ବ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାର ସୂଚନା ରହିଛି ।  ସେହିପରି ଝାରପଡା ଜେଲ୍‌ ନିକଟରୁ ଜଣେ 47 ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

Image

ଭୁବନେଶ୍ବରରୁ ଆଜି 11 ଜଣ ସୁସ୍ଥ ହୋଇଥିବାର ବିଏମ୍‌ସି ତରଫରୁ ସୂଚନା ଦିଆଯାଇଛି ।

Related posts