Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିମ୍ନମାନର ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଅଭିଯୋଗରେ ଦୁଇଯନ୍ତ୍ରୀ ନିଲମ୍ବିତ
ଆଜିର ଖବର

ନିମ୍ନମାନର ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଅଭିଯୋଗରେ ଦୁଇଯନ୍ତ୍ରୀ ନିଲମ୍ବିତ

June 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ନିମ୍ନ ମାନର ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଅଭିଯୋଗରେ ମୂଖ୍ୟଯନ୍ତ୍ରୀ ସରଜମିନ ତଦନ୍ତ କରି ଦୁଇଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧିନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେଉଥିବା କେନ୍ଦୁଗୁଡା- ପାଇକପଡା ରାସ୍ତା ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୧୫ କି.ମି.୭୦୦ ମି. ଦୈର୍ଘ୍ୟ ସାନକେନ୍ଦୁଗୁଡା-ପାଇକପଡା ଭାୟା ଜୟନ୍ତପୁର ରାସ୍ତା ୪କୋଟି ୯୦ ଲକ୍ଷ ୬୫ ହଜାର ଟଙ୍କା ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି।

ଅଭିଯୋଗରୁ ପ୍ରକାଶ ଯେ, କେନ୍ଦୁଗୁଡା- ପାଇକପଡା ରାସ୍ତାରେ ଠିକାସଂସ୍ଥା ପକ୍ଷରୁ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଗ୍ରାମବାସୀ ଗତ ମଇ ମାସ ୯ ତାରିଖ ଦିନ କାମ ବନ୍ଦ କରିଦେଇଥିଲେ। ଏଷ୍ଟିମେଟ ଅନୁସାରେ ଥିବା ଥିକନେସ ଅନୁଯାୟୀ ପିଚୁ କାମ ହୋଇନଥିବା ବେଳେ ପିଚୁ ପକାଇବା ପୂର୍ବରୁ ଆବଶ୍ୟକୀୟ ସାମଗ୍ରୀ ରାସ୍ତାରେ ବ୍ୟବହାର କରାଯାଇନଥିଲା କିମ୍ବା ସେଭଳି କିଛି ବ୍ୟବସ୍ଥା କରାଯାନଥିଲା। ଫଳତଃ ପିଚୁ ପକାଇବାର ୪ ଦିନ ପରେ ମଧ୍ୟ ହାତରେ କାଢିଦେଲେ ମଧ୍ୟ ରାସ୍ତା ଉପରୁ ପିଚୁ ବାହାରି ଯାଉଥିବା ଦେଖାଯାଉଥିଲା। ଲାଭଖୋର ମନୋବୃତି ରଖି ଯେଣତେଣ ପ୍ରକାରେ ରାସ୍ତା କାମ ସାରି ଦେବାକୁ ଠିକାସଂସ୍ଥା ଯୋଜନା କରି କାମ କରୁଥିବା ବେଳେ ଦାୟୀତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ନାୟକ ଠିକାସଂସ୍ଥାକୁ ସହେଯାଗ କରୁଥିଲେ। ଏପରିକି କାର୍ଯ୍ୟସ୍ଥଳରେ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ସଂପୃକ୍ତ ଯନ୍ତ୍ରୀଦ୍ୱୟ ଚୁପ ରହିଯାଉଥିବା ଅଭିଯୋଗ ହୋଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ହେବାପରେ ଏହାର ତଦନ୍ତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ମୂଖ୍ୟଯନ୍ତ୍ରୀ ଘଟଣାସ୍ଥଳକୁ ସରଜମିନ ତଦନ୍ତ କରିବା ପାଇଁ ଆସି ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ମୂଖ୍ୟଯନ୍ତ୍ରୀ ପତ୍ରସଂଖ୍ୟା ୧୨୦୯୦/୨୨.୦୬.୨୦୨୦ ଅନୁସାରେ ଉକ୍ତ ରାସ୍ତା ଦାୟୀତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ନାୟକଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି।

kalahandi suspended
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.