କରୋନାରେ ତିନି ନୁହେଁ, ଜଣଙ୍କର ମୃତ୍ୟୁ ହୋଇଛି : ଗଞ୍ଜାମ ଜିଲ୍ଲା ପ୍ରଶାସନ

Published: Jun 27, 2020, 3:34 pm IST

ଆସିକା : ଗଞ୍ଜାମର ଗୋଟିଏ ପଞ୍ଚାୟତରେ ତିନି ଜଣଙ୍କର ମୃତ୍ୟୁ ହେବା ଖବରକୁ ଜିଲ୍ଲା ପ୍ରଶାସନ ଖଣ୍ଡନ କରିଛନ୍ତି । ଧରାକୋଟ ବ୍ଲକରେ ତିନିଜଣଙ୍କର ନୁହେଁ ବରଂ ଜଣକର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଧରାକୋଟ ବ୍ଲକ ଜାହଡା ବ୍ଲକରୁ କେବଳ ଜଣକର ମୃତ୍ୟୁ ହୋଇଛି । ତିନିଜଣଙ୍କ ମୃତ୍ୟୁ ଖବର ଏକ ଗୁଜବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏନେଇ ଏକ ଟୁଇଟ୍‌ କରିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ସୂଚନାଯୋଗ୍ୟ,  ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ ତିନିଦିନରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଥିଲା । ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ବାଇଁଙ୍କ ସହ ତିନିଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ମୃତକଙ୍କ ଭାଇ ହୋଇଥିବାର ସୂଚନା ରହିଥିଲା । ତେବେ ଗଞ୍ଜାମରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ମୃତ୍ୟୁ ମଧ୍ୟ ହୋଇଛି ।

Related posts