ପୁଣି ବିନ୍ଧପୁରରେ ହାତୀ ଆକ୍ରମଣରେ ଜଣେ ଗୁରୁତର

Published: Jun 27, 2020, 7:59 pm IST

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବନାଂଚଳରେ ଦିନକୁ ଦିନ ହାତୀ ଉପଦ୍ରବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକମାନେ ପଦାକୁ ବାହାରିବାକୁ ସୁରକ୍ଷା ମଣୁନାହାନ୍ତି। କିଛି ଦିନ ବ୍ୟବଧାନରେ ପୁଣି ଆଜି ନାକଟିଦେଉଳ ରେଞ ଅଧିନସ୍ଥ ଜାମୁଜୋରୀ ପଂଚାୟତର ବିନ୍ଧପୁର ଗ୍ରାମ ନିକଟସ୍ଥ ଚଡଚଡି ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ବିନ୍ଧପୁର ଗ୍ରାମର ଓାର୍ଡ ସଭ୍ୟ ସୁରେଶ୍ ପ୍ରଧାନ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ। ନିଜକୁ ବଂଚାଇବା ପାଇଁ ଚେଷ୍ଟା କରି ମଧ୍ୟ ସେ ବିଫଳ ହୋଇ ଶେଷରେ ମୃତ୍ୟୁ ମୁଖରୁ କୌଣସି ମତେ ବଂଚିଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ସଂଗେ ସଂଗେ ବୁର୍ଲା ଡାକ୍ତରଖାନାକୁ ନେଇଯାଇଥିଲେ। ନାକଟିଦେଉଳ ରେଞ ଅଫିସରଙ୍କୁ ଏ ସଂପର୍କରେ ଯୋଗାଯୋଗ କରିବାରୁ ଏହାର ଏକ ତଦନ୍ତ କରାଯାଉଛି ବୋଲି ପ୍ରକାଶ କରିଥିଲେ। ସରକାରଙ୍କ ନିୟମ ଅନୁସାରେ ଯାହା ସାହାଯ୍ୟ ମିଳିବା କଥା ମିଳିବ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଥିଲେ। ଏମିତି ନାକଟିଦେଉଳ ରେଞ ଅଧିନ ଗ୍ରାମ ଗୁଡିକରେ ହାତୀ ମଣିଷ ମଧ୍ୟରେ ଲଢେଇ ଚାଲିଛି। ମଣିଷ ମାରୁଥିବା ହାତୀଟିକୁ ବନ ବିଭାଗ ଟାଙ୍କୁଲାଇଜର ଦେଇ ତାକୁ ଅନ୍ୟତ୍ର ପଠାବାରେ ବିଫଳ ହୋଇଛି। ଏପରିକି ହାତୀଟିକୁ ନିଜ ଆୟତରେ ରଖିପାରୁ ନ ଥିବାରୁ ବହୁ ଧନ ଜୀବନ ଅକାଳରେ ଝରି ପଡୁଛି।

ଆହତ ବ୍ୟକ୍ତିଟିର ଅନ୍ତଃବୁଜୁଳା ବାହାରିପଡିଥିବା ବେଳେ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ରହିଛି।

Related posts