Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭୁବନେଶ୍ବରରୁ 25 ପଜିଟିଭ୍‌ : 23 ଲୋକାଲ୍‌ କେସ୍‌
ଆଜିର ଖବର

ଆଜି ଭୁବନେଶ୍ବରରୁ 25 ପଜିଟିଭ୍‌ : 23 ଲୋକାଲ୍‌ କେସ୍‌

June 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଚିନ୍ତା ବଢାଇଲାଣି ରାଜଧାନୀ । ରାଜଧାନୀରେ ଲୋକାଲ୍‌ କେସ୍‌ ବଢି ଚାଲିଛି ।ଆଜି ଭୁବନେଶ୍ବରରୁ 25 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 23 ଜଣ ଲୋକାଲ୍‌ କେସ୍‌ ହୋଇଥିବାବେଳେ 2 ଜଣ ହୋମ୍‌ କ୍ବାରେଣ୍ଟିନ୍‌ ବୋଲି ସୂଚନା ଦେଇଛି ବିଏମ୍‌ସି। ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ 28 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 44 ବର୍ଷୀୟ ରେଲ୍‌ଓ୍ବେ କର୍ମଚାରୀ ରହିଛନ୍ତି । ଯୁବତୀ ଜଣକ ନିକଟରେ କୋଲକତାରୁ ଫେରିଥିବାବେଳେ ରେଲ୍‌ଓ୍ବେ କର୍ମଚାରୀ ଜଣକ ଦିଲ୍ଲୀରୁ ଫେରିଥିଲେ ବୋଲି ସୂଚନା ରହିଛି ।

ସେହିପରି ଅନ୍ୟ 23 ଲୋକାଲ୍‌ କେସ୍‌ ମଧ୍ୟରୁ  ମଞ୍ଚେଶ୍ବରରୁ 5 ଜଣ ରହିଛନ୍ତି ।  ସେହିପରି ସାମନ୍ତରାପୁରରୁ ଦୁଇଜଣ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ଜଣେ କ୍ବାରେଣ୍‌ଟାଇନ୍‌ ସେଣ୍ଟରରେ କାର୍ଯ୍ୟ କରନ୍ତି ବୋଲି ଜଣାପଡିଛନ୍ତି । ସେହିପରି ଚକେଇସିଆଣୀ ମଞ୍ଚନାଥ ହାଇସ୍କୁଲ ନିକଟରୁ 4 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି । ସେହିପରି ଚକେଇସିଆଣିର ହାଡବାଇ ବସ୍ତିରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପାର୍ଟପୋର୍ଟ ଅଫିସ୍‌ ବାଲିତୋଟା ସାହି ବସ୍ତିରୁ ଚାରିଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଚାରିଜଣଙ୍କ ମଧ୍ୟରେ ତିନିଜଣ ପୁରୁଷ ଥିବାବେଳେ ଜଣେ ମହିଳା ରହିଛନ୍ତି । ସେହିପରି ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ  ଜଣେ 22 ବର୍ଷୀୟ ଯୁବତୀ ଚିହ୍ନଟ ହୋଇଛନ୍ତି ।

ଅଶୋକ ନଗରରୁ ଜଣେ 50 ବର୍ଷୀୟ ମହିଳା ଚିହ୍ନଟ ହୋଇଥିବାବେଳେ ନୀଳାଦ୍ରି ବିହାର ବୁଦ୍ଧ ପାର୍କ ନିକଟରୁ  ଜଣେ 56 ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ 43 ବର୍ଷୀୟା ମହିଳା ନୟାପଲ୍ଲୀରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ଘରୋଇ ହସ୍ପିଟାଲରୁ ଜଣେ କର୍ମଚାରୀ ଚିହ୍ନଟ ହୋଇଛନ୍ତି । 22 ବର୍ଷୀୟା ଯୁବତୀ ଜଣକ ପୂର୍ବ ସଂକ୍ରମିତଙ୍କସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ  ଆକ୍ରାନ୍ତ 37 ବର୍ଷୀୟ ପୁରୁଷ ସରକାରୀ ହସ୍ପିଟାଲରେ କାର୍ଯ୍ୟକରୁଥିବାର ଜଣାପଡିଛି ।

Image

ଆଜି ଭୁବନେଶ୍ବରର ସହରରୁ 7 ଜଣ ସୁସ୍ଥ ହୋଇଛନ୍ତି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବର ସହରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 314ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 174 ଜଣ । ସେହିପରି 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 135 ଜଣ ଏବେ ସକ୍ରିୟ ଅଛନ୍ତି ।

ପଜିଟିଭ୍‌ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026

କଂଗ୍ରେସର ନୂଆ ଗେମ୍‌ପ୍ଲାନ୍: ପାଇଲଟ୍‌ଙ୍କ ହାତକୁ ଯାଇପାରେ କମାଣ୍ଡ

June 6, 2026

କନେଷ୍ଟବଳଙ୍କ ଆତ୍ମାହୁତି ଉଦ୍ୟମ: ସ୍ଥିତି ସଙ୍କଟାପନ୍ନ

June 6, 2026
Latest News

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026

ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର!: ଆଣ୍ଡାମାନରେ ଆବିଷ୍କୃତ ହେଲା ବିଶାଳ ଗ୍ୟାସ୍ ରିଜର୍ଭ 

June 6, 2026

ଟାଟାର ଜୁନ୍ ଧମାକା: ହଜାର ହଜାର ଟଙ୍କା ସଞ୍ଚୟର ସୁଯୋଗ, ଗ୍ରାହକଙ୍କ ପାଇଁ ବଡ଼ ଅଫର

June 6, 2026

କଂଗ୍ରେସର ନୂଆ ଗେମ୍‌ପ୍ଲାନ୍: ପାଇଲଟ୍‌ଙ୍କ ହାତକୁ ଯାଇପାରେ କମାଣ୍ଡ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.