19 ଜିଲ୍ଲାରୁ 251 : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jul 1, 2020, 10:58 am IST

ଭୁବନେଶ୍ବର : ରାଜ୍ୟରେ ଆଜି 251 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ଫାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଜଣେ ଏନ୍‌ଡିଆରଏଫ୍‌ କର୍ମଚାରୀ ରହିଛନ୍ତି । ଆଜି 19ଟି ଜିଲ୍ଲାରୁ 251 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 102 ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ କଟକରୁ 32, ଖୋର୍ଦ୍ଧା ଜିଲ୍ଲାରୁ 26,  ନୟାଗଡରୁ 14 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ ଓ ବରଗଡରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ମାଲକାନଗିରିରୁ 10, ସୁନ୍ଦରଗଡରୁ 7, ଗଜପତିରୁ 6, ଝାରସୁଗୁଡା ଓ ମୟୂରଭଞ୍ଜରୁ 5, ବାଲାଙ୍ଗିର, ଦେବଗଡ ଓ କେନ୍ଦ୍ରାପଡାରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁର ଓ ବାଲେଶ୍ବରରୁ 2 ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳ, ସୋନପୁର, ଯାଜପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Related posts