ଆଜି ଭୁବନେଶ୍ବରରୁ 12 ପଜିଟିଭ୍‌ ଚିହ୍ନଟ

Published: Jul 1, 2020, 1:58 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବର ସହରରୁ 12 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି 12 ଜଣଙ୍କର ମଧ୍ୟରୁ 4 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ଥିବାବେଳେ ଅନ୍ୟ 8 ଜଣ ଲୋକାଲ୍‌ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ଟଙ୍କପାଣି ରୋଡ୍‌ରୁ ଚିହ୍ନଟ ହୋଇଥିବାବେଳେ ଜଣକ ବୟସ 26 ବର୍ଷ ଓ ଅନ୍ୟ ଜଣେ 17 ବର୍ଷ ବୋଲି ସୂଚନା ରହିଛି । ଦୁହେଁ ପୁରୁଷ ହୋଇଥିବାବେଳେ ସେମାନେ ପଶ୍ଚିମବଙ୍ଗରୁ ଫେରିଥିବାର ସୂଚନା ରହିଛି ।

ସେହିପରି ଅନ୍ୟ ଜଣେ ଶୈଳଶ୍ରୀବିହାରର 26 ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ପେଡ୍‌ କ୍ବାରେଣ୍ଟାଇନ୍‌ ସେଣ୍‌ଟରରୁ ଚିହ୍ନଟ ହୋଇଥିବାବେଳେ ସେ ବାଙ୍ଗାଲୋରରୁ ଫେରିଥିବାର ସୂଚନା ରହିଛି । ଅନ୍ୟ ଜଣେ ଆକ୍ରାନ୍ତ  ଜଣକ ଖଣ୍ଡଗିରିରୁ ଚିହ୍ନଟ ହୋଇଛନ୍ତି । 25ବର୍ଷୀୟ ଯୁବକ ଜଣକ ପୁନେରୁ ଫେରିଥିବାର ସୂଚନା ରହିଛି ।

ସେହିପରି ଲୋକାଲ୍‌ କେସ୍‌ ମଧ୍ୟରେ ଡୁମୁଡୁମା, ରଘୁନାଥ ନଗର ବସ୍ତିରୁ ଦୁଇଜଣ ରହିଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ 30 ବର୍ଷୀୟା ମହିଳା ଓ ଅନ୍ୟ ଜଣେ 35 ବର୍ଷୀୟ ପୁରୁଷ ରହିଛନ୍ତି । ସେମାନେ ଗଞ୍ଜାମ ଯାତ୍ରା କରିଥିବାର ସୂଚନା ରହିଛି ।

ସେହିପରି ଡୁମୁଡୁମା ଅଞ୍ଚଳର ସୁଖବିହାର ବସ୍ତିରୁ ଜଣେ 34 ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ 35 ବର୍ଷୀୟା ମହିଳା ଶ୍ରୀରାମ ନଗରରୁ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜଣେ ଘରୋଇ ହସ୍ପିଟାଲର କର୍ମଚାରୀ ରହିଛନ୍ତି । ଏହି କର୍ମଚାରୀଙ୍କ ବୟସ 33 ବର୍ଷ ବୋଲି ସୂଚନା ରହିଛି ।

ସେହିପରି ଅନ୍ୟ ଜଣେ ନୀଳଦ୍ରିବିହାର ସେକ୍ଟର2ରେ ପମ୍ପ୍‌ ଡ୍ରାଇଭର ରୂପେ କାର୍ଯ୍ୟରତ ଥିବା ସୂଚନା ରହିଛନ୍ତି । ଏହି ଆକ୍ରାନ୍ତଙ୍କ ବୟସ 53 ବର୍ଷ ବୋଲି ସୂଚନା ରହିଛି ।

ସେହିପରି ଅନ୍ୟ ଜଣେ 34 ବର୍ଷୀୟ ଜାଗମରାରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜଣେ ୟୁନିଟି 2 ଅଞ୍ଚଳରୁ 30 ବର୍ଷୀୟା ମହିଳା ରହିଛନ୍ତି ବୋଲି ସୂଚନା ରହିଛି ।

Image

ଆଜି ଭୁବନେଶ୍ବର ସହରରୁ 7 ଜଣ ସୁସ୍ଥ ହୋଇଛନ୍ତି । ଆଜିର ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବର ସହରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 332କୁ ବୃଦ୍ଧି ହୋଇଥିବାବେଳେ 192 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 4ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 135 ଜଣ ସକ୍ରିୟ ରହିଛନ୍ତି ।

Related posts