ଭୁବନେଶ୍ବର : ଆସନ୍ତା ଜୁଲାଇ 13 ତାରିଖରୁ ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଆରମ୍ଭ ହେବ ଅନ୍ଲାଇନ୍ କ୍ଲାସ୍ । ଅନଲାଇନ୍ କ୍ଲାସ୍ ନେଇ ଗାଇଡଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ପାଇଁ ଉଚ୍ଚଶିକ୍ଷା ସଚିବ ଗାଇଡଲାଇନ୍ ଜାରି କରିଛନ୍ତି । ଜୁଲାଇ 13ରୁ ଅନଲାଇନ କ୍ଳାସ ଆରମ୍ଭ ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଗୁଗୁଲ୍ ମିଟ୍/ ଜୁମ୍/ ସ୍କାଇପ୍ ଜରିଆରେ କଲେଜ ପିଲାଙ୍କ ଅନ୍ଲାଇନ୍ କ୍ଲାସ ହେବ। ଦିନକୁ 2ରୁ 3 ଘଣ୍ଟା କ୍ଲାସ୍ ହେବ । ଅନ୍ଲାଇନ୍ କ୍ଲାସ କରୁଥିବା ପିଲାଙ୍କ ଉପସ୍ଥାନ ନେବେ ସମ୍ପୃକ୍ତ ଶିକ୍ଷକ । ହ୍ବାଟସ୍ଆପ୍ରେ ପିଲାଙ୍କ ଗ୍ରୁପ୍ ହେବ, ସର୍ବାଧିକ 32 ପିଲା ରହିବେ । ଘରେ ପଢିବାକୁ ହ୍ବାଟସ୍ଆପ୍/ ମେଲ୍ରେ ନୋଟସ୍ ଦେବେ ଶିକ୍ଷକ । ସପ୍ତାହକୁ ତିନି ଦିନ ପାଠ ପଢା ହେବ ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ତଥା ସମସ୍ତ ଶିକ୍ଷାନୁଷ୍ଠାନକୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର ।