ବାହାଘରରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ପଡିଲା ମହଙ୍ଗା : 50ହଜାର ଜରିମାନା ଆଦାୟ କଲା ପ୍ରଶାସନ

Published: Jul 4, 2020, 4:01 pm IST

ବ୍ରହ୍ମପୁର : ବ୍ରହ୍ମପୁରରେ ଆୟୋଜିତ ଏକ ବାହାଘର ଭୋଜିକୁ 50 ହଜାର ଜରିମାନା ହୋଇଛି । କନ୍ୟା ଓ ବରପକ୍ଷଙ୍କଠାରୁ 50 ହଜାର ଜରିମାନା ଆଦାୟ କରିଛି ପ୍ରଶାସନ । ବାହାଘର ଶୋଭାଯାତ୍ରାରେ କରୋନା କଟକଣା ଉଲ୍ଲଂଘନ କରିଥିବାରୁ ଏହି ଜରିମାନା ଆଦାୟ କରାଯାଇଛି । ବର ଏବଂ କନ୍ୟା ପକ୍ଷଠାରୁ ଏହି ଜରିମାନା ଆଦାୟ କରାଯାଇଛି । ଜରିମାନା ଆଦାୟ ସହ ଉଭୟ ପକ୍ଷ ନାଁରେ ମାମଲା ରୁଜୁ ହୋଇଛି । ଉଭୟ ପକ୍ଷର 2ଟି ଗାଡି ଜବତ ହେବା ସହିତ ତଦନ୍ତ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗୋପାଳପୁରର ଏକ ହୋଟେଲ୍‌ରେ ବାହାଘର କାର୍ଯ୍ୟକ୍ରମ ଚାଲିଥିଲା । ରାସ୍ତାରେ ନାଚି ନାଚି ବରଯାତ୍ରୀ ଯିବା ଦୃଶ୍ୟ ଭାଇରାଲ୍‌ ହୋଇଥିଲା । ବିବାହ ଶୋଭାଯାତ୍ରାରେ କୋଭିଡ୍‌ ନିୟମକୁ ସମ୍ପୂର୍ଣ୍ଣ ଭାବରେ ଉଲ୍ଲଂଘନ କରାଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ବିବାହ ଶୋଭାଯାତ୍ରାରେ କେହି ମୁହଁରେ ମାସ୍କ ନ ପିନ୍ଧିଥିବାବେଳେ କେହି ସାମାଜିକ ଦୂରତ୍ବକୁ ଗୁରୁତ୍ବ ମଧ୍ୟ ଦେଇନଥିଲେ ।

Related posts