Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ଦେଶର ରାଜନୀତି ଓ ଚଳଚିତ୍ର ଜଗତର ଏକ ଚର୍ଚ୍ଚିତ ବାହାଘର, ରାଘବ ପରିଣୀତିଙ୍କ ବିବାହ

ନୂଆଦିଲ୍ଲୀ: ଆପ ସାଂସଦ ରାଘବ ଚଢା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବାହାଘର ବର୍ତ୍ତମାନ ସାରା ଦେଶରେ ଏକ ଚର୍ଚ୍ଚିତ ବାହାଘର ଭାବେ ପରିଗଣିତ ହୋଇଛି। କାରଣ ଉଭୟଙ୍କ ଭଲ ପାଇବାଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ତାହା ମିଡିଆ ଏବଂ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। ତେବେ ଏହା ଉଭୟ ରାଜନୀତି ଏବଂ ଚଳଚିତ୍ର ଜଗତରେ ଏକ ଚର୍ଚ୍ଚିତ ବାହାଘର।

ରବିବାର ଦିନ ଉଭୟ ପରିଣୀତି ଏବଂ ରାଘବଙ୍କ ବାହାଘର ଦେଶର ସବୁଠୁ ବ୍ୟୟ ବହୁଳ ବିବାହ ସ୍ଥାନ ଭାବେ ପରିଚିତ ଉଦୟପୁରର ଦ ଲିଳା ପ୍ୟାଲେସ ରେ କରାଯିବ। ସେଥିପାଇଁ ବହୁ ପୂର୍ବରୁ ପରିଣୀତି ଏବଂ ରାଘବ ପୃଥକ ପୃଥକ ଭାବେ ଉଦୟପୁରରେ ପହଞ୍ଚି ସାରିଲେଣି। ଉଭୟ ବିମାନ ବନ୍ଦରରେ ପହଁଚିବାଠାରୁ ଆରମ୍ଭ କରି ନିଜ ସ୍ଥାନକୁ ଯିବା ପର୍ଯ୍ୟନ୍ତ ସବୁକିଛି ମିଡିଆ ତଥା ସାମାଜିକ ମିଡିଆରେ ପ୍ରତିଫଳିତ ହୋଇଛି।

ବିବାହ ମଣ୍ଡପକୁ ଚାରି ଟନ ଫୁଲରେ ସଜା ଯାଇଛି

ଉଭୟଙ୍କ ବାହାଘର ପାଇଁ ଉଦୟପୁରର ଦ ଲିଳା ପ୍ୟାଲେସ କୁ ନବବଧୁ ପରି ସଜାଇ ଦିଆଯାଇଛି। ପ୍ୟାଲେସ ସାରା ଲାଲ କାର୍ପେଟ ବିଛାଯିବା ସହିତ ରଂଗୀନ ଆଲୋକମାଳାରେ ସଜାଇ ଦିଆୟାଇଛି। ତେବେ ସବୁଠାରୁ ଯେଉଁ କଥା ଚର୍ଚ୍ଚା ହେଉଛି ତାହା ହେଲା ଏହି ବାହାଘରରେ ପ୍ରାୟ ଚାରି ଟନ ଫୁଲ ବ୍ୟବହାର କରାଯାଇଛି। ପ୍ୟାଲେସ ସାରା ଏବି ବିବାହ ମଣ୍ଡପରେ ଏହି ଫୁଲ ଲଗାଯିବ।

ସେହିପରି ବିମାନ ବନ୍ଦର ଏବଂ ଅତିଥୀମାନେ ରହିବା ପାଇଁ ନିଆଯାଇଥିବା ହୋଟେଲଗୁଡିକୁ ମଧ୍ୟ ଫୁଲରେ ସଜାଯାଇଛି। କହିବାକୁ ଗଲେ ପରିଣୀତି ଏବଂ ରାଘବଙ୍କ ଏହି ବାହାଘର ପାଇଁ ପୁରା ଉଦୟପୁର ସହରକୁ ସଜାଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଯୋଗ ଦେବେ ରାହୁଳ ଗାନ୍ଧୀଙ୍କ ସହିତ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ

ଏହି ହାଇ ପ୍ରୋଫାଇଲ ବାହାଘର ପାଇଁ ବହୁ ହାଇ ପ୍ରୋଫାଇଲ ଅତିଥୀମାନେ ମଧ୍ୟ ଜୟପୁର ଆସିବାକୁ ଲାଗିଲେଣି। ଏଥିରେ ବିଶିଷ୍ଠ ରାଜନେତା ସହିତ ବହୁ ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଯୋଗ ଦେବେ। ସେଥିପାଇଁ ଶନିବାରଠାରୁ ଜୟପୁର ଓ ଉଦୟପୁରର ବିଶିଷ୍ଠ ବ୍ୟକ୍ତିଙ୍କର ଭିଡ ଆରମ୍ଭ ହୋଇଯାଇଛି।

ଏହି ବାହାଘରରେ ଯୋଗଦେବା ପାଇଁ ରାହୁଳ ଗାନ୍ଧୀ ଜୟପୁରରେ ପହଞ୍ଚି ସାରିଛନ୍ତି। ସେହିପରି ଆପ ନେତା ସଂଜୟ ସିଂହ ଏବଂ ତାଙ୍କ ପତ୍ନୀ ମଧ୍ୟ ଜୟପୁରରେ ପହଞ୍ଚି ସାରିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଉଦୟପୁରରେ ପହଞ୍ଚି ସାରିଲେଣି।

ଆସନ୍ତାକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ମଧ୍ୟ ଏହି ବାହାଘରରେ ଉପସ୍ଥିତ ରହିବେ। ସେହିପରି ଚଳଚିତ୍ର କଳାକାରମାନେ ମଧ୍ୟ ଉଦୟପୁରରେ ପହଞ୍ଚିବା ଆରମ୍ଭ କରିସାରିଲେଣି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିବାହ ମଣ୍ଡପରୁ ବରକୁ ଉଠାଇନେଲା ପ୍ରେମିକା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏକ ବାହାଘରରେ ଜୟମାଲ୍ୟ ଦେବା ସମୟରେ ବରର ପ୍ରେମିକା ପହଞ୍ଚି ହଙ୍ଗାମା କରିବା ସହିତ ବିବାହ ମଣ୍ଡପରୁ ନିଜ ପ୍ରେମିକ ଅର୍ଥାତ୍‌ ବରକୁ ଉଠାଇନେଇଛି ।  ପ୍ରେମିକା ଜଣକ ବିବାହ ମଣ୍ଡପରେ ଉପସ୍ଥିତ ହୋଇ ବାହାଘର ବନ୍ଦ କରିବା ସହିତ ନିଜ କାର୍‌ରେ ପ୍ରେମିକାକୁ ନେଇ ସେଠାରୁ ପଳାଇଥିଲା । ତେବେ ବରଯାତ୍ରୀ ବିନା ବଧୂରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଘଟଣାଟି ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ରହୁଥିବା ଜଣଷ ଯୁବକ ବିବାହ ପାଇଁ ବରଯାତ୍ରୀ ସହ ସଜବାଜ ହୋଇ କନ୍ୟା ଘଣକୁ ଯାଇଥିଲେ । ତେବେ ବାହାଘରର ପ୍ରଥମ ପର୍ବ ଜୟମାଲ୍ୟା ହେବା ପୂର୍ବରୁ ଫିଲ୍ମି ଷ୍ଟାଇଲ୍‌ରେ ସେଠାରେ ବରର ପ୍ରେମିକା ଏଣ୍ଟ୍ରି ମାରିଥିଲେ । ଏହାପରେ ସେ ବରକୁ ଗାଳିଗୁଲୁଜ କରିବା ସହିତ କୋର୍ଟ କାଗଜ ମଧ୍ୟ ଦେଖାଇଥିଲେ । ଏହାପରେ ବରକୁ ନେଇ ନିଜ କାର୍‌ରେ ପଳାଇ ଆସିଥିଲେ ।

ତେବେ କନ୍ୟାର ପିତାଙ୍କ କହିବା ଅନୁସାରେ ବର ଓ ପ୍ରେମିକାର ଘଟଣା ଜଣାପଡିବା ପରେ ଏହି ବିବାହକୁ ରଦ୍ଦ କରାଯାଇଛି । ତେବେ ଏହି ମାମଲାରେ କୌଣସି ପକ୍ଷରୁ ଥାନାରେ ଏତଲା ଦିଆଯାଇନାହିଁ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଣିକି ବାହାଘରରେ 200 ଲୋକ ଅଂଶ ଗ୍ରହଣ କରିପାରିବେ, ହେଲେ ସ୍ଥାନୀୟ ପ୍ରଶାସନର ଅନୁମତି ଦରକାର

ଭୁବନେଶ୍ବର, ଆଜି ସ୍ବତନ୍ତ୍ର ରିଲିଫ କମିଶନର କୋଭଡି19 ଭିତରେ ଆୟୋଜିତ ବାହାଘର ନିୟମରେ କୋହଳ କରିଛନ୍ତି। ପୂର୍ବରୁ ଥିବା ନିୟମକୁ ବାତିଲ କରି ବର୍ତ୍ତମାନ ନୂଆ ନିୟମ ଜାରୀ କରିଛନ୍ତି। ସେହି ଅନୁସାରେ ଯଦି ସ୍ଥାନୀୟ ପ୍ରଶାସକ ଚାହିଁବେ ତେବେ ଅଧିକ ଲୋକଙ୍କୁ ଅନୁମତି ଦେଇପାରିବେ। ହେଲେ ତାହା 200 ରୁ ଅଧିକ ହୋଇପାରିବ ନାହିଁ। ଆଜି ଏ ନେଇ ଏସଆରସି ସଂଶୋଧିତ ବିଜ୍ଞପ୍ତି ଜାରୀ କରିଛନ୍ତି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ସ୍ଥାନୀୟ ସଂକ୍ରାମଣକୁ ଧ୍ୟାନ ରଖି ଏହି ନିଷ୍ପତି ସ୍ଥାନୀୟ ପ୍ରଶାସନ ନେଇପାରିବେ। ତେବେ ଏହି ଅନୁମତି କେବଳ ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲ କମିଶନର ଦେଇପାରିବେ। ପୂର୍ବରୁ ଏହା ଶହେ ମଧ୍ୟରେ ସୀମିତ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାହାଘର ଭାଙ୍ଗିବାରୁ ଚରମ ପଦକ୍ଷେପ ନେଲେ ଯୁବତୀ

ବଲାଙ୍ଗିର : ବାରମ୍ବାର ବାହାଘର ଭାଙ୍ଗିବାରୁ ଜଣେ ଯୁବତୀ ଚରମ ନିଷ୍ପତ୍ତି ନେଇଛନ୍ତି । ନିଆରେ ପୋଡି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶେଷରେ ଆଜି ଯୁବତୀ ଜଣଙ୍କର ମୃତ୍ୟୁ ହୋଇଛି ।  ବଲାଙ୍ଗିର ମେଡିକାଲରେ ଯୁବତୀଜଣକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ ଯୁବତୀଙ୍କ ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କୁଲିତାଯୋର ଗାଁରେ । କିରୋସିନି ଢାଳି ହୋଇ ପୋଡି ମରିବାକୁ ଯୁବତୀ ଜଣକ ଉଦ୍ୟମ କରିଥିବାର ଅଭିଯୋଗ କରିଛନ୍ତି ତାଙ୍କ ବାପା । ଜଣେ ଯୁବକ ବାରମ୍ବାର ବାହାଘର ଭାଙ୍ଗୁ ଥିବାରୁ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ମୃତ ଯୁବତୀଙ୍କ ବାପା ।

Categories
ଆଜିର ଖବର ଜାତୀୟ ଖବର

ବିଶ୍ବାସ ନ ହେଲେ ମଧ୍ୟ ସତ, ବାହାଘର ବେଦୀରେ ବର କନ୍ୟାଙ୍କୁ ମାଙ୍କଡ କଲା ଆର୍ଶିବାଦ

ମୁଲୁଗୁ, ଧୂମଧାମରେ ବାହାଘର ଚାଲିଛି, ବର କନ୍ୟା ପଣ୍ଡିତଙ୍କ କଥା ଅନୁସାରେ ସବୁ କାମ କରୁଛନ୍ତି। ସେଠାରେ ଉପସ୍ଥିତି ଅତିଥିମାନେ ମଧ୍ୟ ପଣ୍ଡିତଙ୍କ କଥାରେ ବରକନ୍ୟାଙ୍କୁ ଆର୍ଶିବାଦ ଦେଉଛନ୍ତି। ଏହି ସମୟରେ ହଠାତ ଏକ ମାଙ୍କଡ ବେଦୀ ଭିତରକୁ ପଶି ଆସି ବରକନ୍ୟାଙ୍କ ମୁଣ୍ଡ ଉପରେ ବସିପଡିଲା। ଆଶ୍ଚର୍ଯ୍ୟର କଥା ମାଙ୍କଡଟି ବର ମୁଣ୍ଡ ଉପରେ ବସି କନ୍ୟା ମୁଣ୍ଡରେ ହାତ ରଖିଲା। ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ହଠାତ କିଛି ଜାଣିପାରିଲେ ନାହିଁ।

ବିଶ୍ବାସ ନ ହେଲେ ମଧ୍ୟ କଥାଟି ସଂପୂର୍ଣ୍ଣ ସତ। ଆଉ ଏହି ଘଟଣାଟି ତେଲଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାସ୍ଥିତ ମାଙ୍ଗାପେଟ୍ ଗ୍ରାମରେ  ଘଟିଛି। ଗତକାଲି ଏକ ବାହାଘର ନୃସିଂହସ୍ବାମୀ ମନ୍ଦିରରେ ଅନୁଷ୍ଠିତ ହେବା ବେଳେ ଏହି ଘଟଣାଟି ଘଟିଛି। ଏହି ମନ୍ଦିରରେ ପୂର୍ବରୁ ବହୁ ବାହାଘର ହୋଇଛି ହେଲେ ଏପରି ଘଟଣା କେବେ ଘଟି ନାହିଁ ବୋଲି ମନ୍ଦିର କର୍ତ୍ତୁପକ୍ଷ କହିଛନ୍ତି। ତେବେ ଏପରି ଘଟଣାକୁ ସମସ୍ତେ କହିଲେ ଯେ ପ୍ରଭୃ ହନୁମାନ ଉଭୟଙ୍କୁ ଆର୍ଶିବାଦ କରିବାକୁ ଆସିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାହାଘରରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ପଡିଲା ମହଙ୍ଗା : 50ହଜାର ଜରିମାନା ଆଦାୟ କଲା ପ୍ରଶାସନ

ବ୍ରହ୍ମପୁର : ବ୍ରହ୍ମପୁରରେ ଆୟୋଜିତ ଏକ ବାହାଘର ଭୋଜିକୁ 50 ହଜାର ଜରିମାନା ହୋଇଛି । କନ୍ୟା ଓ ବରପକ୍ଷଙ୍କଠାରୁ 50 ହଜାର ଜରିମାନା ଆଦାୟ କରିଛି ପ୍ରଶାସନ । ବାହାଘର ଶୋଭାଯାତ୍ରାରେ କରୋନା କଟକଣା ଉଲ୍ଲଂଘନ କରିଥିବାରୁ ଏହି ଜରିମାନା ଆଦାୟ କରାଯାଇଛି । ବର ଏବଂ କନ୍ୟା ପକ୍ଷଠାରୁ ଏହି ଜରିମାନା ଆଦାୟ କରାଯାଇଛି । ଜରିମାନା ଆଦାୟ ସହ ଉଭୟ ପକ୍ଷ ନାଁରେ ମାମଲା ରୁଜୁ ହୋଇଛି । ଉଭୟ ପକ୍ଷର 2ଟି ଗାଡି ଜବତ ହେବା ସହିତ ତଦନ୍ତ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗୋପାଳପୁରର ଏକ ହୋଟେଲ୍‌ରେ ବାହାଘର କାର୍ଯ୍ୟକ୍ରମ ଚାଲିଥିଲା । ରାସ୍ତାରେ ନାଚି ନାଚି ବରଯାତ୍ରୀ ଯିବା ଦୃଶ୍ୟ ଭାଇରାଲ୍‌ ହୋଇଥିଲା । ବିବାହ ଶୋଭାଯାତ୍ରାରେ କୋଭିଡ୍‌ ନିୟମକୁ ସମ୍ପୂର୍ଣ୍ଣ ଭାବରେ ଉଲ୍ଲଂଘନ କରାଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ବିବାହ ଶୋଭାଯାତ୍ରାରେ କେହି ମୁହଁରେ ମାସ୍କ ନ ପିନ୍ଧିଥିବାବେଳେ କେହି ସାମାଜିକ ଦୂରତ୍ବକୁ ଗୁରୁତ୍ବ ମଧ୍ୟ ଦେଇନଥିଲେ ।