ବିବାହ ମଣ୍ଡପରୁ ବରକୁ ଉଠାଇନେଲା ପ୍ରେମିକା

Published: Dec 10, 2020, 10:21 am IST

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏକ ବାହାଘରରେ ଜୟମାଲ୍ୟ ଦେବା ସମୟରେ ବରର ପ୍ରେମିକା ପହଞ୍ଚି ହଙ୍ଗାମା କରିବା ସହିତ ବିବାହ ମଣ୍ଡପରୁ ନିଜ ପ୍ରେମିକ ଅର୍ଥାତ୍‌ ବରକୁ ଉଠାଇନେଇଛି ।  ପ୍ରେମିକା ଜଣକ ବିବାହ ମଣ୍ଡପରେ ଉପସ୍ଥିତ ହୋଇ ବାହାଘର ବନ୍ଦ କରିବା ସହିତ ନିଜ କାର୍‌ରେ ପ୍ରେମିକାକୁ ନେଇ ସେଠାରୁ ପଳାଇଥିଲା । ତେବେ ବରଯାତ୍ରୀ ବିନା ବଧୂରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଘଟଣାଟି ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ରହୁଥିବା ଜଣଷ ଯୁବକ ବିବାହ ପାଇଁ ବରଯାତ୍ରୀ ସହ ସଜବାଜ ହୋଇ କନ୍ୟା ଘଣକୁ ଯାଇଥିଲେ । ତେବେ ବାହାଘରର ପ୍ରଥମ ପର୍ବ ଜୟମାଲ୍ୟା ହେବା ପୂର୍ବରୁ ଫିଲ୍ମି ଷ୍ଟାଇଲ୍‌ରେ ସେଠାରେ ବରର ପ୍ରେମିକା ଏଣ୍ଟ୍ରି ମାରିଥିଲେ । ଏହାପରେ ସେ ବରକୁ ଗାଳିଗୁଲୁଜ କରିବା ସହିତ କୋର୍ଟ କାଗଜ ମଧ୍ୟ ଦେଖାଇଥିଲେ । ଏହାପରେ ବରକୁ ନେଇ ନିଜ କାର୍‌ରେ ପଳାଇ ଆସିଥିଲେ ।

ତେବେ କନ୍ୟାର ପିତାଙ୍କ କହିବା ଅନୁସାରେ ବର ଓ ପ୍ରେମିକାର ଘଟଣା ଜଣାପଡିବା ପରେ ଏହି ବିବାହକୁ ରଦ୍ଦ କରାଯାଇଛି । ତେବେ ଏହି ମାମଲାରେ କୌଣସି ପକ୍ଷରୁ ଥାନାରେ ଏତଲା ଦିଆଯାଇନାହିଁ । (ଏଜେନ୍ସି)

Related posts