Categories
ଆଜିର ଖବର ଜାତୀୟ ଖବର

‘ମୋ ଜୀବନରେ ପ୍ରତିକ୍ଷଣ ବିପଦ ଆସୁ’: ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କୁନ୍ତୀ ମାଗିଥିଲେ ଏଭଳି ଏକ ବର

ଉପେନ୍ଦ୍ର ବଳିୟାରସିଂହ

ଜଣେ ଭକ୍ତ ପ୍ରଭୁଙ୍କୁ ଏପରି ଏକ ବରଦାନ ମାଗୁଛି, ଯାହାକୁ ଏପର୍ଯ୍ୟନ୍ତ କେହି ମାଗିନାହାନ୍ତି କି ଭବିଷ୍ୟତରେ ମାଗିବା ସମ୍ଭବ ନୁହେଁ। ପଢନ୍ତୁ ଏମିତି ଭକ୍ତଙ୍କ କଥା, ଯାହାକୁ ପଢିଲେ ନିଶ୍ଚିତ ଆପଣ ଆଶ୍ଚର୍ଯ୍ୟ ହେବେ।

ମହାଭାରତ ସଂଗ୍ରାମ ପରେ ଯୁଧିଷ୍ଠିର ହସ୍ତିନାପୁରର ରାଜା ହେଲେ। ତାପରେ ଦ୍ଵାରିକାନାଥ ଦ୍ଵାରକା ଯିବା ପାଇଁ ପ୍ରସ୍ତୁତ ହେଲେ। କୁନ୍ତୀ ଏସବୁ ଶୁଣିବା ପରେ ତାଙ୍କର ମାତୃ ହୃଦୟ ତରଳିଗଲା।

ସେ ଚାହୁଁଥିଲେ ଯେ, ସେ ଚବିଶ ଘଣ୍ଟା ପ୍ରଭୁଙ୍କ ମୁଖ ଦର୍ଶନ କରୁଥିବେ। ଯେଉଁ ମାର୍ଗରେ ପ୍ରଭୁ ପ୍ରତ୍ୟାବର୍ତ୍ତନ କରୁଥିଲେ, କୁନ୍ତୀ ସେଠାରେ ପହଞ୍ଚିଲେ ଏବଂ ହାତ ଯୋଡି ରାସ୍ତାରେ ଛିଡା ହୋଇଗଲେ। ଦାରୁକ ସାରଥିକୁ ପ୍ରଭୁ ରଥର ଗତି ବନ୍ଦ କରିବାକୁ ଆଦେଶ ଦେଇ ରଥରୁ ଓହ୍ଲାଇପଡିଲେ। ପ୍ରଭୁଙ୍କୁ କୁନ୍ତୀ ବନ୍ଦନ କଲେ। ବନ୍ଦନା ଦ୍ଵାରା ହିଁ ପ୍ରଭୁ ବନ୍ଧନରେ ପଡନ୍ତି।

ଭଗବାନ କହିଲେ ମା’! ଆପଣ ଏକ’ଣ କରୁଛନ୍ତି? ମୁଁ ଆପଣଙ୍କର ପୁତୁରା! ଆପଣ ପ୍ରଣାମ କରିବା ଆଦୌ ଶୋଭାସ୍ପଦ ନୁହେଁ। କୁନ୍ତୀ କହିଲେ, “ମୁଁ ଆଜି ପର୍ଯ୍ୟନ୍ତ ଆପଣଙ୍କୁ ପୁତୁରା ଭାବେ ମାନ୍ୟତା ଦେଇଥିଲି। କିନ୍ତୁ ଆଜି ମୋର ହୃଦବୋଧ ହୋଇଛି, ଆପଣ ହେଉଛନ୍ତି ଭଗବାନ। ଆପଣ ସମସ୍ତଙ୍କର ପିତା।”

କୁନ୍ତୀ କହିଲେ, “ ପ୍ରଭୁ! ଆମକୁ ସବୁ ପ୍ରକାର ସୁଖ ପ୍ରଦାନ କରିଛନ୍ତି, ଆମକୁ କେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ଯେତେବେଳେ ବିଧବା ହେଲି, ମୋର ପିଲାମାନେ ବହୁତ ଛୋଟ ଛୋଟ ଥିଲେ। ସେ ସମୟରେ ଆପଣ ହିଁ ଆମକୁ ରକ୍ଷା କରିଛନ୍ତି। ଜୀବ ଉପରେ ଭଗବାନ ଅନେକ ଉପକାର କରନ୍ତି। କିନ୍ତୁ ଜୀବ ସେସବୁ ଭୁଲିଯାଏ।”

ହେଲେ କୁନ୍ତୀ ଭୁଲି ନାହାନ୍ତି, କୁନ୍ତୀ ଭୀମସେନର ବିଷ ଲଡୁ ଆହାର କରିବା ଠାରୁ ଆରମ୍ଭ କରି ଲାକ୍ଷା ଗୃହ ଦାହ ପର୍ଯ୍ୟନ୍ତ ସବୁ କିଛି ମନେ ରଖିଛନ୍ତି। ପ୍ରଭୁଙ୍କ ଉପକାର ଅନନ୍ତ। ଆମେ କେବେ ବି ସୁଝିପାରିବୁ ନାହିଁ। କୁନ୍ତୀ କହୁଛନ୍ତି, “ମୋ ଦ୍ରୌପଦୀର ବସ୍ତ୍ର ହରଣ ବେଳେ ଆପଣ ତାଙ୍କୁ ଉଦ୍ଧାର କଲେ।”

ତେଣୁ ହେ ନାଥ! ଆପଣ ଆମକୁ ଛାଡି ଚାଲିଯାଅନ୍ତୁ ନାହିଁ। ଆପଣ ଦ୍ଵାରକା ଚାଲିଯାଉଛନ୍ତି, କିନ୍ତୁ ଗଲାବେଳେ ମୋତେ ଗୋଟିଏ ବରଦାନ ଦିଅନ୍ତୁ। ଏହି ମୋର ଇଚ୍ଛା। ବରଦାନ ଦେଇ ପଛେ ଚାଲିଯାଅନ୍ତୁ, ଏଥିରେ ମୋର କୌଣସି ଆପତ୍ତି ରହିବ ନହିଁ।

କୁନ୍ତୀ ଏମିତି ବରଦାନ ମାଗିଲେ, କେହି କେବେ ଦୁନିଆରେ ଆଜି ପର୍ଯ୍ୟନ୍ତ ମାଗିପାରିନାହାନ୍ତି କି ମାଗିପାରିବେ ନାହିଁ।

“ବିପଦ ସନ୍ତୁନଃ ଶଶ୍ଵତତ୍ତ୍ର ତତ୍ର ଜଗଦ୍ ଗୁରୋ।

ଭାବତୋ ଦର୍ଶନଂ ଯତସ୍ୟାଦ ନ ପୁନର୍ଭବ ଦର୍ଶନମ୍।।

ହେ ଜଗଦଗୁରୁ! ଆମ ଜୀବନରେ ପ୍ରତିକ୍ଷଣ ବିପଦ ଆସୁଥାଉ, କାରଣ ବିପଦାବସ୍ଥାରେ ହିଁ ନିଶ୍ଚିତ ରୂପରେ ଆପଣଙ୍କର ଦର୍ଶନ ହୁଏ। ଆପଣଙ୍କର ଦର୍ଶନ ହେଲେ ଆଉ ଏ ସଂସାରର ଦର୍ଶନ କରିବାକୁ ପଡିବ ନାହିଁ। ଅର୍ଥାତ ମୁକ୍ତି ମିଳିଯିବ। କୁନ୍ତୀ ମାଗୁଛନ୍ତି ବହୁତ ବଡ ବିପତ୍ତି ଆସୁଥାଉ, ଏହି ବରଦାନ ଦିଅନ୍ତୁ।

ଶ୍ରୀକୃଷ୍ଣ କହିଲେ, “ଆପଣ କ’ଣ ପାଗଳୀ ହୋଇଗଲେ, ଏ କି ବର ଆପଣ ମାଗୁଛନ୍ତି? ଆପଣଙ୍କର ସୁଖର ସମୟ ଆସିଯାଇଛି। ଆପଣଙ୍କର ଦୁଃଖୀ ହେବାର ଇଚ୍ଛା ଅଛି?”

କୁନ୍ତୀ କହିଲେ, “ଦୁଃଖରେ ହିଁ ନାରାୟଣଙ୍କ ସ୍ମରଣ ହୁଏ, ଏ ତ ସବୁଠାରୁ ବଡ ସୁଖ, ଏହା ଦୁଃଖ କେମିତି?”

Categories
ଆଜିର ଖବର ଜାତୀୟ ଖବର ଧର୍ମ

‘ମୋ ଜୀବନରେ ପ୍ରତିକ୍ଷଣ ବିପଦ ଆସୁ’: ପ୍ରଭୁ ଶ୍ରୀକୃଷ୍ଣଙ୍କୁ କୁନ୍ତୀ ମାଗିଥିଲେ ଏଭଳି ଏକ ବର, ହେଲେ କାହିଁକି?

ନବରାତ୍ରିରେ ବିବାହ ପାଇଁ ବର କିମ୍ବା କନ୍ୟା ଦେଖିବାର ଯୋଜନା ଅଛି କି?, ଜାଣନ୍ତୁ ଶୁଭ ସମୟ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରୀର ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ୯ ଦିନରେ ମା ଦୁର୍ଗାଙ୍କୁ ପୂଜା କରାଯାଏ। ହିନ୍ଦୁ ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ଏହି ୯ ଦିନରେ ମା ଦୁର୍ଗା ପୃଥିବୀରେ ବାସ କରନ୍ତି ଏବଂ ଭକ୍ତମାନଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତି। ଯେହେତୁ ଏହି ୯ ଦିନ ମଧ୍ୟରେ ମା ଦୁର୍ଗା ସବୁଠାରେ ଉପସ୍ଥିତ। ତେଣୁ, ଏହି ସମୟ ଅତ୍ୟନ୍ତ ଶୁଭ ଏବଂ ପ୍ରତ୍ୟେକ ଶୁଭ କାର୍ଯ୍ୟ ଏହି ସମୟ ମଧ୍ୟରେ କରାଯାଇଥାଏ। ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ କରାଯାଇଥିବା ସମସ୍ତ କାର୍ଯ୍ୟ ଶୁଭ ଅଟେ।

ଶାରଦୀୟ ନବରାତ୍ରୀ ୨୦୨୨ କେବେ ଆରମ୍ଭ ହେବ?:

ଏହି ବର୍ଷ ଶାରଦୀୟ ନବରାତ୍ରୀ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେଉଛି। ସୋମବାର ସେପ୍ଟେମ୍ବର ୨୬ ତାରିଖ, ନବରାତ୍ରିର ପ୍ରଥମ ଦିନରୁ, ମାତା ଆଦିଶକ୍ତିଙ୍କ ଏହି ପବିତ୍ର ପୂଜା ପର୍ବ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଅକ୍ଟୋବର ୫ ତାରିଖରେ ମା ଦୁର୍ଗାଙ୍କ ପ୍ରତିମାକୁ ବିସର୍ଜନ କରି ନବରାତ୍ରୀ ପର୍ବ ଶେଷ କରାଯିବ।

ଶାରଦୀୟ ନବରାତ୍ରୀରେ କେତେବେଳେ ବର ଏବଂ କନ୍ୟାକୁ ଦେଖିବା ପାଇଁ ଶୁଭ ସମୟ?:

ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ନବରାତ୍ରିର ନଅ ଦିନ ଶୁଭ ବୋଲି ବିବେଚନା କରାଯାଏ। ଶାସ୍ତ୍ର ଅନୁଯାୟୀ, ନବରାତ୍ରୀର ନଅ ତିଥି ଏପରି ହୋଇଥାଏ, ଯେଉଁଥିରେ ମୂହୁର୍ତ୍ତ ନ ଦେଖି କୌଣସି ଶୁଭ କାର୍ଯ୍ୟ କରାଯାଇପାରିବ। ଯେଉଁମାନେ ବିବାହ ପାଇଁ ବର କିମ୍ବା କନ୍ୟା ଦେଖିବାକୁ ଯୋଜନା କରୁଛନ୍ତି, ତା’ହେଲେ ସେମାନେ ଏହି ଶାରଦୀୟ ନବରାତ୍ରୀର ଶୁଭ ଅବସରର ଲାଭ ଉଠାଇ ପାରିବେ। ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ନବରାତ୍ରୀ ଅର୍ଥାତ୍ ପ୍ରତୀପଦାର ପ୍ରଥମ ଦିନ ବ୍ୟତୀତ, ଆପଣ କୌଣସି ଦିନ ବର କିମ୍ବା କନ୍ୟାକୁ ଦେଖିପାରିବେ ଏବଂ ସେମାନଙ୍କ ବିବାହ ତାରିଖ ନିଶ୍ଚିତ କରିପାରିବେ।

ବର ଏବଂ କନ୍ୟାକୁ ଦେଖିବାକୁ ଯାଉଥିବାବେଳେ ନିଶ୍ଚିତ ଭାବରେ ଭଦ୍ରା, ଏବଂ ଦିଶା ଶୁଲର ଯତ୍ନ ନେବା ଉଚିତ୍। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଭଦ୍ରା କାଳ ଏବଂ ଦିଶା ଶୁଲ ସମୟରେ କୌଣସି ଶୁଭ କାମ ପାଇଁ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ। ଅପ୍ରାକୃତିକ ଘଟଣା ଘଟେ।

ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ବର କିମ୍ବା କନ୍ୟା ଦେଖିବା ପାଇଁ ନବରାତ୍ରୀର ଅଷ୍ଟମୀ ଏବଂ ନବମୀ ତିଥି ସର୍ବୋତ୍ତମ। ଏହା ବ୍ୟତୀତ, ନବରାତ୍ରିର ଶୁଭ ଅବସରରେ ଲୋକମାନେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତି କିମ୍ବା ନୂତନ ଘରେ ପ୍ରବେଶ କରନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କନ୍ୟା ବେଦୀକୁ ଯିବା ବେଳେ ସିଡିରୁ ପଡି ସବୁଦିନ ପାଇଁ ହେଲା ପଙ୍ଗୁ, ଏହାପରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଲକ୍ଷ୍ମୌ, ବିବାହର ହସଖୁସିରେ ସମସ୍ତେ ମସଗୁଲ ଥିବା ବେଳେ କେହି କେବେ ଭାବି ନ ଥିଲେ ଯେ ଏପରି ଏକ ଦୁର୍ଘଟଣା ଘଟିବ ବୋଲି। ବର ଆସି ବେଦୀ ପାଖରେ, କନ୍ୟା ବେଦୀକୁ ଆସିବା ବେଳେ ସିଡିରୁ ଖସିପଡିଲେ। ମେରୁଦଣ୍ଡରେ ପ୍ରବଳ ଆଘାତ ହେଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଗଲା। ହେଲେ ଡାକ୍ତର କହିଲେ ଯେ , ଝିଅଟି ଆଉ ଭଲ ହେବ ନାହିଁ ସବୁଦିନ ପାଇଁ ପଙ୍ଗୁ ହୋଇଗଲା। ଏହାପରେ ସେଠାରେ ସମସ୍ତଙ୍କ ଉପରେ ବଜ୍ର ପଡିଗଲା।

ଏହିପରି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ପ୍ରତାପଗଡ ଅଞ୍ଚଳରେ। କନ୍ୟା ପ୍ରତିଭା ଶାଢୀ ପିନ୍ଧି ବେଦୀକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ହଠାତ ଛାତ ସିଡିରୁ ଜଣେ ପିଲାଟିଏ ଖସିପଡିଲା। ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିଭା ଯିବା ବେଳେ ସେ ମଧ୍ୟ ସିଡିରୁ ଖସିପଡିଲେ। ତେବେ ତାଙ୍କର ଆଘାତ ଏତେ ଯୋରରେ ହେଲା ଯେ ସେ ସବୁଦିନ ପାଇଁ ପଙ୍ଗୁ ହୋଇଗଲେ।

ଏହାପରେ ପ୍ରତିଭାର ବାପାମା ନିଶ୍ଚିତ ହେଲେ ଯେ ଏହି ବାହାଘର ଭାଙ୍ଗିଗଲା। ହେଲେ ପୁଅର ବାପାମା କହିଲେ ଯେ ପ୍ରତିଭାର ସାନ ଭଉଣୀର ବାହାଘର କରାନ୍ତୁ। ଏଥିରେ ସମସ୍ତେ ରାଜି ମଧ୍ୟ ହେଲେ। ହେଲେ ବର ଏକ ଆଶ୍ଚର୍ଯ୍ୟ ପ୍ରକାରର ଜିଦ କଲେ। ତାହା ହେଲେ ପ୍ରତିଭା ଉପସ୍ଥିତିରେ ଏବଂ ତାଙ୍କ ସମ୍ମତିରେ ଏହି ବାହାଘର ହେବ।

ଏ ନେଇ କନ୍ୟାଘର ଲୋକେ ଡାକ୍ତରଖାନା ସହିତ ଯୋଗାଯୋଗ କଲେ। ସେମାନେ ପ୍ରତିଭାଙ୍କୁ ଆଣିବା ପାଇଁ ରାଜି ହେଲେ। ଫଳରେ ତାଙ୍କୁ ଡାକ୍ତରଖାନାରୁ ଏକ ଷ୍ଟ୍ରେଚରରେ ବାହା ମଣ୍ଡପକୁ ଅଣାଗଲା। ତାଙ୍କ ଉପସ୍ଥିତିରେ ତାଙ୍କ ସାନ ଭଉଣୀର ବାହାଘର ହେଲା। ସେ ବରକନ୍ୟା ଉପରେ ଚାଉଳଫୁଲ ମଧ୍ୟ ପକାଇଲେ। ଏହାପରେ ପୁଣି ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ଘଟଣା ନେଇ ସେହି ଅଞ୍ଚଳରେ ବେଶ୍ ଚର୍ଚ୍ଚା ଚାଲିଛି।

ସମସ୍ତେ କୁହାକୁହି ହେଉଛନ୍ତି ବାହା ହେବା ପାଇଁ ଥିଲା କିଏ, ଆଉ ବାହା ହେଲା କିଏ

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିବାହ ମଣ୍ଡପରୁ ବରକୁ ଉଠାଇନେଲା ପ୍ରେମିକା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏକ ବାହାଘରରେ ଜୟମାଲ୍ୟ ଦେବା ସମୟରେ ବରର ପ୍ରେମିକା ପହଞ୍ଚି ହଙ୍ଗାମା କରିବା ସହିତ ବିବାହ ମଣ୍ଡପରୁ ନିଜ ପ୍ରେମିକ ଅର୍ଥାତ୍‌ ବରକୁ ଉଠାଇନେଇଛି ।  ପ୍ରେମିକା ଜଣକ ବିବାହ ମଣ୍ଡପରେ ଉପସ୍ଥିତ ହୋଇ ବାହାଘର ବନ୍ଦ କରିବା ସହିତ ନିଜ କାର୍‌ରେ ପ୍ରେମିକାକୁ ନେଇ ସେଠାରୁ ପଳାଇଥିଲା । ତେବେ ବରଯାତ୍ରୀ ବିନା ବଧୂରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଘଟଣାଟି ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ରହୁଥିବା ଜଣଷ ଯୁବକ ବିବାହ ପାଇଁ ବରଯାତ୍ରୀ ସହ ସଜବାଜ ହୋଇ କନ୍ୟା ଘଣକୁ ଯାଇଥିଲେ । ତେବେ ବାହାଘରର ପ୍ରଥମ ପର୍ବ ଜୟମାଲ୍ୟା ହେବା ପୂର୍ବରୁ ଫିଲ୍ମି ଷ୍ଟାଇଲ୍‌ରେ ସେଠାରେ ବରର ପ୍ରେମିକା ଏଣ୍ଟ୍ରି ମାରିଥିଲେ । ଏହାପରେ ସେ ବରକୁ ଗାଳିଗୁଲୁଜ କରିବା ସହିତ କୋର୍ଟ କାଗଜ ମଧ୍ୟ ଦେଖାଇଥିଲେ । ଏହାପରେ ବରକୁ ନେଇ ନିଜ କାର୍‌ରେ ପଳାଇ ଆସିଥିଲେ ।

ତେବେ କନ୍ୟାର ପିତାଙ୍କ କହିବା ଅନୁସାରେ ବର ଓ ପ୍ରେମିକାର ଘଟଣା ଜଣାପଡିବା ପରେ ଏହି ବିବାହକୁ ରଦ୍ଦ କରାଯାଇଛି । ତେବେ ଏହି ମାମଲାରେ କୌଣସି ପକ୍ଷରୁ ଥାନାରେ ଏତଲା ଦିଆଯାଇନାହିଁ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବାହା ହେବାକୁ ଆସିଲେ ବି 14 ଦିନ କ୍ବାରେଣ୍ଟାଇନ୍‌ରେ ରହିବେ ବର : ଜାଣନ୍ତୁ ଓଡ଼ିଶାର କେଉଁ ସହରର କରାଯାଇଛି ଏହି ନିୟମ

ରାଉରକେଲା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାରେ କ୍ବାରେଣ୍ଟିନ୍‌ ନିୟମ କଡାକଡି ନେଇ ସ୍ପଷ୍ଟ କରିଛି ପ୍ରଶାସନ । ପୂର୍ବରୁ ଅନ୍ୟ ଜିଲ୍ଲାମାନଙ୍କୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଥିବାବେଳେ ଏବେ ରାଉରକେଲାକୁ ବାହା ହେବାକୁ ବର ଆସିଲେ ପ୍ରଥମେ 14 ଦିନ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡ଼ିବ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ଗତକାଲି 14ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲଗାଯାଇଥିଲା । ଏହି ଜିଲ୍‌ଲା ଗୁଡିକ ମଧ୍ୟରେ ରହିଛି – ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲା । ଏହି ସମସ୍ତ ଜିଲ୍ଲାର ଲୋକେ ରାଉରକେଲା ଆସିଲେ 14 ଦିନ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ ବୋଲି ଅତିରିକ୍ତ ଜିଲ୍ଲାପାଳ ଗତକାଲି ସୂଚନା ଦେଇଥିଲେ ।

ଏହି ସବୁ ଜିଲ୍ଲା ଗୁଡ଼ିକୁ ରାଉରକେଲାରୁ କୌଣସି ବ୍ୟକ୍ତି 5 ଘଣ୍ଟା ପାଇଁ ଗଲେ ବି ସେଠାରୁ ରାଉରକେଲାକୁ ଫେରିଲା ପରେ କ୍ୱାରେଣ୍ଟିନ୍‌ରେ ରହିବେ। ରେଜିଷ୍ଟ୍ରେସନ ପରେ 14ଦିନ ପାଇଁ କ୍ୱାରେଣ୍ଟିନ୍‌ରେ ରହିବେ। ସେହିପରି ଏହି 14 ଜିଲ୍ଲାରୁ ୭୨ ଘଣ୍ଟା ପାଇଁ ରାଉରକେଲା ଆସିଲେ କ୍ୱାରେଣ୍ଟିନ୍‌ ଅନାବଶ୍ୟକ। ତେବେ ବାହାର ଜିଲ୍ଲାରୁ ଆସୁଥିବା ଲୋକେ କାହା ସହ ନ ମିଶି ନିଜ କାମ ସାରି ଫେରି ଯିବାକୁ ନିର୍ଦ୍ଦେଶ ରହିଛି । ରାଜ୍ୟରେ କରୋନା ସ୍ଥିତି ବେଶ୍‌ ସଂକଟଜନକ ଅବସ୍ଥାରେ ଥିବାରୁ କୋଭିଡ୍‌ ନିୟମକୁ ବେଶ୍‌ କଡାକଡି କରାଯାଉଛି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 9000 ଟପିଥିବାବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ବାହା ହେବାକୁ ଯାଉଥିବାବେଳେ, ରାସ୍ତାରୁ ବରକୁ ଅପହରଣ କଲେ ଦୁର୍ବୃତ୍ତ

ସମୀକ୍ଷା ବ୍ୟୁରୋ

ଆଠଗଡ : ବାହାହେବାକୁ ଯାଉଥିବା ବରକୁ ଅପହରଣ କରିନେଇଛନ୍ତି କିଛି ଦୁର୍ବୃତ୍ତ । ମଝି ରାସ୍ତାରେ ଗାଡ଼ି ଅଟକାଇ ବରକୁ ଉଠାଇ ନେଲେ ଦୁର୍ବୃତ୍ତ। ସାପୁଆ ପୋଲ ଉପରୁ ଜବରଦସ୍ତ ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ସାତ/ଆଠ ଜଣ ଦୁର୍ବୃତ୍ତ ବୋଲେରୋରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅପହରଣ ନେଇ ଆଠଗଡ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଢେଙ୍କାନାଳରୁ ଆଠଗଡ ଆସୁଥିଲେ। ସାଙ୍ଗରେ ମଧ୍ୟ ବରଯାତ୍ରୀ ରହିଥିଲେ । ତେବେ ବରକୁ କିଏ କ’ଣ ପାଇଁ ଉଠାଇ ନେଇଛନ୍ତି, ଏସମ୍ପର୍କରେ କିଛି ଜଣାପଡିନାହିଁ।