Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ମୋ ଜୀବନରେ ପ୍ରତିକ୍ଷଣ ବିପଦ ଆସୁ’: ପ୍ରଭୁ ଶ୍ରୀକୃଷ୍ଣଙ୍କୁ କୁନ୍ତୀ ମାଗିଥିଲେ ଏଭଳି ଏକ ବର, ହେଲେ କାହିଁକି?
ଆଜିର ଖବର

‘ମୋ ଜୀବନରେ ପ୍ରତିକ୍ଷଣ ବିପଦ ଆସୁ’: ପ୍ରଭୁ ଶ୍ରୀକୃଷ୍ଣଙ୍କୁ କୁନ୍ତୀ ମାଗିଥିଲେ ଏଭଳି ଏକ ବର, ହେଲେ କାହିଁକି?

March 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ଜଣେ ଭକ୍ତ ପ୍ରଭୁଙ୍କୁ ଏପରି ଏକ ବରଦାନ ମାଗୁଛି, ଯାହାକୁ ଏପର୍ଯ୍ୟନ୍ତ କେହି ମାଗିନାହାନ୍ତି କି ଭବିଷ୍ୟତରେ ମାଗିବା ସମ୍ଭବ ନୁହେଁ। ପଢନ୍ତୁ ଏମିତି ଭକ୍ତଙ୍କ କଥା, ଯାହାକୁ ପଢିଲେ ନିଶ୍ଚିତ ଆପଣ ଆଶ୍ଚର୍ଯ୍ୟ ହେବେ।

ମହାଭାରତ ସଂଗ୍ରାମ ପରେ ଯୁଧିଷ୍ଠିର ହସ୍ତିନାପୁରର ରାଜା ହେଲେ। ତାପରେ ଦ୍ଵାରିକାନାଥ ଦ୍ଵାରକା ଯିବା ପାଇଁ ପ୍ରସ୍ତୁତ ହେଲେ। କୁନ୍ତୀ ଏସବୁ ଶୁଣିବା ପରେ ତାଙ୍କର ମାତୃ ହୃଦୟ ତରଳିଗଲା।

ସେ ଚାହୁଁଥିଲେ ଯେ, ସେ ଚବିଶ ଘଣ୍ଟା ପ୍ରଭୁଙ୍କ ମୁଖ ଦର୍ଶନ କରୁଥିବେ। ଯେଉଁ ମାର୍ଗରେ ପ୍ରଭୁ ପ୍ରତ୍ୟାବର୍ତ୍ତନ କରୁଥିଲେ, କୁନ୍ତୀ ସେଠାରେ ପହଞ୍ଚିଲେ ଏବଂ ହାତ ଯୋଡି ରାସ୍ତାରେ ଛିଡା ହୋଇଗଲେ। ଦାରୁକ ସାରଥିକୁ ପ୍ରଭୁ ରଥର ଗତି ବନ୍ଦ କରିବାକୁ ଆଦେଶ ଦେଇ ରଥରୁ ଓହ୍ଲାଇପଡିଲେ। ପ୍ରଭୁଙ୍କୁ କୁନ୍ତୀ ବନ୍ଦନ କଲେ। ବନ୍ଦନା ଦ୍ଵାରା ହିଁ ପ୍ରଭୁ ବନ୍ଧନରେ ପଡନ୍ତି।

ଭଗବାନ କହିଲେ ମା’! ଆପଣ ଏକ’ଣ କରୁଛନ୍ତି? ମୁଁ ଆପଣଙ୍କର ପୁତୁରା! ଆପଣ ପ୍ରଣାମ କରିବା ଆଦୌ ଶୋଭାସ୍ପଦ ନୁହେଁ। କୁନ୍ତୀ କହିଲେ, “ମୁଁ ଆଜି ପର୍ଯ୍ୟନ୍ତ ଆପଣଙ୍କୁ ପୁତୁରା ଭାବେ ମାନ୍ୟତା ଦେଇଥିଲି। କିନ୍ତୁ ଆଜି ମୋର ହୃଦବୋଧ ହୋଇଛି, ଆପଣ ହେଉଛନ୍ତି ଭଗବାନ। ଆପଣ ସମସ୍ତଙ୍କର ପିତା।”

କୁନ୍ତୀ କହିଲେ, “ ପ୍ରଭୁ! ଆମକୁ ସବୁ ପ୍ରକାର ସୁଖ ପ୍ରଦାନ କରିଛନ୍ତି, ଆମକୁ କେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ଯେତେବେଳେ ବିଧବା ହେଲି, ମୋର ପିଲାମାନେ ବହୁତ ଛୋଟ ଛୋଟ ଥିଲେ। ସେ ସମୟରେ ଆପଣ ହିଁ ଆମକୁ ରକ୍ଷା କରିଛନ୍ତି। ଜୀବ ଉପରେ ଭଗବାନ ଅନେକ ଉପକାର କରନ୍ତି। କିନ୍ତୁ ଜୀବ ସେସବୁ ଭୁଲିଯାଏ।”

ହେଲେ କୁନ୍ତୀ ଭୁଲି ନାହାନ୍ତି, କୁନ୍ତୀ ଭୀମସେନର ବିଷ ଲଡୁ ଆହାର କରିବା ଠାରୁ ଆରମ୍ଭ କରି ଲାକ୍ଷା ଗୃହ ଦାହ ପର୍ଯ୍ୟନ୍ତ ସବୁ କିଛି ମନେ ରଖିଛନ୍ତି। ପ୍ରଭୁଙ୍କ ଉପକାର ଅନନ୍ତ। ଆମେ କେବେ ବି ସୁଝିପାରିବୁ ନାହିଁ। କୁନ୍ତୀ କହୁଛନ୍ତି, “ମୋ ଦ୍ରୌପଦୀର ବସ୍ତ୍ର ହରଣ ବେଳେ ଆପଣ ତାଙ୍କୁ ଉଦ୍ଧାର କଲେ।”

ତେଣୁ ହେ ନାଥ! ଆପଣ ଆମକୁ ଛାଡି ଚାଲିଯାଅନ୍ତୁ ନାହିଁ। ଆପଣ ଦ୍ଵାରକା ଚାଲିଯାଉଛନ୍ତି, କିନ୍ତୁ ଗଲାବେଳେ ମୋତେ ଗୋଟିଏ ବରଦାନ ଦିଅନ୍ତୁ। ଏହି ମୋର ଇଚ୍ଛା। ବରଦାନ ଦେଇ ପଛେ ଚାଲିଯାଅନ୍ତୁ, ଏଥିରେ ମୋର କୌଣସି ଆପତ୍ତି ରହିବ ନହିଁ।

କୁନ୍ତୀ ଏମିତି ବରଦାନ ମାଗିଲେ, କେହି କେବେ ଦୁନିଆରେ ଆଜି ପର୍ଯ୍ୟନ୍ତ ମାଗିପାରିନାହାନ୍ତି କି ମାଗିପାରିବେ ନାହିଁ।

“ବିପଦ ସନ୍ତୁନଃ ଶଶ୍ଵତତ୍ତ୍ର ତତ୍ର ଜଗଦ୍ ଗୁରୋ।

ଭାବତୋ ଦର୍ଶନଂ ଯତସ୍ୟାଦ ନ ପୁନର୍ଭବ ଦର୍ଶନମ୍।।

ହେ ଜଗଦଗୁରୁ! ଆମ ଜୀବନରେ ପ୍ରତିକ୍ଷଣ ବିପଦ ଆସୁଥାଉ, କାରଣ ବିପଦାବସ୍ଥାରେ ହିଁ ନିଶ୍ଚିତ ରୂପରେ ଆପଣଙ୍କର ଦର୍ଶନ ହୁଏ। ଆପଣଙ୍କର ଦର୍ଶନ ହେଲେ ଆଉ ଏ ସଂସାରର ଦର୍ଶନ କରିବାକୁ ପଡିବ ନାହିଁ। ଅର୍ଥାତ ମୁକ୍ତି ମିଳିଯିବ। କୁନ୍ତୀ ମାଗୁଛନ୍ତି ବହୁତ ବଡ ବିପତ୍ତି ଆସୁଥାଉ, ଏହି ବରଦାନ ଦିଅନ୍ତୁ।

ଶ୍ରୀକୃଷ୍ଣ କହିଲେ, “ଆପଣ କ’ଣ ପାଗଳୀ ହୋଇଗଲେ, ଏ କି ବର ଆପଣ ମାଗୁଛନ୍ତି? ଆପଣଙ୍କର ସୁଖର ସମୟ ଆସିଯାଇଛି। ଆପଣଙ୍କର ଦୁଃଖୀ ହେବାର ଇଚ୍ଛା ଅଛି?”

କୁନ୍ତୀ କହିଲେ, “ଦୁଃଖରେ ହିଁ ନାରାୟଣଙ୍କ ସ୍ମରଣ ହୁଏ, ଏ ତ ସବୁଠାରୁ ବଡ ସୁଖ, ଏହା ଦୁଃଖ କେମିତି?”

ଉପେନ୍ଦ୍ର ବଳିୟାରସିଂହ କୁନ୍ତୀ ପ୍ରଭୁ ଶ୍ରୀକୃଷ୍ଣ ବର ମହାଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ସାଇବର ଠକେଇର ଶିକାର ହେଲେ ଟଙ୍କା ଦେବ ଆରବିଆଇ

June 26, 2026

ଓଡ଼ିଶାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ: ରାଜସ୍ୱ ସଚିବଙ୍କ ସମୀକ୍ଷା

June 26, 2026

ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରକଟ କଲେ ବ୍ରହ୍ମପୁର ସାଂସଦ: ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

June 26, 2026

ଅଗ୍ନି ନିରାପତ୍ତା ବୈଠକରେ ଯୋଗଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

June 26, 2026
Latest News

ସାଇବର ଠକେଇର ଶିକାର ହେଲେ ଟଙ୍କା ଦେବ ଆରବିଆଇ

June 26, 2026

ଓଡ଼ିଶାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ: ରାଜସ୍ୱ ସଚିବଙ୍କ ସମୀକ୍ଷା

June 26, 2026

ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରକଟ କଲେ ବ୍ରହ୍ମପୁର ସାଂସଦ: ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

June 26, 2026

ଅଗ୍ନି ନିରାପତ୍ତା ବୈଠକରେ ଯୋଗଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

June 26, 2026

ଓଡ଼ିଶାରେ ଜଳ ଜୀବନ ମିଶନର ପ୍ରଗତି ସମୀକ୍ଷା କଲେ କେନ୍ଦ୍ର ସଚିବ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.