Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାତୀ ଆକ୍ରମଣରେ ଆହତବ୍ୟକ୍ତି ବୁର୍ଲାଡାକ୍ତରଖାନାରେ ମୃତ: କ୍ଷତିପୂରଣ ଦାବୀରେ ଜାମୁଜୋରୀରେ ରାସ୍ତାରୋକ
ଆଜିର ଖବର

ହାତୀ ଆକ୍ରମଣରେ ଆହତବ୍ୟକ୍ତି ବୁର୍ଲାଡାକ୍ତରଖାନାରେ ମୃତ: କ୍ଷତିପୂରଣ ଦାବୀରେ ଜାମୁଜୋରୀରେ ରାସ୍ତାରୋକ

July 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଗତ ୨୭ ତାରିଖରେ ନାକଟିଦେଉଳ ରେଞ୍ଜ ଜାମୁଜୋରୀ ପଂଚାୟତର ବିନ୍ଦୁପୁର ଗ୍ରାମରେ ଜନୈକ ବ୍ୟକ୍ତିଙ୍କୁ ହାତୀ ମାରି ଦେବା ପରେ ତାକୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସାଧିନ ଥିବା ସମୟରେ ଆଜି ସକାଳୁ ତାର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଥିଲା। ମୃତ ବ୍ୟକ୍ତିର ପରିବାରକୁ କ୍ଷତିପୂରଣ ଦାବୀରେ ଶବ ରଖି ଜାମୁଜୋରୀ ଗ୍ରାମପଂଚାୟତ ପାଖରେ ମୂଖ୍ୟରାସ୍ତା ନିକଟରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଖବର ପାଇ ନାକଟିଦେଉଳ ଥାନାଧୀକାରୀ ଇସ୍‌ମାଇଲ ଏକ୍କା, ରେଞ୍ଜ ଅଫିସର ଅଶ୍ୱିନୀ କୁମାର ବେହେରା, ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ, ଜାମୁଜୋରୀ ସରପଂଚ ଅଜୀତ କୁମାରେ ପ୍ରଧାନ ଘଟଣା ସ୍ଥଳକୁ ଯାଇଥିଲେ। ଲୋକମାନଙ୍କୁ ବୁଝାସୁଝା କରିବା ପରେ ଓ ପ୍ରଶାସନ ପ୍ରତିଶୃତି ଦେବା ପରେ ଅପରାହ୍ନ ୪ଟା ୩୦ରେ ଗ୍ରାମବାସୀ ଆନ୍ଦୋଳନରୁ ଓହରି ଯାଇଥିଲେ। ମୃତ ବ୍ୟକ୍ତି ଜଣଙ୍କ ଓାର୍ଡମେମ୍ବର ଥିଲେ ବୋଲି ଜଣା ପଡିଛି।

ପ୍ରକାଶ ଯେ ଏକ ମାସ ତଳେ ନାକଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତ ହିନ୍ତସରା ଗ୍ରାମର ପ୍ରମିଳା ଦେହୁରୀ(୬୨) ନାମକ ମହିଳା ଜମିକୁ ହାତୀ ମାରି ଦେଇଥିଲା। ସୂଚନା ଯୋଗ୍ୟ ଯେ,ଏଇ କିଛି ଦିନ ତଳେ ୨୩/୫/୨୦୨୦ ରେ ମଧ୍ୟ ନାକ୍‌ଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତର ଭେଠିଆବେନି ଗ୍ରାମର ମହିଳା ପତ୍ର ତୋଳାଳି ଦମୟନ୍ତୀ ଦେହୁରୀ(୬୫)ଙ୍କୁ ହାତୀ ଦଳିଦେଇଥିଲା। ୨୦୧୪ ରେ ଚଡଚଡି ଗ୍ରାମରେ ବୃଦ୍ଧା ଜଣଙ୍କୁ, ୨୦୧୫ ରେ ଅଙ୍ଗାବିରା ଗ୍ରାମରେ ଜଣେ ଯୁବକକୁ, ୨୦୧୬ ରେ ପ୍ରତାପପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ, ୨୦୧୯ ରେ ବିନ୍ଧପୁର ଗ୍ରାମରେ ଜଣେ ବୃଦ୍ଧା, ୨୦୧୯ ରେ ଡାହିମାଳ ଗ୍ରାମରେ ମଧ୍ୟ ଜଣେ ବୃଦ୍ଧ ଙ୍କୁ ହାତୀ ମାରିଦେଇଥିଲ। ଏମିତି ବାରମ୍ବାର ରେଢାଖୋଲ ସବଡିଭିଜନରେ ହାତୀ ହାବୁଡରେ ପଡି ବହୁ ଧନ ଜୀବନ ଯାଉଥିବାର ନଜିର ରହିଛି। ଦିନକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ଫଳରେ ହାତୀମାନେ ଗାଁ ଆଡକୁ ମାଡି ଆସୁଛନ୍ତି। ନିକଟରେ ରେଢାଖୋଲ ହେମାମୁରା ଗ୍ରାମରେ ମଧ୍ୟ ଜଣେ ମହିଳାକୁ ହାତୀ ଦଳିଦେଇଥିଲା। ୬ବର୍ଷ ମଧ୍ୟରେ ନାକଟିଦେଉଳ ବ୍ଲକରେ ୮ ଜଣଙ୍କୁ ହାତୀ ମାରି ଦେଇଥିବା ଜଣା ପଡିଛି।

କ୍ଷତିପୂରଣ ଦାବୀ ନାକଟିଦେଉଳ ରାସ୍ତାରୋକ ହାତୀ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026
Latest News

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.