Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»1984 ମସିହା ଦଙ୍ଗା ମାମଲାରେ ସଜ୍ଜା ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବଙ୍କ କରୋନା ଯୋଗୁଁ ମୃତ୍ୟୁ
ଆଜିର ଖବର

1984 ମସିହା ଦଙ୍ଗା ମାମଲାରେ ସଜ୍ଜା ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବଙ୍କ କରୋନା ଯୋଗୁଁ ମୃତ୍ୟୁ

July 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : 1984 ମସିହାର ଶିଖ୍‌ ଦଙ୍ଗା ମାମଲାରେ 10 ବର୍ଷର କାରଦାଣ୍ଡ ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବଙ୍କ ତିହାର ଜେଲ୍‌ରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା । ମହେନ୍ଦ୍ର ପାଲମ୍‌ ବିଧାନସଭା କ୍ଷେତ୍ରରୁ ବିଧାୟକ ହୋଇଥିଲା । ଏବଂ 84 ମସିହା ଦଙ୍ଗା ମାମଲାରେ ସିବିଆଇ ଦ୍ବାରା ତଦନ୍ତ କରାଯିବା ଯିବା ପରେ ଏକ ମାମଲାରେ ସେ ଦୋଷୀ ହୋଇଥିଲେ। କୋର୍ଟ ତାଙ୍କୁ 10 ବର୍ଷ ପାଇଁ ସଜ୍ଜା ଶୁଣାଇଥିଲେ । ତେବେ ତିହାର୍‌ ଜେଲ୍‌ରେ ଏହା ହେଉଛି କରୋନା ଯୋଗୁଁ ଦ୍ବିତୀୟ ମୃତ୍ୟୁ ।

ମିଳିଥିବା ସୂଚନା ଅନୁସାରେ ମହେନ୍ଦ୍ର ଯାଦବ ତିହାଡ ଜେଲ୍‌ର ସବ୍‌ ଜେଲ୍‌ ମଣ୍ଡୋଲୀ ଜେଲ୍‌ରେ ଜେଲ ନମ୍ବର 14ରେ ବନ୍ଦୀ ରହିଥିଲେ । ପୂର୍ବରୁ ଏହି ଜେଲ୍‌ରେ କ୍ବଓ୍ବର ସିଂ ନାମକ ଜଣେ କଏଦୀର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସେ ପଜିଟିଭ୍‌ ଥିବାର ସୂଚନା ରହିଥିଲା । ଏହାପରେ ଜେଲ୍‌ ପ୍ରଶାସନ ସମସ୍ତ 29 କଏଦୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏଥିରୁ 17 ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଓ 12 ଜଣ ନେଗେଟିଭ ଆସିଥିଲା । କିନ୍ତୁ ଜୁନ୍‌ 25ରେ ପୁନର୍ବାର ପରୀକ୍ଷା ପରେ ଏହି 12 ଜଣଙ୍କ ଭିତରୁ ତିନିଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା ।  ଜୁନ୍‌ 25ରେ ମହେନ୍ଦ୍ର ଯାଦବଙ୍କ କରୋନା ଟେଷ୍ଟ  ହୋଇଥିଲା । ସେ ପଜିଟିଭ୍‌ ହୋଇଥିବାର ସୂଚନା ରହିଥିଲା ।

ମହେନ୍ଦ୍ର ଯାଦବଙ୍କ ମୃତ୍ୟୁର ତଦନ୍ତ ମେଟ୍ରୋପଲିଟିଆନ୍‌ ମାଜିଷ୍ଟ୍ରେଟ୍‌ କରୁଛନ୍ତି । ତିହାର୍‌ ଜେଲ୍‌ ପ୍ରଶାସନ ମୁତାବକ କେନ୍ଦ୍ରୀୟ କାରାଗାରେ ଏବେ ସୁଦ୍ଧା ମୋଟ୍‌ 53 କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଙଛନ୍ତି । ଯେଉଁଥିରୁ 31 ଜଣ ଠିକ୍‌ ହୋଇଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।ଜେଲ୍‌ର ସମସ୍ତ 88 ଜଣଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ 28 ଜଣ ସୁସ୍ଥ ହୋଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026
Latest News

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.