Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋସିଆଲ ମିଡିଆରେ ଜମିବ ବିହାର ବିଧାନସଭା ନିର୍ବାଚନ ପ୍ରଚାର, ଫାଇଦା ଉଠାଇବାକୁ ବିରୋଧୀଙ୍କୁ ପଛରେ ପକାଇଛି ବିଜେପି
ଆଜିର ଖବର

ସୋସିଆଲ ମିଡିଆରେ ଜମିବ ବିହାର ବିଧାନସଭା ନିର୍ବାଚନ ପ୍ରଚାର, ଫାଇଦା ଉଠାଇବାକୁ ବିରୋଧୀଙ୍କୁ ପଛରେ ପକାଇଛି ବିଜେପି

July 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମୁଖ୍ୟତଃ ସୋସିଆଲ ମିଡିଆରେ ହିଁ ଜୋରଦାର ହେବ। କରୋନା ସଂକ୍ରମଣ ଯଦି ଜାରି ରହେ, ତେବେ ସବୁ ଦଳ ସୋସିଆଲ ମିଡିଆ ଜରିଆରେ ହିଁ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବେ। ଏବେ ସୁଦ୍ଧା ରାଜ୍ୟରେ ହେଉଥିବା ସୋସିଆଲ ମିଡିଆ ପ୍ରଚାରରେ ବିଜେପି ଅନ୍ୟ ସବୁ ଦଳଠାରୁ ଆଗରେ ରହିଛି। ଅବଶ୍ୟ ଜନତା ଦଳ (ସଂଯୁକ୍ତ) ବି ବିଜେପି ଭଳି ସୋସିଆଲ ମିଡିଆର ବ୍ୟବହାର କରୁଛି ଏବଂ ଭର୍ଚୁଆଲ ରାଲି ଆୟୋଜନ କରୁଛି।

ଦେଶବ୍ୟାପୀ ୬୦ଟି ଭର୍ଚୁଆଲ ରାଲି ସଫଳତାର ସହ ଆୟୋଜନ କରିବା ପରେ ବିଜେପି ଏବେ ବିହାର ଉପରେ ଫୋକସ୍ କରିଛି। ଏଥିପାଇଁ କେବଳ ବିହାରରେ ୯ ହଜାର ୫୦୦ ଆଇଟି ସେଲ୍ ମୁଖ୍ୟ ନିଯୁକ୍ତ କରିଛି। ଏମାନେ ସମସ୍ତେ ଆସନ୍ତା ବିଧାନସଭା ନିର୍ବାଚନ ସମୟରେ ଦଳ ପାଇଁ ପ୍ରଚାର କରିବେ।

ଏହାବାଦ୍ ବିଜେପି ନିର୍ବାଚନ ମଣ୍ଡଳୀର ପ୍ରତିଟି ବୁଥ୍ ପାଇଁ ହ୍ବାଟସ ଆପ୍ ଗୃପ୍ ଗଠନ କରିବାକୁ ଯାଉଛି। ଗତ ଦୁଇ ମାସରେ ଏପରି ୫୦ ହଜାର ହ୍ବାଟସ ଆପ୍ ଗୃପ୍ ସୃଷ୍ଟି କରି ସାରିଲାଣି, ଆହୁରି ୭୨ ହଜାର ଗୃପ୍ କରିବାକୁ ଉଦ୍ୟମ ଚଳାଇଛି। ଏହିସବୁ ଗୃପ୍ ଜରିଆରେ ଦଳ ବରିଷ୍ଠ ନେତାମାନଙ୍କ ଭିଡିଓ କ୍ଲିପ, ଭାଷଣ ଭୋଟରଙ୍କ ପାଖରେ ପହଞ୍ଚାଇବ। ସମସ୍ତ ଆଇଟି ସେଲ୍ ମୁଖିଆ ଦଳର ଜାତୀୟ ଆଇଟି ସେଲ୍ ଅଧିନରେ ପରିଚାଳିତ ହେବେ। ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଭର୍ଚୁଆଳ ରାଲି ଆୟୋଜନ କରାଯିବ, ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଥମ ଉଦବୋଧନ ଦେବେ।(ଏଜେନସି)

Bihar Election BJP Social media
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶର ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି

July 8, 2026

ଭୁବନେଶ୍ୱରରେ ମତ୍ସ୍ୟ ଏବଂ ଜଳକୃଷି ବିକାଶ ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

July 8, 2026

ଓଡ଼ିଶା ପୋଲିସ ଦ୍ଵାରା ‘ଇ-ଜିରୋ ଏଫ୍ଆଇଆର୍’ ବ୍ୟବସ୍ଥାର ଶୁଭାରମ୍ଭ

July 8, 2026
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପ୍ରଥମ ପର୍ଯ୍ୟାୟରେ ହେବ ୨୨୦୦ଟି ସ୍କୁଲ,ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଦେଶର ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି

July 8, 2026

ଭୁବନେଶ୍ୱରରେ ମତ୍ସ୍ୟ ଏବଂ ଜଳକୃଷି ବିକାଶ ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

July 8, 2026

ଓଡ଼ିଶା ପୋଲିସ ଦ୍ଵାରା ‘ଇ-ଜିରୋ ଏଫ୍ଆଇଆର୍’ ବ୍ୟବସ୍ଥାର ଶୁଭାରମ୍ଭ

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.