ପୁଣି ରାଜ୍ୟରୁ ଦୁଇଟି ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି

Published: Jul 6, 2020, 11:21 am IST

ଭୁବନେଶ୍ବର : ପୁଣି ଦୁଇଟି ମୁଣ୍ଡ ନେଲା କରୋନା । ଆଜି ରାଜ୍ୟରୁ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ମୃତକଜଣଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଯାଜପୁରରୁ ଅନ୍ୟ ଜଣେ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଞ୍ଜାମର ମୃତକଙ୍କ ବୟସ 77 ବର୍ଷ ବୋଲି ଜଣାପଡିଛି । ସେ ହାଇପର୍ଟେସନ୍‌ରେ ପୀଡ଼ିତ ଥିଲେ । ସେହିପରି ଯାଜପୁରରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 64।ସେ  ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା 38ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 7ରେ ରହିଛି । ଆଜି ଯାଜପୁରରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ସେହିପରି 10 ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

 

Related posts